ରାହୁଲ ଗାନ୍ଧିଙ୍କୁ ନୂଆ ସମନ ପଠାଇଲା ED
News18 Odia Digital
Money Laundering Case: ନ୍ୟାସନାଲ ହେରାଲ୍ଡ ମାମଲାର କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନୂଆ ସମନ ପଠାଇଛି। ସୂଚନାନୁସାରେ, ଜୁନ ୧୩-୧୪ରେ ଇଡି ତାଙ୍କ ହାଜର ହେବାକୁ ଆହ୍ବାନ କରିଛି।
କଂଗ୍ରେସ ଗୁରୁବାର ଦିନ କହିଛି ଯେ ପାର୍ଟି ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ ହିଁ ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ସେ ଜୁନ୍ ୮ରେ ଇଡିରେ ହାଜର ହେବେ।
ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜୱାଲା ଗୁରୁବାର ଟ୍ବିଟ କରି ଏହି ସୂଚନା ଦେଇଥିଲେ। କଂଗ୍ରେସ ସୂତ୍ର ଅନୁଯାୟୀ ଦଳର ସଙ୍ଗଠନର ସାଧାରଣ ସମ୍ପାଦକ କେସି ଭେଣୁଗୋପାଲ ମଧ୍ୟ କରୋନା ଜୀବାଣୁ ସଂକ୍ରମିତ ହୋଇଛନ୍ତି।
ସୁରଜୱାଲା କହିଛନ୍ତି, ‘‘ସୋନିଆ ଗାନ୍ଧି ଗତ ସପ୍ତାହରୁ ନେତା ଓ କର୍ମୀଙ୍କ ସହ ଆଲୋଚନା କରୁଥିଲେ। ଏହି ଲୋକଙ୍କ ମଧ୍ୟରୁ କେତେକ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବୁଧବାର ସନ୍ଧ୍ୟାରେ କଂଗ୍ରେସ ଅଧ୍ୟକ୍ଷ ମଧ୍ୟ ସାମାନ୍ୟ ଜ୍ୱରରେ ପୀଡିତ ହୋଇ କୋଭିଡର ଅନ୍ୟ କିଛି ଲକ୍ଷଣ ଦେଖାଇଥିଲେ। ଯାଞ୍ଚ ବେଳେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲେ।’’
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।