ମୋର କୌଣସି ଭୂମିକା ନଥିଲା..ନିଜକୁ ନିର୍ଦ୍ଦୋଷ କହିଲେ ହତ୍ୟାକାରୀ ନଳିନୀ ଶ୍ରୀହରନ

ମୋର ପ୍ରକୃତରେ କୌଣସି ଭୂମିକା ନଥିଲା। ମୁଁ ଜାଣେ ମୁଁ ଦୋଷୀ। କିନ୍ତୁ କ’ଣ ଘଟିଥିଲା ମୋର ହୃଦୟ ଜାଣେ: ନଳିନୀ ଶ୍ରୀହରନ

ନଳିନୀ ଶ୍ରୀ ହରନ (ପ୍ରତୀକାତ୍ମକ ଛବି)

ନଳିନୀ ଶ୍ରୀ ହରନ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:




News18 Odia Digital

ନୂଆ ଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୬ ଜଣଙ୍କ ମଧ୍ୟରୁ ନଳିନୀ ଶ୍ରୀହରନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁକ୍ତ କରାଯାଇଛି। ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି।

ରବିବାର ଦିନ ନଳିନୀ କହିଛନ୍ତି ଯେ ହତ୍ୟା ଷଡଯନ୍ତ୍ରରେ ତାଙ୍କର କୌଣସି ଭୂମିକା ନାହିଁ ଓ ସ୍ୱାମୀଙ୍କ ସାଙ୍ଗମାନଙ୍କ ସହ ପରିଚିତ ଥିବାରୁ ତାଙ୍କୁ ଜେଲ ପଠାଥିଲା। ଏହି ହତ୍ୟାକାଣ୍ଡରେ ତାଙ୍କର ଭୂମିକା ଓ ବୋମା ବିସ୍ଫୋରଣରେ ଅନ୍ୟମାନଙ୍କ ଭୂମିକା ପାଇଁ ସେ ଅନୁତାପ କରିଛନ୍ତି କି ବୋଲି ପଚରାଯାଇଥିଲା। ସେ ନିଜର ନିର୍ଦ୍ଦୋଷତାକୁ ନେଇ ମୁହଁ ଖୋଲିଛନ୍ତି। ସେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, "ମୋର ପ୍ରକୃତରେ କୌଣସି ଭୂମିକା ନଥିଲା। ମୁଁ ଜାଣେ ମୁଁ ଦୋଷୀ। କିନ୍ତୁ କ’ଣ ଘଟିଥିଲା ମୋର ହୃଦୟ ଜାଣେ।"

https://odia.news18.com/news/trending/rajiv-gandhi-killer-nalini-sriharan-attempts-suicide-in-prison-husband-seeks-her-transfer-1ad-2107-ad-15573.html

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ସ୍ୱାମୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀ ଶ୍ରୀହରନଙ୍କୁ ଜେଲରୁ ମୁକ୍ତ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ତାମିଲନାଡୁର ଭେଲୋର ଜେଲରୁ ନଳିନୀଙ୍କୁ ମୁକ୍ତ କରାଯାଇଥିଲା।

https://odia.news18.com/news/trending/rajiv-gandhi-assassination-convicted-nalini-release-from-jail-3ssd-13112022-ssd-135665.html

ରାଜୀବ ଗାନ୍ଧି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀଙ୍କୁ ଗାନ୍ଧି ପରିବାର କ୍ଷମା କରିଥିଲେ। ୨୦୦୦ ମସିହାରେ ମଧ୍ୟ ନଳିନୀଙ୍କ କ୍ଷମା ପ୍ରାର୍ଥନା ପାଇଁ ଏକ ପିଟିସନ ଦାଖଲ କରାଯାଇଥିଲା। ଏହି କାରଣରୁ ନଳିନୀଙ୍କ ଦଣ୍ଡ ମଧ୍ୟ ହ୍ରାସ କରାଯାଇଥିଲା।

ଜେଲରୁ ମୁକ୍ତ ହୋଇଥିବା ନଳିନୀ ଶ୍ରୀହରନ୍ ରାଜୀବ ଗାନ୍ଧିଙ୍କୁ ହତ୍ୟା କରିବାରେ ଦୋଷୀ, ତଥାପି ତାଙ୍କ ପ୍ରତି ଗାନ୍ଧି ପରିବାରର ସହାନୁଭୂତି ରହିଛି। ଯେତେବେଳେ ଗାନ୍ଧି ପରିବାରକୁ ଭେଟିବା ବିଷୟରେ କିଛି ପ୍ରଶ୍ନ ପଚରାଗଲା, ସେ କହିଥିଲେ ଯେ ଗାନ୍ଧି ପରିବାର ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ମୁଁ ଆଶା କରୁଛି ଯେ ସେମାନେ ଦିନେ ଏହି କଷ୍ଟରୁ ବାହାରି ଆସିବେ। ଗାନ୍ଧି ପରିବାରର କାହାକୁ ଭେଟିବା ପାଇଁ ମୋର କୌଣସି ଯୋଜନା ନାହିଁ। ଗାନ୍ଧି ପରିବାର ବ୍ୟତୀତ ସେ ତାଙ୍କ ପରିବାର ବିଷୟରେ ମଧ୍ୟ କହିଥିଲେ। ତାଙ୍କର ଜଣେ ଝିଅ ଓ ସ୍ୱାମୀ ଅଛନ୍ତି।

https://odia.news18.com/news/trending/rajiv-gandhi-assassination-case-convict-nalini-sriharan-moves-supreme-courtfor-premature-release-4srm-120822-srm-118747.html
ନଳିନୀ ଶ୍ରୀହରନ୍ କହିଛନ୍ତି ଯେ ୩୧ ବର୍ଷ ପରେ ଏହି ମୁକ୍ତି ମୋତେ ସୁଖ ଦେଇଛି କିନ୍ତୁ ମୁଁ ସେତେ ଖୁସି ନୁହେଁ କାରଣ ମୋ ସ୍ୱାମୀଙ୍କୁ ୨୦ ବର୍ଷ ବୟସରେ ଜେଲକୁ ପଠାଯାଇଥିଲା ଓ ଆଜି ସେ ଜେଲରୁ ବାହାରିଛନ୍ତି। ମୁଁ ମୋ ପରିବାରକୁ ଭେଟିବାକୁ ଚାହୁଁଛି। ମୋ ପରିବାର, ମୋ ଝିଅ, ମୋ ସ୍ୱାମୀଙ୍କ ପରିବାର ସମସ୍ତେ ମୋତେ ଅପେକ୍ଷା କରିଛନ୍ତି।।ମୋ ସ୍ୱାମୀ ଯେଉଁଆଡେ ଯିବେ, ମୁଁ ମଧ୍ୟ ତାଙ୍କ ସହିତ ଯିବି। ଆମେ ୩୨ ବର୍ଷ ପାଇଁ ଅଲଗା ହୋଇଗଲୁ। ଆମ ପରିବାର ଆମକୁ ଅପେକ୍ଷା କରିଛନ୍ତି।






Published by:Soumya Das
First published: