ନାଗ ପଞ୍ଚମି ପର୍ବ ଶ୍ରାବଣ ମାସର ଶୁକ୍ଲପକ୍ଷ ପଞ୍ଚମ ତିଥିରେ ପାଳନ ହୁଏ; ଜାଣନ୍ତୁ କାହିଁକି ହୁଏ ପୂଜା

ଜ୍ୟୋତିଷଙ୍କ ଅନୁସାରେ ନଗପଞ୍ଚମୀ ଦିନ ସର୍ପ ଜାତି ସହ ଜଡ଼ିତ ପ୍ରମୁଖ ତୀର୍ଥ ସ୍ଥାନ ଗୁଡିକୁ ଯାଇ ବିଦ୍ଧିବିଧାନ ସହ ପୂଜା କରିବା ଦ୍ୱାରା କୁଣ୍ଡଳିରୁ କାଳ ସର୍ପ ଦୋଷ ଓ ସର୍ପ ଦଂଶନ ଭୟ ଦୂର ହୋଇଥାଏ ।

ନାଗ ପଞ୍ଚମି ପର୍ବ ଶ୍ରାବଣ ମାସର ଶୁକ୍ଲପକ୍ଷ ପଞ୍ଚମ ତିଥିରେ ପାଳନ ହୁଏ; ଜାଣନ୍ତୁ କାହିଁକି

ନାଗ ପଞ୍ଚମି ପର୍ବ ଶ୍ରାବଣ ମାସର ଶୁକ୍ଲପକ୍ଷ ପଞ୍ଚମ ତିଥିରେ ପାଳନ ହୁଏ; ଜାଣନ୍ତୁ କାହିଁକି

  • Share this:
News 18 Odia Digital

ହିନ୍ଦୁ ଧର୍ମରେ ନାଗ ଦେବତାଙ୍କ ପୂଜା କରିବାର ବିଶ୍ୱାସ ରହିଛି । ସନାତନ ପରମ୍ପରା ସହିତ ଜଡିତ ସମସ୍ତ ପୌରାଣିକ କାହାଣୀରେ ଯେଉଁ ନାଗ ଦେବତାଙ୍କ ପୂଜା ଦ୍ଵାରା ସମସ୍ତ ମନସ୍କାମନା ପୁର୍ଣ୍ଣ ହେଉଥିବା କଥା କୁହାଯାଇଛି, ସେହି ନାଗଦେବତାଙ୍କ ପୂଜା ନାଗପଞ୍ଚମୀ ପର୍ବ ପ୍ରତିବର୍ଷ ଶ୍ରାବଣ ମାସର ଶୁକ୍ଲ ପକ୍ଷ ପଞ୍ଚମୀରେ ପାଳନ କରାଯାଏ । ଜ୍ୟୋତିଷଙ୍କ ଅନୁସାରେ ନଗପଞ୍ଚମୀ ଦିନ ସର୍ପ ଜାତି ସହ ଜଡ଼ିତ ପ୍ରମୁଖ ତୀର୍ଥ ସ୍ଥାନ ଗୁଡିକୁ ଯାଇ ବିଦ୍ଧିବିଧାନ ସହ ପୂଜା କରିବା ଦ୍ୱାରା କୁଣ୍ଡଳିରୁ କାଳ ସର୍ପ ଦୋଷ ଓ ସର୍ପ ଦଂଶନ ଭୟ ଦୂର ହୋଇଥାଏ। ଆସନ୍ତୁ ଦେଶର ପ୍ରସିଦ୍ଧ ନାଗ ମନ୍ଦିର ଗୁଡ଼ିକ ବିଷୟରେ ଜାଣିବା ।

ତକ୍ଷକ ତିର୍ଥ, ପ୍ରୟାଗରାଜ, ଉତ୍ତରପ୍ରଦେଶ
ସଙ୍ଗମ ନଗରୀ ପ୍ରୟାଗରାଜ ସ୍ଥିତ ଯମୁନା ତଟରେ ଥିବା ତକ୍ଷକ ତୀର୍ଥକୁ ନାଗ ପୂଜା ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । କେବଳ ନାଗ ପଞ୍ଚମିରେ ନୁହେଁ ବରଂ ପ୍ରତ୍ୟେକ ମାସର ପଞ୍ଚମୀରେ ଏହି ପବିତ୍ର କ୍ଷେତ୍ରରେ ପୂଜା କରିବା ଦ୍ୱାରା ଜାତକରୁ କାଳସର୍ପ ଦୋଷ ଏବଂ ସାପ କାମୁଡ଼ାର ଭୟ ଦୂର ହୋଇଥାଏ । ତକ୍ଷକ ନାଗଙ୍କ ସହିତ ଜଡିତ ପବିତ୍ର କ୍ଷେତ୍ରରେ ଶିବ ପୂଜା, ରୁଦ୍ରାଭିଷେକ ଇତ୍ୟାଦି ପୂଜା କରିବାର ବହୁତ ଗୁରୁତ୍ୱ ରହିଛି ।

କର୍କୋଟକ ନାଗ ମନ୍ଦିର, ନୈନିତାଲ, ଉତ୍ତରାଖଣ୍ଡ ଉତ୍ତରପ୍ରଦେଶରେ ନାଗ ଦେବତାଙ୍କ ସହିତ ଜଡିତ ଥିବା ଦୁଇଟି ପ୍ରସିଦ୍ଧ ମନ୍ଦିର ହେଉଛି ଧୌଳିନାଗ ଏବଂ କର୍କୋଟକ ନାଗ ମନ୍ଦିର । ଧୌଳିନାଗ ମନ୍ଦିର ବାଗେଶ୍ୱର ଜିଲ୍ଲାରେ ଥିବାବେଳେ କର୍କୋଟକ ନାଗ ମନ୍ଦିର ନୈନିତାଲ ସହରର ଭୀମଟାଲରେ ଅବସ୍ଥିତ । ଏକ ଘଞ୍ଚ ଜଙ୍ଗଲରେ ଥିବା ପର୍ବତ ଉପରେ ଅବସ୍ଥିତ ଏହି ମନ୍ଦିରକୁ ଭୀମତାଲର ମୁକୁଟ ମଧ୍ୟ କୁହାଯାଏ । ବିଶ୍ୱାସ କରାଯାଏ ଯେ ନାଗପଞ୍ଚମୀ ଅବସରରେ କର୍କୋଟକ ନାଗ ମନ୍ଦିରରେ ବିଦ୍ଧି ପୂର୍ବକ ପୂଜାପାଠ କରିବା ଦ୍ୱାରା ଜତକରୁ କାଳ ସର୍ପ ଦୋଷ ଦୂର ହୋଇଯାଏ ଏବଂ ନାଗ ଦେବତାଙ୍କ କୃପା ଦ୍ୱାରା ବ୍ୟକ୍ତି ସୁଖ ଓ ସୌଭାଗ୍ୟ ପାଇଥାଏ ।

ନାଗଚନ୍ଦ୍ରେଶ୍ୱର ମନ୍ଦିର, ଉଜ୍ଜୈନ, ମଧ୍ୟପ୍ରଦେଶର
ମହାକାଳ ନଗରୀ ଉଜ୍ଜୈନରେ ଅବସ୍ଥିତ ନାଗଚନ୍ଦ୍ରେଶ୍ୱରଙ୍କ ମନ୍ଦିର ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିର ପରିସରରେ ଅବସ୍ଥିତ । ଏହି ମନ୍ଦିରର ବିଶେଷତ୍ୱ ​​ହେଉଛି ଯେ, ଏହା କେବଳ ବର୍ଷକୁ ଥରରେ ନାଗପଞ୍ଚମୀ ଦିନ ଭକ୍ତମାନେ ଦର୍ଶନ କରିବା ପାଇଁ ଖୋଲାଯାଇ ଥାଏ । ବିଶ୍ୱାସ କରାଯାଏ ଯେ ଶ୍ରାବଣ ଶୁକ୍ଳ ପଞ୍ଚମୀ ଦିନ ନାଗଚନ୍ଦ୍ରେଶ୍ୱର ମନ୍ଦିର ପରିଦର୍ଶନ କରି ଉପାସନା କରୁଥିବା ବ୍ୟକ୍ତି ଜୀବନରେ ସାପ କାମୁଡ଼ିବାକୁ ଭୟ କରନ୍ତି ନାହିଁ ଏବଂ ନାଗ ଦେବତାଙ୍କ କୃପାରୁ ତାଙ୍କ ଜୀବନ ସହ ଜଡିତ ସମସ୍ତ ଦୋଷ ଦୂର ହୋଇଯାଏ ।

ମନ୍ନାରାଶାଲା ସାପ ମନ୍ଦିର, କେରଳ

ଦେଶର ପ୍ରସିଦ୍ଧ ନାଗ ମନ୍ଦିର ମଧ୍ୟରୁ ଗୋଟିଏ ଦକ୍ଷିଣ ଭାରତରେ ଅବସ୍ଥିତ । ସାପର ଜାତି ସହ ଜଡିତ ହଜାର ହଜାର ପ୍ରତିମୂର୍ତ୍ତି ପାଇଁ କେରଳର ମନ୍ନାରସାଲା ମନ୍ଦିର ଦେଶ ତଥା ବିଶ୍ୱରେ ପ୍ରସିଦ୍ଧ । ନାଗ ଦେବତାଙ୍କ ସହିତ ଜଡିତ ଏହି ପବିତ୍ର କ୍ଷେତ୍ରକୁ ନାଗ ମନ୍ଦିର ଭାବରେ ମଧ୍ୟ ଲୋକମାନେ ଜାଣନ୍ତି । ଏହି ମନ୍ଦିରଟି ମହାଭାରତ ସମୟର ବୋଲି ବିଶ୍ୱାସ କରାଯାଏ । ବିଶ୍ୱାସ କରାଯାଏ ଯେ ଏହି ମନ୍ଦିରରେ ପୂଜାପାଠ କଲେ ସନ୍ତାନ ପ୍ରାପ୍ତ ମଧ୍ୟ ହୋଇଥାଏ ।
Published by:Soubhagya Mishra
First published: