୫ଅକ୍ଟୋବର ପର୍ଯ୍ୟନ୍ତ କାହା ସହ କଥାବାର୍ତ୍ତା କରିବେନି ସିଦ୍ଧୁ; ପତ୍ନୀ କହିଲେ କାରଣ

କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଅକ୍ଟୋବର ୫ ପର୍ଯ୍ୟନ୍ତ ମୌନବ୍ରତ ପାଳନ କରିବେ। ସିଦ୍ଧୁ ବର୍ତ୍ତମାନ ପଟିଆଲା ଜେଲରେ ଅଛନ୍ତି ।

ନବଜୋତ ସିଦ୍ଧୁ

ନବଜୋତ ସିଦ୍ଧୁ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଚଣ୍ଡୀଗଡ଼: ରୋଡ଼ରେଜ ପାଇଁ ପଞ୍ଜାବର ପଟିଆଲା ଜେଲରେ ଏକ ବର୍ଷ କାରାଦଣ୍ଡ ଭୋଗୁଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ନବରାତ୍ରୀ ସମୟରେ କାହା ସହ କଥାବାର୍ତ୍ତା କରନ୍ତି ନାହିଁ। ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ କହିଛନ୍ତି ଯେ ତାଙ୍କ ସ୍ୱାମୀ ଅକ୍ଟୋବର ୫ ପର୍ଯ୍ୟନ୍ତ ମୌନବ୍ରତ ପାଳନ କରିବେ। ସ୍ୱାମୀଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟୁଇଟ୍ କରି ନବଜୋତ କୌର ଲୋକମାନଙ୍କୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଜେଲରେ ସିଦ୍ଧୁଙ୍କୁ ନ ଭେଟିବାକୁ ନିବେଦନ କରିଛନ୍ତି। ୩୪ ବର୍ଷ ପୁରୁଣା ୧୯୮୮ ରୋଡ଼ରେଜ ମାମଲାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।  ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ପରେ ସିଦ୍ଧୁଙ୍କୁ ଜେଲକୁ ପଠାଯାଇଥିଲା।

ଏହାପୂର୍ବରୁ ଏହି ମାମଲାରେ କୋର୍ଟ ସିଦ୍ଧୁଙ୍କ ଉପରେ ୧୦୦୦ ଟଙ୍କା ଜରିମାନା କରିଥିଲେ। ପରେ ସୁପ୍ରିମକୋର୍ଟ, ମେ ୨୦୧୮ର ରାୟ ସମୀକ୍ଷା କରିବା ପରେ ତାଙ୍କୁ ଏକ ବର୍ଷ ଦଣ୍ଡିତ କରିଥିଲେ। ୧୯୮୮ ରୋଡ଼ରେଜ ମାମଲାରେ ପଟିଆଲା ନିବାସୀ ଗୁରୁନମ ସିଂ ଆହତ ହୋଇଥିଲେ। କିଛି ଦିନ ପରେ ଗୁରୁନାମଙ୍କର ମୃତ୍ୟୁ ହୋଇଥିଲା।

ମେ ୨, ୨୦୧୮ରେ, ସର୍ବୋଚ୍ଚ ଅଦାଲତ ପଞ୍ଜାବ ଓ ହରିୟାଣା କୋର୍ଟର ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ହାଇକୋର୍ଟ ସିଦ୍ଧୁଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
Published by:Soumya Das
First published: