ନାରଦା ସ୍କାମ: ମମତାଙ୍କ ମନ୍ତ୍ରୀ-ବିଧାୟକଙ୍କ ଉପରେ CBI ର ଆକ୍ସନ; ଚଢ଼ାଉ ପରେ ସାଥିରେ ନେଇଗଲା ଟିମ୍

ସିବିଆଇ ସୋମବାର ମମତା ବାନାର୍ଜୀଙ୍କ ସରକାରରେ ଥିବା କ୍ୟାବିନେଟ ମନ୍ତ୍ରୀ ଫିରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ, ବିଧାୟକ ମଦନ ମିତ୍ର ଓ ପୂର୍ବତନ ମେୟର ଶୋଭନ୍ ଚାଟାର୍ଜୀଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରିଛି ।

ନାରଦା ସ୍କାମ: ମମତାଙ୍କ ମନ୍ତ୍ରୀ-ବିଧାୟକଙ୍କ ଉପରେ CBI ର ଆକ୍ସନ; ଚଢ଼ାଉ ପରେ ସାଥିରେ ନେଇଗଲା ଟିମ୍
ମମତାଙ୍କ ମନ୍ତ୍ରୀ-ବିଧାୟକଙ୍କ ଉପରେ CBI ର ଆକ୍ସନ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କୋଲକାତା: ପଶ୍ଚିମ ବଙ୍ଗ (West Bengal) ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟରେ ନାରଦା ସ୍କାମର (Narda Scam) ତଦନ୍ତ ଆରମ୍ଭ ହୋଇଛି । ଏହା ଅଧୀନରେ ସିବିଆଇ ଟିମ୍ ସୋମବାର ମମତା ବାନାର୍ଜୀଙ୍କ (Mamata Banerjee) ସରକାରର କ୍ୟାବିନେଟ ମନ୍ତ୍ରୀ ଫିରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ, ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ମେୟର ଶୋଭନ୍ ଚାଟାର୍ଜୀଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନ ଉପରେ ଚଢ଼ାଉ କରିଥିଲେ । ଏହା ପରେ ସିବିଆଇ ଟିମ୍ ସମସ୍ତଙ୍କୁ ନିଜ କାର୍ଯ୍ୟାଳୟକୁ ପଚରାଉଚରା ପାଇଁ ନେଇଛି ।

କୁହାଯାଉଛି ଯେ ଚାରିଜଣ ନେତାଙ୍କୁ ପଚରାଉଚରା ପାଇଁ କାର୍ଯ୍ୟାଳୟକୁ ନିଆଯାଇଛି । ତେବେ ଏହା ମଧ୍ୟ ସାମ୍ନାକୁ ଆସୁଛି ଯେ ସିବିଆଇ ସ୍ପଷ୍ଟ ଭାବେ କହିଛି ଯେ ସେ କାହାରିକୁ ଗିରଫ କରିନାହିଁ । ଏହାର ଅର୍ଥ ହେଉଛି ଚାରି ନେତାଙ୍କୁ କେବେଳ ପଚରାଉଚରା କରାଯିବ।

ସିବିଆଇ ଟିମ୍ ସକାଳେ ମନ୍ତ୍ରୀ ଫିରହାଦ୍ ହାକିମଙ୍କ ଘରେ ପହଞ୍ଚିଥିଲେ । ଦଳ ତାଙ୍କ ଘରେ ଖୋଜାଖୋଜି କରିଥିଲେ । ଏହା ପରେ ସେ ପଚରାଉଚରା ପାଇଁ ତାଙ୍କୁ ନିଜ ସହିତ CBI କାର୍ଯ୍ୟାଳୟ ଆଣିଥିଲା ।

ଏଥି ସହ ନାରଦା ସ୍କାମର ତଦନ୍ତ ସଂପର୍କରେ ସିବିଆଇ ନିକଟରେ ପଶ୍ଚିମ ବଙ୍ଗର ରାଜ୍ୟପାଳ ଜଗଦୀପ ଧନଖରଙ୍କ ଅନୁମତି ମାଗିଛି । ଫିରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ, ମଦନ ମିତ୍ର ଓ ଶୋଭନ୍ ଚାଟାର୍ଜୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସିବିଆଇ ଏହି ଅନୁମତି ମାଗିଥିଲା । ନିର୍ବାଚନ ପରେ ରାଜ୍ୟପାଳଙ୍କ ଦ୍ୱାରା ସିବିଆଇକୁ ଏହି ଅନୁମତି ଦିଆଯାଇଥିଲା ।

୨୦୧୬ ବିଧାନସଭା ନିର୍ବାଚନ ସମୟରେ ନାରଦା ସ୍କାମ ହୋଇଥିଲା । ନିର୍ବାଚନ ପୂର୍ବରୁ ନାରଦା ଷ୍ଟିଙ୍ଗ୍ ଟେପ୍ ରିଲିଜ୍ ହୋଇଥିଲା । ଏହି ଟେପରେ ଟିଏମସିର ମନ୍ତ୍ରୀ, ସାଂସଦ ଓ ବିଧାୟକ ପରି ଦେଖାଯାଉଥିବା ଲୋକଙ୍କୁ କଥିତ ରୂପେ ନକଲି କମ୍ପାନୀର ଲୋକଙ୍କଠାରୁ ଟଙ୍କା ନେଉଥିବାର ଦେଖାଯାଇଥିଲା । କୁହାଯାଇଥିଲା ଯେ ଏହି ଟେପଗୁଡିକ ୨୦୧୪ ର ଅଟେ ।
Published by: Jagdish Barik
First published: May 17, 2021, 10:51 AM IST