ଡାକ୍ତରାଣୀ ନିଜ ସ୍ୱାମୀ ଓ ଦୁଇ ନାବାଳକ ପିଲାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲେ

ପ୍ରାଥମିକ ଅନୁସନ୍ଧାନରୁ ଇଙ୍ଗିତ ମିଳିଛି ଯେ ଡଃ ସୁଷମା ହୁଏତ ନିଜ ସ୍ୱାମୀ ଓ ପିଲାମାନଙ୍କୁ ଚେତାଶୂନ୍ୟ କରିବା ପାଇଁ ଖାଦ୍ୟରେ କିଛି ନିଶାଯୁକ୍ତ ପଦାର୍ଥ ମିଶାଇ ସେମାନଙ୍କୁ ଦେଇଥିଲେ ଓ ତା’ପରେ ସେମାନଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିଲେ ।

ଏହି ପରିବାରର ଆତୀତରେ ଏକ ଖୁସି ମୁହୂର୍ତ୍ତର ଛବି

ଏହି ପରିବାରର ଆତୀତରେ ଏକ ଖୁସି ମୁହୂର୍ତ୍ତର ଛବି

  • Share this:
News18 Odia Digital

ନାଗପୁର: ଜଣେ ମହିଳା ନିଜ ହାତରେ ନିଜ ପରିବାରର ସର୍ବନାଶ କରି ନିଜକୁ ବି ନିଶ୍ଚିହ୍ନ କରିଛନ୍ତି । ନିଜ ସ୍ୱାମୀ ଓ ଦୁଇ ନାବାଳକ ପିଲାଙ୍କୁ ହତ୍ୟା କରିବା ପରେ ଏହି ୪୧-ବର୍ଷୀୟା ଡାକ୍ତରାଣୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁର ସହରରେ । ପୋଲିସର ସୂଚନା ଅନୁସାରେ ଡାକ୍ତରାଣୀ ସୁଷମା ରାଣେ, ତାଙ୍କ ସ୍ୱାମୀ ଧୀରଜ ରାଣେ (୪୨ ବର୍ଷ), ଏବଂ ସେମାନଙ୍କର ୧୧ ଓ ୫ ବର୍ଷର ଦୁଇ ପିଲାଙ୍କ ମୃତ ଦେହ ନାଗପୁରର କୋରାଡ଼ି ଅଞ୍ଚଳରେ ଥିବା ତାଙ୍କ ଘରୁ ମଙ୍ଗଳବାର ଦିନ ମିଳିଛି । ଡଃ ସୁଷମା ରାଣେଙ୍କ ସ୍ୱାମୀ ଧୀରଜ ରାଣେ ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜର ପ୍ରଫେସର ଥିଲେ ।

ଘରର ମାଷ୍ଟର ବେଡରୁମର ବିଛଣା ଉପରେ ଧୀରଜ ଓ ଦୁଇ ପିଲାଙ୍କ ମୃତ ଦେହ ମିଳିଥିବା ବେଳେ ଡଃ ସୁଷମା ରାଣେଙ୍କ ମୃତ ଦେହ ସିଲିଂ ଫ୍ୟାନରୁ ଓହଳିଥିବା ଦେଖିବାକୁ ମିଳିଥିଲା ବୋଲି କୋରାଡ଼ି ପୋଲିସ୍ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ।

ଡଃ ସୁଷମାଙ୍କ ୬୦ ବର୍ଷ ବୟସ୍କା ମାଉସୀ ସେମାନଙ୍କ ସହ ସେହି ଘରେ ରହୁଥିଲେ । ମଙ୍ଗଳବାର ସକାଳେ ସେ ବେଡ ରୁମର କବାଟ ବାଡ଼େଇବା ପରେ ଭିତରୁ କୌଣସି ପ୍ରତିକ୍ରିୟା ପାଇ ନ ଥିବାରୁ ପଡ଼ୋଶୀମାନଙ୍କୁ ଖବର ଦେଇଥିଲେ । ତା’ପରେ ପୋଲିସକୁ ଖବର ଦିଆଯାଇଥିଲା ଓ ଏହି ଚାରିଟି ମୃତ୍ୟୁ ସାମ୍ନାକୁ ଆସିଥିଲା ​​ବୋଲି ଜଣେ ଅଧିକାରୀ କହିଛନ୍ତି ।

ପୋଲିସ ଘଟଣା ସ୍ଥଳରୁ ଦୁଇଟି ସିରିଞ୍ଜ ଓ ଏକ ସୁଇସାଇଡ୍‌ ନୋଟ୍‌ ଉଦ୍ଧାର କରିଛି । ସେଥିରେ ଡଃ ସୁଷମା ଲେଖିଛନ୍ତି ଯେ ସେ ନିଜେ ଜୀବନ ସହ ସନ୍ତୁଷ୍ଟ ନ ଥିବାରୁ ଏମିତି ଚରମ ପଦକ୍ଷେପ ନେଇଛନ୍ତି ।

ଏହା ବି ପଢ଼ନ୍ତୁ | ଶ୍ରୀଲଙ୍କାରେ ଖେଳାଯିବ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ୍ ! ବୋର୍ଡ ଇଚ୍ଛା ପ୍ରକାଶ କରିଛି

ଏହା ବି ପଢ଼ନ୍ତୁ | ତାଳଚେର: ଡାକ୍ତରଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ୪.୫ ଲକ୍ଷ ଟଙ୍କା ଗାଏବ କରି ଗିରଫ ହେଲେ ‘‘ଠକ ଯୁବତୀ’’

ପ୍ରାଥମିକ ଅନୁସନ୍ଧାନରୁ ଇଙ୍ଗିତ ମିଳିଛି ଯେ ଡଃ ସୁଷମା ହୁଏତ ନିଜ ସ୍ୱାମୀ ଓ ପିଲାମାନଙ୍କୁ ଚେତାଶୂନ୍ୟ କରିବା ପାଇଁ ଖାଦ୍ୟରେ କିଛି ନିଶାଯୁକ୍ତ ପଦାର୍ଥ ମିଶାଇ ସେମାନଙ୍କୁ ଦେଇଥାଇ ପାରନ୍ତି ଓ ପରେ ସେମାନଙ୍କୁ କୌଣସି ବିଷାକ୍ତ ଇଞ୍ଜେକ୍ସନ ଦେଇ ହତ୍ୟା କରିଥାଇ ପାରନ୍ତି ।



ମୃତ ଦେହଗୁଡ଼ିକୁ ପୋଷ୍ଟ ମର୍ଟମ ପାଇଁ ପଠାଇ ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଓ ଶୋକ ଖେଳିଯାଇଛି ।
Published by:Anand Shankar Thankur Das
First published: