ଆରପାରିରେ ପିଏମ ମୋଦିଙ୍କ ମା' ହିରାବେନ; ହସ୍ପିଟାଲରେ ତ୍ୟାଗ କଲେ ଶେଷ ନିଶ୍ବାସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା' ହିରାବେନଙ୍କ ଆଜି ସକାଳେ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ୧୦୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନିଜେ ଟ୍ବିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଆରପାରିରେ ପିଏମ ମୋଦିଙ୍କ ମା' ହିରାବେନ

ଆରପାରିରେ ପିଏମ ମୋଦିଙ୍କ ମା' ହିରାବେନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା' ହିରାବେନ ଆଜି ସକାଳେ ଅହମ୍ମଦାବାଦ ଡାକ୍ତରଖାନାରେ ୧୦୦ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଆଜି ଭୋର ୩.୩୦ରେ ତାଙ୍କ ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ନିଜେ ଟ୍ବିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।



ନିକଟରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଅହମ୍ମଦାବାଦ ସ୍ଥିତ ୟୁଏନ ମେହେତା ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା।

ନରେନ୍ଦ୍ର ମୋଦିଙ୍କ ମା' ହିରାବେନ ମୋଦି ଗୁଜୁରାଟର ଗାନ୍ଧିନଗରରେ ରୁହନ୍ତି ଏବଂ ଯେତେବେଳେ ବି ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟକୁ ଯାଆନ୍ତି, ସେ ନିଶ୍ଚିତ ଭାବରେ ତାଙ୍କ ମାଙ୍କୁ ଭେଟନ୍ତି। ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ଭୋଟ୍ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମା'ଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ।
Published by:Lipina Das
First published: