ଆଜି କଂଗ୍ରେସର ବରିଷ୍ଠ ନେତାଙ୍କୁ ଦିଲ୍ଲୀରେ ଭେଟିବେ ନବଜୋତ ସିଂ ସିଦ୍ଧୁ; ପଞ୍ଜାବ କଂଗ୍ରେସ ଉପରେ ହେବ ଆଲୋଚନା

ସେପ୍ଟେମ୍ବର ୨୮ରେ ସିଦ୍ଧୁ ଦଳର ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ସୋସିଆଲ ମିଡ଼ିଆରେ ସେ ତାଙ୍କ ଇସ୍ତଫା ପତ୍ର ମଧ୍ୟ ଶେୟାର କରିଥିଲେ। ତେବେ ତାଙ୍କ ଇସ୍ତଫା ସମ୍ପର୍କରେ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।

ଆଜି କଂଗ୍ରେସର ବରିଷ୍ଠ ନେତାଙ୍କୁ ଦିଲ୍ଲୀରେ ଭେଟିବେ ନବଜୋତ ସିଂ ସିଦ୍ଧୁ

ଆଜି କଂଗ୍ରେସର ବରିଷ୍ଠ ନେତାଙ୍କୁ ଦିଲ୍ଲୀରେ ଭେଟିବେ ନବଜୋତ ସିଂ ସିଦ୍ଧୁ

  • Share this:
News18 Odia Digital

ନୂଆ ଦିଲ୍ଲୀ: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ନବଜୋତ ସିଂ ସିଦ୍ଧୁ ପ୍ରଥମ ଥର ପାଇଁ ଦଳର ବରିଷ୍ଠ ନେତାଙ୍କୁ ଭେଟିବାକୁ ଯାଉଛନ୍ତି। ସେ ଆଜି ତଥା ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ପହଞ୍ଚି ଦଳ ସହ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟ ମନ୍ତ୍ରୀ ହରିଶ ରାୱତ ମଧ୍ୟ ଏକ ଟ୍ବିଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସିଦ୍ଧୁ ଗତ ସେପ୍ଟେମ୍ବର ୨୮ରେ ସଭାପତି ପଦ ଛାଡ଼ିବାକୁ ପ୍ରସ୍ତାବ ଦେଇଥିଲେ।

ଗୁରୁବାର ଦିନ ଦିଲ୍ଲୀରେ ପହଞ୍ଚି ସିଦ୍ଧୁ ଦଳର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ଓ ରାୱତଙ୍କୁ ଭେଟିବେ। ଗତ ୧୨ ତାରିଖରେ ରାୱତ ଟ୍ବିଟ କରି କହିଥିଲେ, ‘‘ପଞ୍ଜାବ କଂଗ୍ରେସ କମିଟି ସହ ଜଡ଼ିତ ସଙ୍ଗଠନ ପ୍ରସଙ୍ଗରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ମୋତେ ଓ କେସି ଭେନୁଗୋପାଲଙ୍କୁ ଭେଟିବେ।’’

ଗତ ସେପ୍ଟେମ୍ବର ୨୮ରେ ସିଦ୍ଧୁ ଦଳର ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ସୋସିଆଲ ମିଡ଼ିଆରେ ସେ ତାଙ୍କ ଇସ୍ତଫା ପତ୍ର ମଧ୍ୟ ଶେୟାର କରିଥିଲେ। ତେବେ ତାଙ୍କ ଇସ୍ତଫା ସମ୍ପର୍କରେ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଉଭୟ କଂଗ୍ରେସ ହାଇକମାଣ୍ଡ ଓ ସିଦ୍ଧୁଙ୍କ ଉପରେ ଏ ବାବଦରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ସିଦ୍ଧୁ ତାଙ୍କ ଇସ୍ତଫା ଘୋଷଣା କରିବାର କିଛି ଦିନ ପରେ ପଞ୍ଜାବର ମୁଖ୍ୟ ମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କୁ ଭେଟିଥିଲେ।

ବିଶେଷ କଥା ହେଉଛି କଂଗ୍ରେସ କାର୍ଯ୍ୟ କମିଟି ବୈଠକକୁ ମାତ୍ର ଦୁଇ ଦିନ ବାକି ଥିବାବେଳେ ସେହି ସମୟରେ ବରିଷ୍ଠ ନେତାଙ୍କ ସହ ସିଦ୍ଧୁଙ୍କ ବୈଠକ ଅନୁଷ୍ଠିତ ହେଉଛି। କୁହାଯାଉଛି ଯେ ଆଗାମୀ ବିଧାନସଭା ନିର୍ବାଚନ CWC ବୈଠକରେ ଚର୍ଚ୍ଚାର ବିଷୟ ହେବ।

ଏଠାରେ ଦୀର୍ଘ ଦିନ ଧରି ପଞ୍ଜାବ କଂଗ୍ରେସରେ ଅସ୍ଥିରତାର ପରିବେଶ ଚାଲିଆସୁଛି। ମୁଖ୍ୟ ମନ୍ତ୍ରୀ ପଦ ଛାଡ଼ିବା ପରଠାରୁ କ୍ୟାପ୍ଟେନ ଅମରିନ୍ଦର ସିଂ ମଧ୍ୟ ସିଦ୍ଧୁଙ୍କ ସମେତ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରୁଛନ୍ତି। ସେ ଖୁବ ଶୀଘ୍ର ଏକ ନୂଆ ରାଜନୈତିକ ଦଳ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ସିଦ୍ଧୁଙ୍କୁ ରାଜ୍ୟ ସଭାପତି ହେବାର କିଛି ସମୟ ପରେ କ୍ୟାପ୍ଟେନ ସିଏମ୍ ପଦ ଛାଡ଼ିଥିଲେ।

ପରେ, ସିଏମ୍ ଚାନ୍ନିଙ୍କ କ୍ୟାବିନେଟର ସମ୍ପ୍ରସାରଣର କିଛି ସମୟ ପରେ ସିଦ୍ଧୁ ମଧ୍ୟ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ତେବେ ସେତେବେଳେ ଦଳ ଏହାକୁ ଗ୍ରହଣ କରିନଥିଲା ।
Published by:Lipina Das
First published: