ଡ୍ରଗ୍ସ ମାମଲାରେ ଏହି ଦୁଇ ବଡ଼ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିଛି; ରିୟା ଚକ୍ରବର୍ତ୍ତୀ NCB ଆଗରେ ଏହା ପ୍ରକାଶ କରିଛନ୍ତି

ରିୟା (Rhea Chakraborty) ଯାହାର ନାମ ପ୍ରକାଶ କରିଛନ୍ତି, ସେଥିରେ ଦୁଇ ଜଣ ବଡ଼ ଅଭିନେତ୍ରୀଙ୍କ ସମେତ ଜଣେ ଫ୍ୟାଶନ୍ ଡିଜାଇନରଙ୍କ ନାମ ଅନ୍ତର୍ଭୁକ୍ତ ରହିଛି । ସେମାନଙ୍କ ମଧ୍ୟରୁ ଜଣେ ଜଣାଶୁଣା ଅଭିନେତାଙ୍କ ବନ୍ଧୁ ବୋଲି କୁହାଯାଏ ।

ଡ୍ରଗ୍ସ ମାମଲାରେ ଏହି ଦୁଇ ବଡ଼ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିଛି; ରିୟା ଚକ୍ରବର୍ତ୍ତୀ NCB ଆଗରେ ଏହା ପ୍ରକାଶ କରିଛନ୍ତି
ରିୟା NCB କୁ କହିଛନ୍ତି ଯେ ବଲିଉଡର 80% ସେଲିବ୍ରେଟିଜ ଡ୍ରଗ୍ସ ଖାଉଛନ୍ତି
  • News18 Odia
  • Last Updated: September 12, 2020, 3:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ ଆଙ୍ଗଲରୁ ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଅଭିନେତାଙ୍କ ଗର୍ଲଫ୍ରେଣ୍ଡ ତଥା ବଲିଉଡ଼ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ (NDPS Act) ଅନୁଯାୟୀ ଗିରଫ କରିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) କୁ ପଚରାଉଚରା ବେଳେ ରିୟା ଚକ୍ରବର୍ତ୍ତୀ ଅନେକ ବଲିଉଡ଼ ଅଭିନେତ୍ରୀଙ୍କୁ ଖୁଲାସା କରିଛନ୍ତି ।

ରିୟା ଦୁଇଜଣ ବଡ଼ ଅଭିନେତ୍ରୀ ଓ ଜଣେ ଫ୍ୟାଶନ୍ ଡିଜାଇନର୍ଙ୍କ ନାମ ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଜଣାଶୁଣା ଅଭିନେତାଙ୍କ ବନ୍ଧୁ ବୋଲି କୁହାଯାଏ । ରିୟା ଯେଉଁ ନାମ ପ୍ରକାଶ କରିଛନ୍ତି ସେଥିରେ ସାରା ଅଲି ଖାନ ଓ ରକୁଲ ପ୍ରୀତ ସିଂଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ ରିୟାଙ୍କ ସହ ଏନସିବିର(NCB) ପଚରାଉଚୁରା ସମୟରେ ସେ ରକୁଲ ପ୍ରୀତ ସିଂ ଓ ସାରା ଅଲି ଖାନଙ୍କ ନାମ ନେଇଛନ୍ତି ।

ରିୟା ଚକ୍ରବର୍ତ୍ତୀଙ୍କ ଏହି ତଥ୍ୟ ପ୍ରକାଶ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଏହି ତିନିଜଣଙ୍କ ଯାଞ୍ଚ କରିବାକୁ ଚିନ୍ତା କରୁଛି। କୁହଯାଉଛି ଯେ ପଚରାଉଚରା ବେଳେ ରିୟା ସ୍ୱୀକାର କରିଛନ୍ତି ଯେ ଏହି ଦୁଇ ଅଭିନେତ୍ରୀ ଓ ଜଣେ ଡିଜାଇନରଙ୍କ ସହ ମିଶି ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ନେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ସୁଶାନ୍ତଙ୍କ ସହ ପରିଚିତ ଥିବା ବେଳେ ଅନ୍ୟ ଦୁଇଜଣ ରିୟାଙ୍କ ପରିଚିତ ଥିଲେ ।

ରିୟା ଏଜେନ୍ସିକୁ କହିଛନ୍ତି ଯେ ବଲିଉଡର 80% ସେଲିବ୍ରେଟିଜ ଡ୍ରଗ୍ସ ଖାଉଛନ୍ତି । ଏହା ମଧ୍ୟ ଖବର ଆସୁଛି ଯେ ଡ୍ରଗ୍ ଆଙ୍ଗଲରୁ ଯାଞ୍ଚ କରିବା ପାଇଁ ବଲିଉଡର 25 ଜଣ ବିଶିଷ୍ଟ ସେଲିବ୍ରିଟିଙ୍କୁ ଏନସିବି ଡାକିବାର ସମ୍ଭାବନା ରହିଛି । ଏନସିବିକୁ ଦେଇଥିବା ବିବୃତ୍ତିରେ ରିୟା ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣିବାରେ ତାଙ୍କ ଭୂମିକାକୁ ସ୍ୱୀକାର କରିଛନ୍ତି ଓ ଟଙ୍କା କାରବାରକୁ ସମ୍ଭାଳୁଥିବାର ମଧ୍ୟ ସ୍ୱୀକାର କରିଛନ୍ତି ।
Published by: Jagdish Barik
First published: September 12, 2020, 3:01 PM IST
corona virus btn
corona virus btn
Loading