ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଶେଷରେ ନବଜୋତ୍ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ହେଲେ; CMଙ୍କ ସହ କଳହ ଚାଲିଥିଲା

ଶେଷରେ ନବଜୋତ୍ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ହେଲେ; CMଙ୍କ ସହ କଳହ ଚାଲିଥିଲା

ସିଦ୍ଧୁଙ୍କ ସହିତ ଚାରି ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ବି ନିଯୁକ୍ତି ଦେଇଛି କଂଗ୍ରେସ ହାଇକମାଣ୍ଡ । ସେମାନଙ୍କ ମଧ୍ୟରେ ଜଣେ ଦଳିତ ଶିଖ୍, ଜଣେ ଓବିସି, ଜଣେ ହିନ୍ଦୁ ଓ ଜଣେ ଜଟ୍ ଶିଖ୍ ଅଛନ୍ତି ।

ଶେଷରେ ନବଜୋତ୍ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ହେଲେ; CMଙ୍କ ସହ କଳହ ଚାଲିଥିଲା
ନବଜୋତ ସିଂ ସିଦ୍ଧୁ
  • News18 Odia
  • Last Updated: July 18, 2021, 11:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଚଣ୍ଡିଗଡ଼/ନୂଆ ଦିଲ୍ଲୀ: ପଞ୍ଜାବ ମୁଖ୍ୟ ମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ (Captain Amarinder Singh) ସହ ମାସ ମାସ ଧରି ତିକ୍ତ ବିବାଦ ଜାରି ରଖିବା ପରେ ରବିବାର ଦିନ କଂଗ୍ରେସ ବିଧାୟକ ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ପଞ୍ଜାବ କଂଗ୍ରେସର ସଭାପତି (Punjab Congress president) ଭାବରେ ନିଯୁକ୍ତ ହୋଇଛନ୍ତି।

ସିଦ୍ଧୁଙ୍କ ସହିତ ଚାରି ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ବି ନିଯୁକ୍ତି ଦିଆଯାଇଛି – ସଙ୍ଗତ ସିଂ ଗିଲଜିଆନ୍, ସୁଖବିନ୍ଦର ସିଂ ଡାନି, ପୱନ୍ ଗୋଏଲ ଓ କୁଜିତ ସିଂ ନାଗ୍ରା । ଡାନି, ଯିଏ ଜଣେ ଦଳିତ ଶିଖ୍, ସେ ରାହୁଳ ଗାନ୍ଧୀଙ୍କ ପସନ୍ଦ ।ସଙ୍ଗତ ସିଂ ଜଣେ ଓବିସି ହୋଇଥିବା ବେଳେ ଗୋଏଲ ଜଣେ ହିନ୍ଦୁ ଓ ନାଗ୍ରା ଜଣେ ଜଟ ଶିଖ୍ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଇଏ ଜଣେ ମା’; ନାମ ଭାଗ୍ୟଲକ୍ଷ୍ମୀ; ନିଜ ଦୁଇ କୁନି ପୁଅଝିଅଙ୍କୁ କୂଅରେ ପକେଇ ମାରିଦେଲେ

‘‘କଂଗ୍ରେସ ନବଜୋତ ସିଂ ସିଦ୍ଧୁଙ୍କୁ ତୁରନ୍ତ ପ୍ରଭାବରେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ନିଯୁକ୍ତ କରିଛି,’’ ଏକ ବିବୃତ୍ତିରେ କହିଛି କଂଗ୍ରେସ । ଏହି ବିବୃତ୍ତିରେ କୁହାଯାଇଛି ଯେ ବିଦାୟୀ ପିସିସି ସଭାପତି ସୁନୀଲ ଜାଖଡ଼ଙ୍କ ଅବଦାନକୁ ଦଳ ପ୍ରଶଂସା କରୁଛି । ସିକ୍କିମ, ନାଗାଲାଣ୍ଡ ଓ ତ୍ରିପୁରାରେ ଦଳର ବ୍ୟାପାର ଦାୟିତ୍ୱରେ ଥିବା ନାଗ୍ରାଙ୍କୁ ସେହି ଦାୟିତ୍ୱରୁ ମୁକ୍ତ କରାଯାଇଛି ।

୨୦୧୫ର ଏକ ମାମଲାରେ ନ୍ୟାୟ ମିଳିବାରେ ବିଳମ୍ବ ହେବା ପର ଠାରୁ ସିଦ୍ଧୁ ଅମରେନ୍ଦର୍‌ ସିଂଙ୍କ ସହ କଳହରେ ଲିପ୍ତ ରହିଛନ୍ତି । ପାର୍ଟିରେ ଅଦଳବଦଳ ହେବା ପୂର୍ବରୁ ଶେଷ ମୁହୂର୍ତ୍ତର ରଣନୀତି ପ୍ରସ୍ତୁତ କରିବାକୁ ଉଭୟ ନିକଟରେ ଚଣ୍ଡିଗଡ଼ ଓ ପଞ୍ଜାବର ଅନ୍ୟାନ୍ୟ ସ୍ଥାନରେ ବୈଠକ କରିଛନ୍ତି ।

ଏହା ବି ପଢ଼ନ୍ତୁ | ପାରଳାଖେମୁଣ୍ଡିର ACF ସୌମ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ହତ୍ଯା? ସେ ଘରେ ତ କେଉଁଠି ନିଆଁ ଲାଗିବାର ଚିହ୍ନ ମିଳୁନି

ସିଦ୍ଧୁ ପଞ୍ଜାବରେ କ୍ୟାପଟେନଙ୍କ ଉତ୍ତରାଧିକାରୀ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହି କ୍ରିକେଟର୍‌ ତଥା ତାଙ୍କର ବଡ଼ ସମାଲୋଚକଙ୍କୁ ଦଳରେ କୌଣସି ପ୍ରମୁଖ ପଦବୀ ଦିଆଯିବାକୁ ନେଇ ଅମରିନ୍ଦର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି କହିଥିଲେ ଯେ ସିଦ୍ଧୁଙ୍କୁ ଦଳରେ ପ୍ରମୁଖ ପଦବୀ ଦିଆଗଲେ ରାଜ୍ୟରେ କଂଗ୍ରେସ ବିଭାଜିତ ହୋଇଯିବ ।

ଏହା ପୂର୍ବରୁ ପଞ୍ଜାବରେ କଂଗ୍ରେସ ବିଧାୟକମାନେ କ୍ୟାପଟେନଙ୍କ ସମର୍ଥନରେ ବାହାରିଥିଲେ । ଦଳର ବରିଷ୍ଠ ନେତା ସୁଖପାଲ ଖୈରା ୧୦ ଜଣ କଂଗ୍ରେସ ବିଧାୟକଙ୍କ ସମର୍ଥନ ଥିବା ଦାବି କରି ଅମରିନ୍ଦର ସିଂଙ୍କୁ ହତାଶ ନ କରିବାକୁ ପାର୍ଟି ହାଇକମାଣ୍ଡଙ୍କୁ ଅନୁରୋଧ କରି କହିଥିଲେ ଯେ ଅମରିନ୍ଦରଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ପଞ୍ଜାବରେ କଂଗ୍ରେସ ଦୃଢ଼ ସ୍ଥିତିରେ ଅଛି ।

ଏହା ବି ପଢ଼ନ୍ତୁ | ରାଜ୍ୟରେ ଖୋଲିବ ସ୍କୁଲ୍‌: ୨୬ ତାରିଖରୁ ଦଶମ ଓ ଦ୍ବାଦଶ କ୍ଲାସ୍‌ ହେବ; ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପଢ଼ା

ନିକଟରେ ଆମ୍ ଆଦମୀ ପାର୍ଟିରୁ (ଆପ୍‌) କଂଗ୍ରେସକୁ ଯାଇଥିବା ଖୈରା ଏକ ମିଳିତ ବିବୃତ୍ତିରେ କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ରାଜ୍ୟ ପିସିସି ମୁଖ୍ୟଙ୍କ ନିଯୁକ୍ତି ପାର୍ଟି ହାଇକମାଣ୍ଡଙ୍କ ଅଧିକାର କ୍ଷେତ୍ରରେ ଅନ୍ତର୍ଭୁକ୍ତ, ହେଲେ “ସର୍ବସାଧାରଣ ସ୍ଥାନରେ ମଇଳା ଲୁଗା ଧୋଇବା ଯୋଗୁଁ ଗତ ଦୁଇ ମାସ ମଧ୍ୟରେ ପାର୍ଟିର ଗ୍ରାଫ୍ ତଳକୁ ଯାଇଛି ।’’

ଏହା ବି ପଢ଼ନ୍ତୁ | ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରକୁ ଫେରିଆସିବା ପରେ ନବୀନ ନିଜ ମନ୍ତ୍ରୀମଣ୍ଡଳ ବିସ୍ତାର କରିବେ

ବିଧାୟକମାନେ କହିଛନ୍ତି ଯେ କ୍ୟାପଟେନଙ୍କ କାରଣରୁ ହିଁ ୧୯୮୪ ମସିହାରେ ଦାରବାର ସାହିବ ଉପରେ ହୋଇଥିବା ଆକ୍ରମଣ ଓ ଦିଲ୍ଲୀରେ ତଥା ଦେଶର ଅନ୍ୟାନ୍ୟ ସ୍ଥାନରେ ଶିଖମାନଙ୍କ ଗଣହତ୍ୟା ପରେ ପଞ୍ଜାବରେ କଂଗ୍ରେସ ଦଳ ପୁଣି ଥରେ କ୍ଷମତା ହାସଲ କରିଥିଲା ।



ମୁଖ୍ୟ ମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ଖୁସିରେ ରଖିବାକୁ ପ୍ରୟାସ କରିବା ପାଇଁ ତାଙ୍କୁ ଭେଟିବାକୁ ଏଆଇସିସି ସାଧାରଣ ସମ୍ପାଦକ ତଥା ପଞ୍ଜାବର ଦାୟିତ୍ୱରେ ଥିବା ହରିଶ ରାୱତ ଶନିବାର ଦିନ ଚଣ୍ଡିଗଡ଼ ଆସିଥିଲେ । ଅମରିନ୍ଦରଙ୍କ ସହ ବୈଠକ ପରେ ରାୱତ ଏକ ଟ୍ୱିଟ୍ କରି କହିଥିଲେ ଯେ ଅମରିନ୍ଦର ଏହି ପ୍ରସଙ୍ଗରେ ଦଳର ନିଷ୍ପତ୍ତିକୁ ଗ୍ରହଣ କରିବେ । କିନ୍ତୁ ସେ କହିଥିଲେ ଯେ ଅମରିନ୍ଦର କହିଛନ୍ତି ସେ ନବଜୋତ ସିଦ୍ଧୁଙ୍କୁ ଭେଟିବେ ନାହିଁ ଯେପର୍ଯ୍ୟନ୍ତ ସେ ନିଜ ‘‘ଅପମାନଜନକ ଟ୍ୱିଟ୍‌ ଓ ସାକ୍ଷାତକାର’’ ପାଇଁ କ୍ଷମା ନ ମାଗିଛନ୍ତି ।
Published by: Anand ST Das
First published: July 18, 2021, 11:05 PM IST