ହାଇଦ୍ରାବାଦରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନ : ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦି

ଭାଗ୍ୟ ଲକ୍ଷ୍ମୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ଯୋଗୀ ଆଦିତ୍ୟନାଥ । 

ଭାଗ୍ୟ ଲକ୍ଷ୍ମୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ଯୋଗୀ ଆଦିତ୍ୟନାଥ । 

  • Share this:
News 18 Odia Digital

ହାଇଦ୍ରାବାଦ : ଆଜି ବିଜେପିର ଜାତୀୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନ । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିବେ । ହାଇଦ୍ରାବାଦରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକର ରବିବାର ଅର୍ଥାତ ଆଜି ହେଉଛି ଦ୍ୱିତୀୟ ଦିନ ।

ଏହି ସଭାରେ ବିଜେପିର ସମସ୍ତ ବଡ ନେତା ଅଂଶଗ୍ରହଣ କରିଛନ୍ତି । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବେ । ଆଜି ସକାଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାଗ୍ୟ ଲକ୍ଷ୍ମୀ ମନ୍ଦିର ପରିଦର୍ଶନ କରିଥିଲେ, ଦର୍ଶନ କରିଥିଲେ ଏବଂ ଆରତୀ କରିଥିଲେ । ହାଇଦ୍ରାବାଦରେ ଏହି କାର୍ଯ୍ୟକାରିଣୀ ବୈଠକକୁ ବିଜେପି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରିଛି । ଏହାକୁ ବିଜେପିର ମିଶନ ଦକ୍ଷିଣ ସହିତ ସଂଯୋଗ କରାଯାଉଛି ।

ଗୃହମନ୍ତ୍ରୀ ଅମିତ ଶାହ ବିଜେପିର ରାଜନୈତିକ ସଙ୍କଳ୍ପ ଆଗତ କରିବେ । ଏହାପରେ ବିଜେପି ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିବେ । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ରାଜନୈତିକ ସଙ୍କଳ୍ପ ଉପରେ ନିଜର ବିଚାର ରଖିବେ ।

୨୦୧୪ରୁ ୨୦୨୦ ମଧ୍ୟରେ ବିଜେପି ଅଧ୍ୟକ୍ଷ ଥିବା ଅମିତ ଶାହ ଦଳକୁ ନୂଆ ଶିଖରରେ ପହଞ୍ଚାଇଥିଲେ । ଆଜି ଅନେକ ରାଜ୍ୟରେ ବିଜେପି ସରକାରରେ ଅଛି । ପୂର୍ବୋତ୍ତରରେ ମଧ୍ୟ ବିଜେପି ଦବଦବା ଜାହିର କରିବାରେ ସଫଳ ହୋଇଛି । ବୈଠକରେ ଦ୍ୱିତୀୟ ଦିନରେ ସବୁଠୁ ବେଶୀ ଫୋକସରେ ରହିବ ମୋଦୀଙ୍କ ସମ୍ବୋଧନ । ଦଳକୁ ଶକ୍ତିଶାଳୀ କରିବା ସହ କିପରି ଆହୁରି ମଜବୁତ କରାଯିବ ସେନେଇ ମୋଦି ନେତା ଓ ପଦାଧିକାରୀଙ୍କୁ ଅନେକ ଗୁରୁମନ୍ତ୍ର ଦେବେ ।
Published by:Soubhagya Mishra
First published: