ଜି-୨୦ ଶିଖର ସମ୍ମିଳନୀରେ WHO ଓ IMFର ମୁଖ୍ୟଙ୍କୁ ଭେଟିଲେ PM ମୋଦି

ଜି -୨୦ ଗ୍ରୁପରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ରିପବ୍ଲିକ୍ ଅଫ୍ କୋରିଆ, ମେକ୍ସିକୋ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ, ଆମେରିକା, ଏବଂ ୟୁରୋପୀୟ ୟୁନିଅନ୍ ସଂଘ ସାମିଲ ହୋଇଛନ୍ତି।

ଜି-୨୦ ଶିଖର ସମ୍ମିଳନୀରେ WHO ଓ IMFର ମୁଖ୍ୟଙ୍କୁ ଭେଟିଲେ PM ମୋଦି

ଜି-୨୦ ଶିଖର ସମ୍ମିଳନୀରେ WHO ଓ IMFର ମୁଖ୍ୟଙ୍କୁ ଭେଟିଲେ PM ମୋଦି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

G-20 Summit: ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ବିଶ୍ୱର ନେତାମାନଙ୍କୁ ଭେଟିଛନ୍ତି। ଶିଖର ସମ୍ମିଳନୀରେ ପିଏମ ମୋଦିଙ୍କ ଏହି ସମସ୍ତ ବୈଠକ ଅନୁଷ୍ଠିତ ହେଉଛି।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟ୍ରେଡୋସ ଆଡାନୋମ ଗେବ୍ରେଏସସଙ୍କୁ ଭେଟିବା ସହ ବିଶ୍ୱର ବରିଷ୍ଠ ନେତାମାନଙ୍କୁ ଭେଟିଛନ୍ତି।

ଏହି ବୈଠକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଏକ ସୁସ୍ଥ ବିଶ୍ୱ ନିଶ୍ଚିତ କରିବାକୁ ଭାରତ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି, "ବାଲି, ଟ୍ରାଡୋସ୍ ଆଡନୋମ୍ ଗେବ୍ରେଏସସ ଆପଣଙ୍କୁ ଭେଟିବା ଅତ୍ୟନ୍ତ ଆନନ୍ଦଦାୟକ! ଏକ ସୁସ୍ଥ ବିଶ୍ୱ ଗଠନ ପାଇଁ ଭାରତ ସମସ୍ତ ଉଦ୍ୟମ କରିବାକୁ ପ୍ରତିଶ୍ରୁତିବଦ୍ଧ।"



ସେପଟେ WHO ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ ଟ୍ୱିଟ୍ କରି କହିଛନ୍ତି ଯେ ପାରମ୍ପାରିକ ସ୍ବାସ୍ଥ୍ୟ ପାଇଁ ଗ୍ଲୋବାଲ୍ ସେଣ୍ଟର ଆୟୋଜନ ତଥା ନିର୍ମାଣରେ WHO ସହ ସହଯୋଗ କରିଥିବାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଆଇଏମ୍ଏଫ୍ ମୁଖ୍ୟ କ୍ରିଷ୍ଟାଲିନା ଜାଜୀର୍ବା ଏବଂ ଡେପୁଟି ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଗୀତା ଗୋପୀନାଥଙ୍କୁ ମଧ୍ୟ ଭେଟିଥିଲେ। ପିଏମଓ ଏହି ବୈଠକ ବିଷୟରେ ଟ୍ବିଟ କରି କହିଛି ଯେ ବାଲିରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରିଷ୍ଟାଲିନା ଜାଜୀର୍ବା ଏବଂ ଗୀତା ଗୋପୀନାଥଙ୍କୁ ଭେଟିଛନ୍ତି।



ତାଙ୍କ ତରଫରୁ ବାର୍ତ୍ତାଳାପ ପାଇଁ କ୍ରିଷ୍ଟାଲିନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଟ୍ୱିଟ୍ କରିଛନ୍ତି, G20 ଅବସରରେ ସମୟ ନେଇଥିବାରୁ ଧନ୍ୟବାଦ @narendramodi! ଆପଣଙ୍କ ସହ ବହୁତ ଭଲ କଥାବାର୍ତ୍ତା ହେଲା।

ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱ ନେତାଙ୍କୁ ଭେଟିଥିଲେ

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ଅନ୍ୟାନ୍ୟ ବିଶ୍ୱ ନେତାଙ୍କ ସହ ଅନୌପଚାରିକ ଆଲୋଚନା କରି ଅନେକ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ଏଠାରେ ବାର୍ଷିକ ଜି -୨୦ ଶିଖର ସମ୍ମିଳନୀର ଏକ ଅଧିବେଶନକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ, କରୋନା ମହାମାରୀ ଏବଂ ୟୁକ୍ରେନ ସଙ୍କଟ ଦ୍ବାରା ସୃଷ୍ଟି ହୋଇଥିବା ବିଶ୍ବର ଆହ୍ବାନ ବିଶ୍ବରେ ହଇଚଇ ସୃଷ୍ଟି କରିଛି ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ବ୍ୟାହତ କରିଛି।
Published by:Lipina Das
First published: