News18 Odia Digital
ନୂଆ ଦିଲ୍ଲୀ: ସୋମବାର ଦିନ ଦିଲ୍ଲୀ ହାଇ କୋର୍ଟ ନ୍ୟାସନାଲ ହେରାଲ୍ଡ ମାମଲାରେ ନିମ୍ନ ଅଦାଲତରେ ଶୁଣାଣି ସ୍ଥଗିତ ରଖି କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କ ଆବେଦନ ଉପରେ ଜବାବ ମାଗିଛନ୍ତି ।
ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ନ୍ୟାସନାଲ ହେରାଲ୍ଡ ମାମଲାରେ ଦିଲ୍ଲୀ ହାଇ କୋର୍ଟରେ ନିମ୍ନ ଅଦାଲତର ରାୟକୁ ଚ୍ୟାଲେଞ୍ଜ କରିଛନ୍ତି । ନିମ୍ନ ଅଦାଲତ ତାଙ୍କ ଆବେଦନରେ ଉପସ୍ଥାପିତ ହୋଇଥିବା ପ୍ରମୁଖ ପ୍ରମାଣ ଆଧାରରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ତାଙ୍କ ପୁଅ ରାହୁଲ ଗାନ୍ଧୀ ଓ ଅନ୍ୟମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଅନୁମତି ପାଇଁ ମନା କରିଦେଇଥିଲେ ।
ଜଷ୍ଟିସ ସୁରେଶ କୈତ ସୋନିଆ ଓ ରାହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସଚିବ ଓସ୍କାର ଫର୍ଣ୍ଣାଣ୍ଡିସ୍, ସୁମନ ଦୁବେ, ସୋମ ପିତ୍ରୋଦା ଓ 'ୟଙ୍ଗ ଇଣ୍ଡିଆ' (YI) କୁ ୧୨ ଏପ୍ରିଲ ସୁଦ୍ଧା ସ୍ୱାମୀଙ୍କ ଆବେଦନର ଜବାବ ଦେବାକୁ କହିଛନ୍ତି ।
ବିଜେପି ସାଂସଦଙ୍କ ପକ୍ଷରୁ ଓକିଲ ସତ୍ୟ ସାବରୱାଲ ହାଜର ହୋଇଥିଲେ ଓ ଗାନ୍ଧୀ ପରିବାର ଓ ଅନ୍ୟମାନଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ତରୁଣମ୍ ଖେମା ହାଇ କୋର୍ଟଙ୍କ ନୋଟିସ୍ ଜାରିକୁ ନିଶ୍ଚିତ କରିଛନ୍ତି ଓ ଶୁଣାଣିକୁ ଏପ୍ରିଲ୍ ୧୨ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।
ବିଜେପି ନେତା ନିମ୍ନ ଅଦାଲତରେ ବ୍ୟକ୍ତିଗତ ଅପରାଧିକ ଅଭିଯୋଗ ଦାଖଲ କରି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ନ୍ୟାସନାଲ ହେରାଲ୍ଡ ଜରିଆରେ ଠକେଇ ଓ ଭୁଲ୍ ଅର୍ଥ ସଂଗ୍ରହ କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।