NASA: ବର୍ତ୍ତମାନ ଚନ୍ଦ୍ରରେ ବି ଦୌଡ଼ିବ 4G ନେଟୱାର୍କ; ମିଳିବ ହାଇ ସ୍ପିଡ୍ ଇଣ୍ଟରନେଟ୍

ନାସା ୨୦୨୪ ମସିହା ସୁଦ୍ଧା ମଣିଷକୁ ଚନ୍ଦ୍ରକୁ ନେବାର ଲକ୍ଷ୍ୟ ରଖିଛି । ଏହି ନେଟୱାର୍କ ମହାକାଶଚାରୀ ମାନଙ୍କ ପାଇଁ ଭଏସ୍-ଭିଡିଓ ଯୋଗାଯୋଗକୁ ସହଜ କରିବ ।

NASA: ବର୍ତ୍ତମାନ ଚନ୍ଦ୍ରରେ ବି ଦୌଡ଼ିବ 4G ନେଟୱାର୍କ; ମିଳିବ ହାଇ ସ୍ପିଡ୍ ଇଣ୍ଟରନେଟ୍
ଆମେରିକାର ସ୍ପେସ୍ ଏଜେନ୍ସି ନାସା ଓ ନୋକିଆ ମିଳିତ ଭାବେ ଚନ୍ଦ୍ରକୁ ୪G LTE ସଂଯୋଗ ପହଞ୍ଚାଇବେ
  • News18 Odia
  • Last Updated: October 20, 2020, 4:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବର୍ତ୍ତମାନ ଚନ୍ଦ୍ରରେ ହାଇ ସ୍ପିଡ୍ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେବ । ଆମେରିକାର ସ୍ପେସ୍ ଏଜେନ୍ସି ନାସା ଓ ନୋକିଆ ମିଳିତ ଭାବେ ଚନ୍ଦ୍ରକୁ ୪G LTE ସଂଯୋଗ ପହଞ୍ଚାଇବେ । ଏହା ପରେ ଏହାକୁ ୫G କୁ ଅପଗ୍ରେଡ୍ କରାଯିବ । ନାସା ଠାରୁ ଏହି ପ୍ରୋଜେକ୍ଟରେ କାମ ଆରମ୍ଭ କରିବା ପାଇଁ ନୋକିଆକୁ ୧୪.୧ ମିଲିୟନ ଡ଼ଲାର ଯୋଗାଇ ଦିଆଯିବ । ନାସା ଆର୍ଟେମିନ୍ ପ୍ରୋଗ୍ରାମ ଅଧୀନରେ ୨୦୨୪ ସୁଦ୍ଧା ଚନ୍ଦ୍ରକୁ ଏକ ମିଶନ ପଠାଇବାକୁ ପ୍ରସ୍ତୁତ ହେଉଛି । ଆର୍ଟେମିନ୍ ସମୟରେ ଯୋଗାଯୋଗରେ ନାସା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ନୋକିଆ କହିଛି ।

ଏହି ପ୍ରକଳ୍ପ ପାଇଁ ୧୪ ଟି କମ୍ପାନୀକୁ ଚୟନ କରାଯାଇଛି

ସ୍ପେସ୍ ଏଜେନ୍ସି ନାସା ସମୁଦାୟ ୧୪ ଟି ଆମେରିକୀୟ କମ୍ପାନୀକୁ ଚୟନ କରିଛି ଯାହା ଚନ୍ଦ୍ରରେ 4G ନେଟୱାର୍କ ପାଇଁ ମୌଳିକ ଭିତ୍ତିଭୂମି ସୃଷ୍ଟି କରିବ । ଏହି ମିଶନ ପାଇଁ ମୋଟ ୩୭୦ ନିୟୁତ ଡଲାରର ପାଣ୍ଠି ଆବଣ୍ଟନ କରାଯାଇଛି ।

୨୦୨୨ ମସିହାରେ ଚନ୍ଦ୍ରରେ ପହଞ୍ଚିବ ୪G ନେଟୱାର୍କ 

ନୋକିଆ କହିଛି ଯେ ମହାକାଶରେ ପ୍ରଥମ ବେତାର ବ୍ରଡବ୍ୟାଣ୍ଡ ଯୋଗାଯୋଗ ବ୍ୟବସ୍ଥା ୨୦୨୨ ଶେଷରେ ଚନ୍ଦ୍ର ପୃଷ୍ଠରେ ନିର୍ମାଣ ହେବ । କମ୍ପାନୀ କହିଛି ଯେ ମହାକାଶଚାରୀମାନଙ୍କୁ ଭଏସ୍-ଭିଡିଓ ଯୋଗାଯୋଗ ପାଇଁ ନେଟୱାର୍କ ସୁବିଧା ଯୋଗାଇବ ।





ବେଲ ଲ୍ୟାବ ଟୁଇଟ୍ କରି ଖୁସି ବ୍ୟକ୍ତ କରିଛନ୍ତି

ନୋକିଆର ରିସର୍ଚ୍ଚ ଆର୍ମ ବେଲ ଲ୍ୟାବ ଟ୍ୱିଟ କରି ଏହା ଉପରେ ଖୁସି ବ୍ୟକ୍ତ କରିଛି । ସେ ଟ୍ୱିଟରେ ଲେଖିଛନ୍ତି ଚନ୍ଦ୍ର ପାଇଁ 'ଟିପିଂ ପଏଣ୍ଟ' ଟେକ୍ନୋଲୋଜିକୁ ଆଗକୁ ନେବା ପାଇଁ ନାସା ଦ୍ୱାରା ଏକ ପ୍ରମୁଖ ଅଂଶୀଦାର ଭାବରେ ମନୋନୀତ ହୋଇ ଆମେ ବହୁତ ଉତ୍ସାହିତ । ଏହା ଚନ୍ଦ୍ର ପୃଷ୍ଠରେ ମନୁଷ୍ୟର ସ୍ଥାୟୀ ଉପସ୍ଥିତି ଆଡକୁ ରାସ୍ତା ତିଆରି କରିବାରେ ସାହାଯ୍ୟ କରିବ ।'

ଲଞ୍ଚ ଓ ଅବତରଣ ପାଇଁ ମିଳିବ ସମସ୍ତ ସୂଚନା

କମ୍ପାନୀ କହିଛି ଯେ ନେଟୱାର୍କ ଏପରି ଭାବରେ ଲଞ୍ଚ ହେବ ଯାହା ସହଜରେ ଲଞ୍ଚ ଓ ଅବତରଣ କରିବାର ସମସ୍ତ ସୂଚନା ଦେଇପାରେ । କଠିନ ଆକାର, ଓଜନ ଓ ଶକ୍ତି ଅଭାବକୁ ପୂରଣ କରିବା ପାଇଁ ଏହା ସଙ୍କୋଚିତ ହୋଇ ଚନ୍ଦ୍ରକୁ ପଠାଯିବ ।

ହାଇ-ଟେକ୍ନୋଲୋଜିର କରାଯିବ ବ୍ୟବହାର

ଏହା ବ୍ୟତୀତ ଏହି କମ୍ପାନୀଗୁଡିକ ସର୍ଫେସ୍ ପାୱାର୍ ଜେନେରେସନ୍ ଓ ରୋବୋଟିକ୍ସ ଟେକ୍ନୋଲୋଜି ମଧ୍ୟ ଚନ୍ଦ୍ରରେ ରଖିବେ । ଏହି ଉଚ୍ଚ ବୈଷୟିକ ଜ୍ଞାନ ଉପରେ ଆଧାର କରି ଚନ୍ଦ୍ରରେ ୪G ନେଟୱାର୍କ ସ୍ଥାପନ କରାଯିବ ।
Published by: Jagdish Barik
First published: October 20, 2020, 3:12 PM IST
corona virus btn
corona virus btn
Loading