ମୋଦୀ 'ଅମୃତ ମହୋତ୍ସବ' ଶୁଭାରମ୍ଭ କଲେ; ୯୧ ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ଯାତ୍ରାକୁ ମନେ ପକେଇଲେ

ମାର୍ଚ୍ଚ ୧୨, ୧୯୩୦ରେ ମହାତ୍ମା ଗାନ୍ଧୀ ଆରମ୍ଭ କରିଥିଲେ ୨୪-ଦିନିଆ ଲବଣ ସତ୍ୟଗ୍ରାହ । ଏଥିରେ ତାଙ୍କ ନେତୃତ୍ୱରେ ୮୦ ଜଣ ସ୍ୱାଧୀନତା ସଂଗ୍ରାମୀ ଭାଗ ନେଇଥିଲେ । ଦେଶର ତତ୍କାଳୀନ ବ୍ରିଟିଶ୍ ଶାସକଙ୍କ ବିରୋଧରେ ଏହା ଥିଲା ଏକ ଅହିଂସାତ୍ମକ ଆନ୍ଦୋଳନ ।

ମୋଦୀ 'ଅମୃତ ମହୋତ୍ସବ' ଶୁଭାରମ୍ଭ କଲେ; ୯୧ ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ଯାତ୍ରାକୁ ମନେ ପକେଇଲେ
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।
  • News18 Odia
  • Last Updated: March 12, 2021, 4:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଅହମଦାବାଦ: ଭାରତର ସ୍ୱାଧୀନତାର ୭୫ ବର୍ଷ ପୂରା ହେବା ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଶୁକ୍ରବାର ଦିନ ‘ଅମୃତ ମହୋତ୍ସବ’ର ଶୁଭ ଉଦଘାଟନ କରିଛନ୍ତି । ଆଜିକୁ ୯୧ ବର୍ଷ ପୂର୍ବେ ଏହି ଦିନ ମହାତ୍ମା ଗାନ୍ଧୀ (Mahatma Gandhi) ଦାଣ୍ଡି ଯାତ୍ରା (Dandi March) ବା ଲବଣ ସତ୍ୟଗ୍ରାହ ଆରମ୍ଭ କରିଥିଲେ ଓ ଏହା ଦ୍ୱାରା ତତ୍କାଳୀନ ବ୍ରିଟିଶ୍‌ ଶାସକ ଲୁଣ ଉତ୍ପାଦନ ଉପରେ ଲଗାଇଥିବା ନିୟମକାନୁନର ଜୋରଦାର୍‌ ବିରୋଧ କରିଥିଲେ ।

ପ୍ରଧାନ ମନ୍ତ୍ରୀ ମୋଦୀ ଅହମଦାବାଦର ସାବରମତି ଆଶ୍ରମରୁ (Sabarmati Ashram) ନଭସାରୀ ଜିଲ୍ଲାର ଦାଣ୍ଡି ପର୍ଯ୍ୟନ୍ତ ୩୮୬ କିଲୋମିଟର ପଦଯାତ୍ରାକୁ ପତାକା ହଲାଇ ଆରମ୍ଭ କରିଛନ୍ତି । ଏହି ପଦଯାତ୍ରାର ନାମ ରଖାଯାଇଛି ‘ଆଜାଦି କା ଅମୃତ ମହୋତ୍ସବ’ (Azadi Ka Amrit Mahotsav) । ୨୦୨୧ ମସିହାର ଏହି ‘ଦାଣ୍ଡି ଯାତ୍ରା’ ୨୫ ଦିନ ପରେ ଏପ୍ରିଲ୍ ୫ ତାରିଖରେ ଶେଷ ହେବ ।

ଏହା ବି ପଢ଼ନ୍ତୁ | ମହାରାଷ୍ଟ୍ରରେ ବଢୁଛି Corona ସଂକ୍ରମଣ; ଦିନକରେ ୧୪,୦୦୦ ମାମଲା; ପୁଣି ଲକଡାଉନ୍ ଜାରି ହୋଇପାରେ

ମାର୍ଚ୍ଚ ୧୨, ୧୯୩୦ରେ ମହାତ୍ମା ଗାନ୍ଧୀ ଆରମ୍ଭ କରିଥିଲେ ୨୪-ଦିନିଆ ଲବଣ ସତ୍ୟଗ୍ରାହ । ଏଥିରେ ତାଙ୍କ ନେତୃତ୍ୱରେ ୮୦ ଜଣ ସ୍ୱାଧୀନତା ସଂଗ୍ରାମୀ ଭାଗ ନେଇଥିଲେ । ଦେଶର ତତ୍କାଳୀନ ବ୍ରିଟିଶ୍‌ ଔପନିବେଶିକ ଶାସକଙ୍କ ବିରୋଧରେ ଏହା ଥିଲା ଏକ ଅହିଂସାତ୍ମକ ଆନ୍ଦୋଳନ ।

ସାବରମତି ଆଶ୍ରମରେ ମୋଦୀ


‘‘ଆଜିର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ସାବରମତି ଆଶ୍ରମରୁ ଆରମ୍ଭ ହୋଇଛି, ଯେଉଁଠାରୁ ମହାତ୍ମା ଗାନ୍ଧିଙ୍କ (Mahatma Gandhi) ଦାଣ୍ଡି ଯାତ୍ରା ଆରମ୍ଭ ହୋଇଥିଲା । ସେହି ଐତିହାସିକ ପଦଯାତ୍ରା ଭାରତର ଲୋକଙ୍କ ମଧ୍ୟରେ ଗର୍ବ ଓ ଆତ୍ମନିର୍ଭରତା ବଢ଼ାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସ୍ଥାନୀୟ ଉତ୍ପାଦ ବ୍ୟବହାର ଉପରେ ଆମର ବର୍ତ୍ତମାନର ଜୋର୍‌ ('Vocal For Local') ବାପୁ ଓ ଆମର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଏକ ଅଦ୍ଭୁତ ଶ୍ରଦ୍ଧାଞ୍ଜଳି,’’ ଅଭୟ ଘାଟ ନିକଟରେ ଏକ ସମାବେଶକୁ ସମ୍ବୋଧିତ କରି କହିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦୀ । ସେ ସାବରମତି ଆଶ୍ରମ ପରିଦର୍ଶନ କରି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।



ଏହା ବି ପଢ଼ନ୍ତୁ | Bengal Polls: ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହେଲା; ଗୋଡ଼ ଛାତିରେ ଆଘାତ ଲାଗିଥିବା କହିଲେ

ଶିଶୁ ଅଧିକାର କାର୍ଯ୍ୟକର୍ତ୍ତା ତଥା ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ ଏକ ଟ୍ୱିଟ୍ କରି କହିଛନ୍ତି, ‘‘ଆଜି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ । ଏହି ଦିନ ଗାନ୍ଧୀଜୀ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ । ଦେଶକୁ ସ୍ୱାଧୀନତା ଆଣିଦେବା ଦିଗପରେ ତାହା ଥିଲା ଅନ୍ୟତମ ପ୍ରଭାବଶାଳୀ ଜନ ଆନ୍ଦୋଳନ । ଆଜି ଭାରତ ନିଜର ୭୫ତମ ସ୍ୱାଧୀନତା ଦିବସ ଉତ୍ସବ ପାଳନ କରିବାକୁ ଯାଉଥିବା ବେଳେ ଆସନ୍ତୁ ସେହି ଉତ୍ସାହକୁ ଆମେ ନିଜ ଭିତରେ ଜୀବନ୍ତ ରଖିବା ।’’
Published by: Anand Shankar Thankur Das
First published: March 12, 2021, 4:46 PM IST