କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ; "ପଞ୍ଜାବ ଉନ୍ନତି ପାଇଁ ଅପେକ୍ଷା ବୁଝାମଣା କରିବିନି"

ନବଜୋତ ସିଂ ସିଦ୍ଧୁ ମଙ୍ଗଳବାର ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିରୁ ଇସ୍ତଫା ଦେଇଛନ୍ତି। ପ୍ରାୟ ଦୁଇମାସ ପୂର୍ବେ ଜୁଲାଇ ୨୩ରେ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

ନବଜୋତ ସିଂ ସିଦ୍ଧୁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି (ପ୍ରତୀକାତ୍ମକ ଛବି)

ନବଜୋତ ସିଂ ସିଦ୍ଧୁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia digital

ନୂଆ ଦିଲ୍ଲୀ: ନବଜୋତ ସିଂ ସିଦ୍ଧୁ ମଙ୍ଗଳବାର ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିରୁ ଇସ୍ତଫା ଦେଇଛନ୍ତି। ପ୍ରାୟ ଦୁଇମାସ ପୂର୍ବେ ଜୁଲାଇ ୨୩ରେ ନବଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

ସେପ୍ଟେମ୍ବର ୧୮ରେ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ବିଧାନସଭା ଦଳର ନେତା ଭାବରେ ମନୋନୀତ ହୋଇଥିବା ଚରଣଜିତ ସିଂ ଚନ୍ନିଙ୍କୁ ସେପ୍ଟେମ୍ବର ୨୦ରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରାଯିବା ପରେ ସିଦ୍ଧୁଙ୍କ ପଦକ୍ଷେପକୁ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରାଯାଇଛି।

କଂଗ୍ରେସ ଅଧ୍ଯକ୍ଷ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇଥିବା ତାଙ୍କ ଇସ୍ତଫା ପତ୍ରରେ ସିଦ୍ଧୁ ଲେଖିଛନ୍ତି ଯେ ଜଣେ ବ୍ୟକ୍ତିଙ୍କ ଚରିତ୍ରର ଅବନତି ଆପୋଷ ବୁଝାମଣା ଠାରୁ ଆରମ୍ଭ ହୋଇଛି।  ପଞ୍ଜାବର ଭବିଷ୍ୟତ ଓ ଉନ୍ନତି ସହିତ ମୁଁ କଦାପି ଆପୋଷ ବୁଝାମଣା କରିପାରିବି ନାହିଁ। ଏଭଳି ପରିସ୍ଥିତିରେ ମୁଁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଉଛି।  ମୁଁ କଂଗ୍ରେସ ପାଇଁ କାର୍ଯ୍ୟ ଜାରି ରଖିବି। ”

ରାଜ୍ୟ ସଭାପତି ପଦ ଗ୍ରହଣ କରିବା ପୂର୍ବରୁ ସିଦ୍ଧୁ ୨୦୧୯ରେ ତାଙ୍କ ବିଭାଗରୁ ହଟାଯିବା ପରେ ରାଜ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ୨୦୧୭ରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (କଂଗ୍ରେସ)ରୁ କଂଗ୍ରେସକୁ ଯାଇଥିଲେ।
Published by:Soumya Das
First published: