‘‘ନରେନ୍ଦ୍ର ମୋଦି ସେଲ୍ଫ ମେଡ, ରାହୁଲ ଗାନ୍ଧୀ ନୁହନ୍ତି’’; କେରଳ ରାହୁଲଙ୍କୁ ଜିତାଇ ବହୁତ ବଡ଼ ବିନାଶକାରୀ କାମ କରିଛି: ରାମଚନ୍ଦ୍ର ଗୁହା

ଐତିହାସିକ ରାମଚନ୍ଦ୍ର ଗୁହା ଏହା ସହ କହିଛନ୍ତି କି ରାହୁଲ ଗାନ୍ଧୀଙ୍କ ପାଖରେ ରାଜନୀତିରେ ‘କଠୋର ପରିଶ୍ରମ କରି ନିଜର ଭାଗ୍ୟ ତିଆରି କରିଥିବା’ ନରେନ୍ଦ୍ର ମୋଦିଙ୍କୁ ହରାଇବାର କୌଣସି ସୁଯୋଗ ନାହିଁ ।

‘‘ନରେନ୍ଦ୍ର ମୋଦି ସେଲ୍ଫ ମେଡ, ରାହୁଲ ଗାନ୍ଧୀ ନୁହନ୍ତି’’; କେରଳ ରାହୁଲଙ୍କୁ ଜିତାଇ ବହୁତ ବଡ଼ ବିନାଶକାରୀ କାମ କରିଛି: ରାମଚନ୍ଦ୍ର ଗୁହା
କେରଳ ସାହିତ୍ୟ ମହୋତ୍ସବରେ କହିବା ଅବସରରେ ରାମଚନ୍ଦ୍ର ଗୁହା
  • News18 Odia
  • Last Updated: January 18, 2020, 10:34 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଝିକୋଡ଼: ଐତିହାସିକ ରାମଚନ୍ଦ୍ର ଗୁହା ୧୭ ତାରିଖରେ କେରଳଠାରେ ଏକ ମନ୍ତବ୍ୟ ଦେଇ କହିଛନ୍ତି କି, ‘‘ କେରଳର ଲୋକମାନେ ବଂଶର ପଞ୍ଚମ ପିଢ଼ି ରାହୁଲ ଗାନ୍ଧୀଙ୍କୁ ନିର୍ବାଚିତ କରି ବିନାଶକାରୀ  କାମ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ପାଖରେ ରାଜନୀତିରେ ‘କଠୋର ପରିଶ୍ରମ କରି ନିଜର ଭାଗ୍ୟ ତିଆରି କରିଥିବା’ ନରେନ୍ଦ୍ର ମୋଦିଙ୍କୁ ହରାଇବାର କୌଣସି ସୁଯୋଗ ନାହିଁ । ସ୍ବାଧୀନତା ସଂଗ୍ରାମ ସମୟରେ ମହାନ ପାର୍ଟି ଥିବା କଂଗ୍ରେସ ଆଜି ଦୟନୀୟ ପାରିବାରିକ କମ୍ପାନୀରେ ପରିବର୍ତ୍ତନ ହୋଇଯିବା ପଛରେ ହିନ୍ଦୁତ୍ବ ଏବଂ ଅନ୍ଧରାଷ୍ଟ୍ରୀୟତା ବଢ଼ିବା କାରଣରୁ ହୋଇଛି ।

କେରଳ ସାହିତ୍ୟ ମୋହତ୍ସବର ଦ୍ବିତୀୟ ଦିନରେ ‘ରାଷ୍ଟ୍ର ଭକ୍ତି ଓ ଅନ୍ଧରାଷ୍ଟ୍ରୀୟତା’ ବିଷୟ ଉପରେ ଆୟୋଜିତ ଏକ ସତ୍ରରେ ଗୁହା ଭାଗ ନେଇ କହିଥିଲେ କି, ‘ ମୁଁ ବ୍ୟକ୍ତିଗତ ଭାବେ ରାହୁଲ ଗାନ୍ଧୀଙ୍କ ବିରୋଧୀ ନୁହେଁ । ସେ ଶାନ୍ତ ଏବଂ ସଭ୍ୟ ବ୍ୟକ୍ତି ଅଟନ୍ତି । କିନ୍ତୁ ଯୁବ ଭାରତ ପରିବାରର ପଞ୍ଚମ ପିଢ଼ିକୁ ପସନ୍ଦ କରୁନାହିଁ । ଯଦି ଆପଣ ମାଲାୟଲୀମାନେ ୨୦୨୪ରେ ରାହୁଲ ଗାନ୍ଧୀଙ୍କୁ ବିଜୟୀ କରାନ୍ତି ତାହାଲେ ଆପଣମାନେ ନରେନ୍ଦ୍ର ମୋଦିଙ୍କୁ ସାହାଯ୍ୟ କରିବେ । କେରଳବାସୀ ଭାରତ ପାଇଁ ଅନେକ ମହତ୍ବପୂର୍ଣ୍ଣ କାର୍ଯ୍ୟ କରିଛନ୍ତି କିନ୍ତୁ ସଂସଦକୁ ରାହୁଲ ଗାନ୍ଧୀଙ୍କୁ ପଠାଇ ଏକ ବିନାଶକାରୀ କାର୍ଯ୍ୟ କରିଛନ୍ତି‘‘ ବୋଲି ଗୁହା ସେଠାର ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରି କହିଥିଲେ ।

ପରେ ସେ କହିଥିଲେ କି ‘‘ ନରେନ୍ଦ୍ର ମୋଦିଙ୍କ ପ୍ରକୃତ ଆଡ଼ଭାନଣ୍ଟେଜ ଏହା ହେଉଛି କି ରାହୁଲ ଗାନ୍ଧୀ ନାହାନ୍ତି । ସେ ନିଜେ ଏହି ସ୍ଥାନକୁ ଆସିଛନ୍ତି । ସେ ୧୫ ବର୍ଷପର୍ଯ୍ୟନ୍ତ ଗୋଟିଏ ରାଜ୍ୟ ଚଳାଇଥିବାବେଳେ ତାଙ୍କ ପାଖରେ ପ୍ରଶାସନିକ ଅନୁଭବ ଅଛି । ସେ ଉଲ୍ଲେଖନୀୟ ଭାବେ କଠିନ ପରିଶ୍ରମ କରିଥାନ୍ତି ଓ କେବେ ବି ୟୁରୋପ ଯିବା ଲାଗି ଛୁଟି ନେଇନଥାନ୍ତି । ମୋର ବିଶ୍ବାସ କରନ୍ତୁ ମୁଁ ଏସବୁ ଗମ୍ଭୀରତାର ସହ କହୁଛି‘‘ । ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଉପରେ କଟାକ୍ଷ କରି କହିଥିଲେ କି ‘ମୋଗଲ ବଂଶର ଶେଷ’  ସମୟରେ ଯେମିତି ସ୍ଥିତି ହୋଇଥିଲା ବର୍ତ୍ତମାନ କଂଗ୍ରେସର ସେମିତି ସ୍ଥିତି ହେବାକୁ ଯାଉଛି ।

‘‘ ଭାରତ ବର୍ତ୍ତମାନ ଅଧିକ ଗଣତାନ୍ତ୍ରିକ ଏବଂ କମ୍ ସାମନ୍ତବାଦୀ ହେଉଛି ମାତ୍ର ଗାନ୍ଧୀ ପରିବାର ଏହାକୁ ବୁଝି ପାରୁନାହାନ୍ତି । ସେମାନେ ଦିଲ୍ଲୀରେ ରହୁଛନ୍ତି କିନ୍ତୁ ରାଜ୍ୟରୁ ଧୀରେ ଧୀରେ ଦୁରେଇ ଯାଉଛନ୍ତି । କିନ୍ତୁ ତଥାପି ଆପଣଙ୍କ ଚାଟୁକାରମାନେ ଆପଣ ଏବେବି ବାଦଶାହା ବୋଲି ଆପଣଙ୍କୁ କହୁଛନ୍ତି ବୋଲି କହିଥିଲେ । ପରେ ବାମପନ୍ଥୀମାନଙ୍କୁ ଆକ୍ଷେପ କରି କହିଥିଲେ କି, ଭାରତୀୟ ବାମପନ୍ଥୀମାନେ ନିଜ ଦେଶ ଅପେକ୍ଷା ଅନ୍ୟ ରାଷ୍ଟ୍ରକୁ ଅଧିକ ଭଲ ପାଆନ୍ତି । ସାର ବିଶ୍ବରେ ରାଷ୍ଟ୍ରବାଦର ଉଦୟ ଏବଂ ପଡୋଶୀ ଦେଶ ମାନଙ୍କରେ ଇସଲାମୀ କଟ୍ଟରବାଦର ଉଦୟ ଯୋଗୁଁ ଭାରତରେ ହିନ୍ଦୁତ୍ବର ଉଦୟ ହୋଇଛି‘‘ ବୋଲି ସେ କହିଥିଲେ ।

 
First published: January 18, 2020, 10:34 AM IST
corona virus btn
corona virus btn
Loading