ଏହି ନିର୍ବାଚନ ଆସନ୍ତା ୨୫ ବର୍ଷ ପାଇଁ ଗୁଜୁରାଟର ଭବିଷ୍ୟତ ସ୍ଥିର କରିବ: PM ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି ଯେ ଆସନ୍ତା ଗୁଜୁରାଟ ବିଧାନସଭା ନିର୍ବାଚନ କୌଣସି ବିଧାୟକ କିମ୍ବା ସରକାର ବାଛିବା ନୁହେଁ, ବରଂ ଆସନ୍ତା ୨୫ ବର୍ଷ ପାଇଁ ରାଜ୍ୟର ଭାଗ୍ୟ ନିର୍ଣ୍ଣୟ କରିବା ବିଷୟରେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ପ୍ରତୀକାତ୍ମକ ଛବି)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଗୁଜୁରାଟ: ଗୁଜୁରାଟ ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ରାଲି କରିବାରେ ଲାଗିଛନ୍ତି।

ଗୁରୁବାର ସେ କହିଛନ୍ତି ଯେ ଆସନ୍ତା ଗୁଜୁରାଟ ବିଧାନସଭା ନିର୍ବାଚନ କୌଣସି ବିଧାୟକ କିମ୍ବା ସରକାର ବାଛିବା ନୁହେଁ, ବରଂ ଆସନ୍ତା ୨୫ ବର୍ଷ ପାଇଁ ରାଜ୍ୟର ଭାଗ୍ୟ ନିର୍ଣ୍ଣୟ କରିବା ବିଷୟରେ।

ବନାସକାଣ୍ଠା ଜିଲ୍ଲାର ପାଲନପୁରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ କେନ୍ଦ୍ର ତଥା ଗୁଜୁରାଟରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାର ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି, କିନ୍ତୁ ବର୍ତ୍ତମାନ ସମୟ ଆସିଛି ଲମ୍ବା ଡେଇଁବା ପାଇଁ।

‘ଲମ୍ବା ଡେଇଁବାକୁ ସମୟ ଆସିଛି’

ମୋଦି କହିଛନ୍ତି, “ଏହି ନିର୍ବାଚନ କିଏ ବିଧାୟକ ହେବ ଏବଂ କାହାର ସରକାର ଗଠନ ହେବ ତାହା ନୁହେଁ। ଏହି ନିର୍ବାଚନ ଆସନ୍ତା ୨୫ ବର୍ଷ ପାଇଁ ଗୁଜୁରାଟର ଭବିଷ୍ୟତ ସ୍ଥିର କରିବାକୁ ଯାଉଛି। ଗୁଜୁରାଟକୁ ବିକଶିତ ଦେଶ ବର୍ଗରେ ଛିଡ଼ା କରିବା ପାଇଁ ବିଜେପି ଉଦ୍ୟମ କରୁଛି। ସମୟ ଆସିଛି ଏକ ଲମ୍ବା ଡେଇଁବାକୁ। ଏକ ଶକ୍ତିଶାଳୀ ସରକାର ଗଠନ ପାଇଁ ତୁମର ସମର୍ଥନ ଦରକାର। ଆପଣମାନେ ମୋତେ ଆପଣଙ୍କର ସମସ୍ୟା କହିବା ଆବଶ୍ୟକ ନାହିଁ କାରଣ ମୁଁ ଏଠାରେ ବଢ଼ିଥିଲି ଏବଂ ସମସ୍ୟାଗୁଡିକୁ ଭଲ ଭାବରେ ବୁଝୁଛି।"

ସେ କହିଛନ୍ତି, “ଖୁବ୍ କମ୍ ସମୟ ମଧ୍ୟରେ ଆମେ ଜଳ ଏବଂ ବିଦ୍ୟୁତ୍ ଅଭାବ ସହ ଜଡିତ ସଙ୍କଟକୁ ଦୂର କରିପାରିଥିଲୁ। ୨୦ ରୁ ୨୫ ବର୍ଷର ଆଜିର ଯୁବକମାନେ ଜାଣିପାରିବେ ନାହିଁ କି କିଛି ଦଶନ୍ଧି ପୂର୍ବରୁ ଅବସ୍ଥା କେତେ ଖରାପ ଥିଲା।’’

ପ୍ରକାଶ ଥାଉକି ଗୁଜୁରାଟର ୧୮୨ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ଭୋଟ୍ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ଡିସେମ୍ବର ୧ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୫ରେ ଅନୁଷ୍ଠିତ ହେବ। ବନାସକାଣ୍ଠା ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ଡିସେମ୍ବର ୫ ତାରିଖରେ ମତଦାନ ଅନୁଷ୍ଠିତ ହେବ।
Published by:Lipina Das
First published: