News18 Odia Digital
Navjot Singh Siddhu released jail: କଂଗ୍ରେସ (Congress) ନେତା ନବଜୋତ ସିଂ ସିଦ୍ଧୁ (Navjot Singh Siddhu)୧୦ ମାସ ପରେ ଜେଲରୁ ବାହାରିଛନ୍ତି। ଗତ ବର୍ଷ ମେ ୧୯ରେ ସୁପ୍ରିମକୋର୍ଟ (Suprem Court) ସିଦ୍ଧୁଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। କିନ୍ତୁ ନବଜୋତ ସିଂ ସିଦ୍ଧୁଙ୍କର ଭଲ ଆଚରଣ ଯୋଗୁଁ ଦୁଇ ମାସ ପୂର୍ବରୁ ତାଙ୍କୁ ମୁକ୍ତ କରାଯାଇଛି।
ସିଦ୍ଧୁ ପଟିଆଲା ଜେଲରୁ ବାହାରିବା ମାତ୍ରେ ଗଣମାଧ୍ୟମ ସହ କଥା ହୋଇଥିଲେ। ସିଦ୍ଧୁ ମୁକ୍ତ ହେବା ପୂର୍ବରୁ ଅନେକ କଂଗ୍ରେସ କର୍ମୀ ପଟିଆଲା ଜେଲ ବାହାରେ ପହଞ୍ଚିଥିଲେ। ସିଦ୍ଧୁଙ୍କୁ ପଟିଆଲା ଜେଲ ବାହାରେ ଡ୍ରମ୍ ଓ ବାଜା ବଜାଇ ସ୍ୱାଗତ କରାଯାଇଥିଲା।
ସେ ଜେଲରୁ ବାହାରିବା ମାତ୍ରେ କଂଗ୍ରେସ ନେତା ସିଦ୍ଧୁ ସରକାରଙ୍କ ଉପରେ ଆକ୍ରମଣ କରିଥିଲେ। ସେ କହିଛନ୍ତି, ‘‘ଗଣତନ୍ତ୍ର ଭଳି କିଛି ବାକି ନାହିଁ। ପଞ୍ଜାବରେ ରାଷ୍ଟ୍ରପତିଙ୍କ ଶାସନ ଆଣିବାକୁ ଏକ ଷଡ଼ଯନ୍ତ୍ର କରାଯାଉଛି, ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି।’’ ସିଦ୍ଧୁ ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଯେ ଯଦି ଆପଣ ପଞ୍ଜାବକୁ ଦୁର୍ବଳ କରିବାକୁ ଚେଷ୍ଟା କରନ୍ତି ତେବେ ଆପଣ ନିଜେ ଦୁର୍ବଳ ହୋଇଯିବେ।
ପ୍ରକାଶ ଥାଉକି ୧୯୮୮ରେ ଏହି ଘଟଣାଟି ଘଟିଥିଲା। ଯେଉଁଥି ପାଇଁ ୧୦ ମାସରେ ଜେଲରେ ବନ୍ଦ ଥିଲେ ସିଦ୍ଧୁ। କାର ପାର୍କିଂରୁ ନେଇ ପଟିଆଲାର ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ସହ ସିଦ୍ଧୁଙ୍କର ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସିଦ୍ଧୁ ଓ ତାଙ୍କ ସହ କାରରେ ଥିବା ତାଙ୍କ ବନ୍ଧୁ ସେହି ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ବ୍ୟକ୍ତି ଜଣଙ୍କ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସା ସତ୍ତ୍ବେ ସେହି ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଥିଲା।
ପଢ଼ନ୍ତୁ ଏହି ଖବର: ସାମ୍ନାକୁ ଆସିଲା ବଡ଼ ଖବର! ATM ଟ୍ରାଞ୍ଜେକ୍ସନ ଫେଲ୍ ହେଲେ ଏଥର ଆପଣ ଭରିବେ ଟଙ୍କାଏନେଇ ମୃତକଙ୍କ ପରିବାର ସଦସ୍ୟ ସିଦ୍ଧୁ ଓ ତାଙ୍କ ବନ୍ଧୁଙ୍କ ବିରୋଧରେ ହତ୍ୟାକାଣ୍ଡ ବୋଲି ଦର୍ଶାଇ ଏତାଲ ଦେଇଥିଲେ। ଏହି ମାମଲାର ଶୁଣାଣି ଜାରି ରହିଥିବା ବେଳେ ଗତ ବର୍ଷ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।