News18 Odia Digital
Road Rage Case: ୧୯୮୮ର ରୋଡ଼ ରେଜ ମାମଲାରେ କ୍ରିକେଟରରୁ ରାଜନେତା ସାଜିଥିବା ନବଜୋତ ସିଂ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସିଦ୍ଧୁଙ୍କୁ ଦିଆଯାଇଥିବା ଦଣ୍ଡ ପ୍ରସଙ୍ଗରେ ପୀଡିତାଙ୍କ ପରିବାର ପକ୍ଷରୁ ଦାଖଲ ହୋଇଥିବା ସମୀକ୍ଷା ଆବେଦନକୁ ଜଷ୍ଟିସ୍ ଏମ୍ ଖାନୱିଲକର ଓ ଏସ.କେ କୌଲଙ୍କ ଏକ ବେଞ୍ଚ ଅନୁମତି ଦେଇଛି। ଏହି ଶୁଣାଣି ପରେ ନବଜୋତ ପ୍ରତିକ୍ରିୟା ରଖିଛନ୍ତି।
ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହେବାପରେ ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ ସେ ଏହି ନିୟମ ପାଳନ କରିବେ।
ସିଦ୍ଧୁଙ୍କ ବିରୋଧରେ ୩୪ ବର୍ଷ ପୂର୍ବେ ଆଇପିସିର ଧାରା ୩୨୩ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଏଥିପାଇଁ ଏକ ବର୍ଷ ପର୍ଯ୍ୟନ୍ତ ସଜା ହୋଇପାରେ। କୋଟୱାଲି ପୋଲିସ ଷ୍ଟେସନରେ ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୁପିନ୍ଦରଙ୍କ ବିରୋଧରେ ଦୋଷୀ ସାବ୍ୟସ୍ତ ହତ୍ୟା ମାମଲା ରୁଜୁ ହୋଇଥିଲା । ସେନସ୍ କୋର୍ଟରେ ମାମଲା ଚାଲିଥିଲା। ୧୯୯୯ରେ, ସେସନ୍ସ କୋର୍ଟ ଏହି ମାମଲାକୁ ଖାରଜ କରିଦେଇଥିଲେ । ୨୦୦୨ରେ ପଞ୍ଜାବ ସରକାର ସିଦ୍ଧୁଙ୍କ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ ।
ଡିସେମ୍ବର ୨୦୦୬ରେ ହାଇକୋର୍ଟଙ୍କ ନିଷ୍ପତ୍ତି ଆସିଥିଲା । ହାଇକୋର୍ଟ ସିଦ୍ଧୁ ଏବଂ ସାନ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏଥିସହ ୧ ଲକ୍ଷ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।