କଂଗ୍ରେସକୁ ପ୍ରତ୍ୟାଖାନ ପରେ PKଙ୍କୁ ଭେଟିଲେ ସିଦ୍ଧୁ; ସେୟାର କଲେ ଫୋଟ

ପ୍ରଶାନ୍ତ କିଶୋର ଦାୟିତ୍ୱ ଗ୍ରହଣ କରିବାକୁ କଂଗ୍ରେସର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ନିଷ୍ପତ୍ତି ପରେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁ ତାଙ୍କୁ ଭେଟି ପ୍ରଶାନ୍ତ କିଶୋରଙ୍କ ସହ ଏକ ଫଟୋ ସେୟାର କରି ତାଙ୍କୁ ପୁରୁଣା ବନ୍ଧୁ ବୋଲି କହିଛନ୍ତି।

ପ୍ରଶାନ୍ତ କିଶୋର ଓ ସିଦ୍ଧୁ (ପ୍ରତୀକାତ୍ମକ ଛବି)

ପ୍ରଶାନ୍ତ କିଶୋର ଓ ସିଦ୍ଧୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମଙ୍ଗଳବାର ଦିନ କଂଗ୍ରେସରେ ଯୋଗଦେବା ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି। ଦଳର ଯୋଗଦାନ ତଥା ନିର୍ବାଚନର ଦାୟିତ୍ୱ ଗ୍ରହଣ କରିବାକୁ କଂଗ୍ରେସର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଶାନ୍ତ କିଶୋରଙ୍କ ଏହି ନିଷ୍ପତ୍ତି ପରେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁ ତାଙ୍କୁ ଭେଟି ପ୍ରଶାନ୍ତ କିଶୋରଙ୍କ ସହ ଏକ ଫଟୋ ସେୟାର କରି ତାଙ୍କୁ ପୁରୁଣା ବନ୍ଧୁ ବୋଲି କହିଛନ୍ତି।

ପି.କେଙ୍କ ଫଟୋ ସେୟାର କରି ସିଦ୍ଧୁ ଏହା କହିଛନ୍ତି

ପ୍ରଶାନ୍ତ କିଶୋରଙ୍କ ସହ ଏକ ଫଟୋ ସେୟାର କରି ନବଜୋତ ସିଂ ସିଦ୍ଧୁ ଟ୍ୱିଟ କରି କହିଛନ୍ତି, 'ମୋର ପୁରୁଣା ବନ୍ଧୁ ପି.କେ.  ପୁରୁଣା ମଦ, ପୁରୁଣା ସୁନା ଓ ପୁରୁଣା ବନ୍ଧୁ ଏବେବି ସର୍ବଶ୍ରେଷ୍ଠ !!! '



କଂଗ୍ରେସର ପ୍ରସ୍ତାବକୁ ପ୍ରଶାନ୍ତ କିଶୋର ପ୍ରତ୍ୟାଖ୍ୟାନ କରିଛନ୍ତି



ପ୍ରଶାନ୍ତ କିଶୋର ଟ୍ୱିଟ୍ କରି କହିଛନ୍ତି ଯେ କଂଗ୍ରେସ ଦଳରେ ଯୋଗଦେବା ଇ ନିର୍ବାଚନର ଦାୟିତ୍ୱ ଗ୍ରହଣ କରିବା ପାଇଁ କଂଗ୍ରେସର ଉଦାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥିସହିତ ସେ କହିଛନ୍ତି ଯେ ପରିବର୍ତ୍ତନଶୀଳ ସଂସ୍କାର ମାଧ୍ୟମରେ ଗଭୀରତମ ସମସ୍ୟାର ସମାଧାନ ପାଇଁ ଦଳ ମୋ ଅପେକ୍ଷା ଅଧିକ ନେତୃତ୍ୱ ଓ ସାମୂହିକ ଇଚ୍ଛାଶକ୍ତି ଆବଶ୍ୟକ କରେ।
Published by:Soumya Das
First published: