ସରେଣ୍ଡର କରିବାକୁ ଆଉ କିଛି ସମୟ ମାଗିରେ ନବଜୋତ ସିଂ ସିଦ୍ଧୁ
News18 Odia Digital
Navjot Singh Sidhu Asks More Time To Surrender: ନବଜୋତ ସିଂ ସିଦ୍ଧୁଙ୍କ ତରଫରୁ ତାଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭି ଆତ୍ମସମର୍ପଣ ପାଇଁ ସୁପ୍ରିମକୋର୍ଟରୁ ଅଧିକ ସମୟ ଦାବି କରିଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅଭିଷେକ ମନୁ ଆତ୍ମସମର୍ପଣ କରିବାକୁ କିଛି ସପ୍ତାହ ସମୟ ଦାବି କରିଛନ୍ତି।
ଯେତେବେଳେ ସିଦ୍ଧୁଙ୍କ ଓକିଲ ଆତ୍ମସମର୍ପଣ କରିବାକୁ ଅଧିକ ସମୟ ମାଗିଲେ ସେତେବେଳେ ଜଷ୍ଟିସ ଖାନୱିଲକରଙ୍କ ବେଞ୍ଚ ସିଙ୍ଘଭିଙ୍କୁ ଏହି ସମ୍ବନ୍ଧରେ ଉପଯୁକ୍ତ ଆବେଦନ କରିବାକୁ ଓ ଭାରତର ପ୍ରଧାନ ବିଚାରପତିଙ୍କ ବେଞ୍ଚରେ ଶୁଣାଣି ପାଇଁ ଅନୁରୋଧ କରିବାକୁ କହିଥିଲେ।
ଅଭିଷେକ ମନୁ ଚାହୁଁଥିଲେ ଜଷ୍ଟିସ ଖାନୱିଲକରଙ୍କ ବେଞ୍ଚ ଆଜି ତାଙ୍କ ଆବେଦନ ଶୁଣାଣି କରିବ। କିନ୍ତୁ ଜଷ୍ଟିସ ଖାନୱିଲକର କହିଛନ୍ତି ଯେ ଏହା ଉପରେ ଶୁଣାଣି ପାଇଁ ଏକ ସ୍ୱତନ୍ତ୍ର ବେଞ୍ଚ ଗଠନ କରାଯିବ। ଆଉ ନିଜ ପକ୍ଷକୁ CJIର ବେଞ୍ଚ ଆଗରେ ରଖିବାକୁ କହିଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।