ନଡ୍ଡା ପାକିସ୍ତାନୀ ନେତାଙ୍କ ଭିଡିଓ ସେୟାର କଲେ; କହିଲେ - କଂଗ୍ରେସର ରାଜକୁମାରଙ୍କୁ ଭାରତରେ କୌଣସି ଜିନିଷରେ ଭରସା ନାହିଁ

ପାକିସ୍ତାନର ନେତା ସର୍ଦ୍ଦାର ଆୟାଜ ସାଦିକ୍ (Sardar Ayaz Sadique) ସଂସଦରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଦମାନଙ୍କୁ ମୁକ୍ତ କରିବା ପ୍ରସଙ୍ଗ ଉଠାଇଥିଲେ । ଏହି ପ୍ରସଙ୍ଗ ମାଧ୍ୟମରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କଂଗ୍ରେସ ପାର୍ଟି (Congress) ଓ ରାହୁଲ ଗାନ୍ଧୀଙ୍କ (Rahul Gandhi) ଉପରେ ଟାର୍ଗେଟ କରିଛନ୍ତି ।

ନଡ୍ଡା ପାକିସ୍ତାନୀ ନେତାଙ୍କ ଭିଡିଓ ସେୟାର କଲେ; କହିଲେ - କଂଗ୍ରେସର ରାଜକୁମାରଙ୍କୁ ଭାରତରେ କୌଣସି ଜିନିଷରେ ଭରସା ନାହିଁ
'କଂଗ୍ରେସର ରାଜକୁମାରଙ୍କୁ ଭାରତରେ କୌଣସି ଜିନିଷରେ ଭରସା ନାହିଁ' - ଜେପି ନଡ୍ଡା
  • News18 Odia
  • Last Updated: October 29, 2020, 1:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଇସଲାମାବାଦରେ ପାକିସ୍ତାନ ମୁସଲିମ ଲିଗ୍-ଏନ (Pakistan Muslim League (PML-N) ନେତା ସର୍ଦ୍ଦାର ଆୟାଜ ସାଦିକ୍ ବୁଧବାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଦମାନଙ୍କୁ ମୁକ୍ତ କରିବାକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଥିଲେ ଯେତେବେଳେ ଦେଶରେ ଏହି ପ୍ରସଙ୍ଗରେ ଆଲୋଚନା ହେଉଥିଲା ସେତେବେଳେ ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜୱାଙ୍କ ପାଦ ଥରି ଉଠୁଥିଲା । ତାଙ୍କର ଝାଳ ବାହାରୁଥିଲା । ତାଙ୍କ ବିବୃତ୍ତିକୁ ନେଇ ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡ୍ଡା ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।

'କଂଗ୍ରେସ ରାଜକୁମାର ଭାରତରେ କିଛି ଜିନିଷରେ ବିଶ୍ୱାସ କରନ୍ତି ନାହିଁ'
ନଡ୍ଡା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସାଦିକଙ୍କ ଭିଡିଓ ସେୟାର କରିଛନ୍ତି । ସେ ଲେଖିଛନ୍ତି, 'କଂଗ୍ରେସ ରାଜକୁମାରକୁ ଭାରତର କୌଣସି ଜିନିଷରେ ବିଶ୍ୱାସ ନାହିଁ । ସେ ସେନା ହେଉ, ସରକାର ହେଉ କିମ୍ବା ଆମ ଲୋକ । ତେବେ ସେ ନିଜର 'ସବୁଠାରୁ ବିଶ୍ୱସ୍ତ ଦେଶ' ପାକିସ୍ତାନକୁ ଶୁଣିନେବା ଉଚିତ୍ । ଆଶା କରୁଛି ବର୍ତ୍ତମାନ ଏବେ ତାଙ୍କ ଆଖି ଖୋଲିବ ... ' ଏହା ବ୍ୟତୀତ ସେ କଂଗ୍ରେସ ଉପରେ ସୀମାରେ ରକ୍ଷା କରୁଥିବା ସୈନିକମାନଙ୍କୁ ଦୁର୍ବଳ କରିଥିବାର ଅଭିଯୋଗ କରିଛନ୍ତି ।



ସେ ଲେଖିଛନ୍ତି, 'କଂଗ୍ରେସ ଦେଶର ସଶସ୍ତ୍ର ବାହିନୀକୁ ଦୁର୍ବଳ କରିବା ପାଇଁ ଏକ ଅଭିଯାନରେ ନିୟୋଜିତ ଥିଲା । କେବେକେବେ ତାଙ୍କୁ ପରିହାସ କରୁଥିଲେ ଓ ଆଉ କେବେ ତାଙ୍କ ବୀରତ୍ୱ ଉପରେ ସନ୍ଦେହ କରୁଥିଲେ । ସମସ୍ତ ପ୍ରକାର କୌଶଳ ଆପଣାଉଥିଲେ ଯାହା ଦ୍ୱାରା ସେନା ଅତ୍ୟାଧୁନିକ ରାଫେଲ (Rafael) ପାଇପାରିବ ନାହିଁ । କିନ୍ତୁ ଦେଶବାସୀ ଏଭଳି ରାଜନୀତିକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସକୁ ଏକ ଉଚିତ ଶିକ୍ଷା ଦେଇଛନ୍ତି ।

କ’ଣ କହିଥିଲେ ସାଦିକ୍ ?
ଆୟାଜ ସାଦିକ ପାକିସ୍ତାନ ସଂସଦର ରାଷ୍ଟ୍ରୀୟ ସଭାରେ ଭାଷଣ ଦେଉଥିଲେ । ଏହି ସମୟରେ ସେ ଅଭିନନ୍ଦନଙ୍କ ମୁକ୍ତି ପ୍ରସଙ୍ଗ ମଧ୍ୟ ଉଠାଇଥିଲେ । ସେ କହିଥିଲେ 'ବର୍ତ୍ତମାନ ଅଭିନନ୍ଦନ ବିଷୟରେ କ’ଣ କହିବି । ମୋର ମନେ ଅଛି, ଶାହ ମହମୁଦ କୁରେଶି ସାହେବ ଏହି ସଭାରେ ଥିଲେ ଯେଉଁଠାରେ ପ୍ରଧାନମନ୍ତ୍ରୀ ଆସିବାକୁ ମନା କରି ସେନା ମୁଖ୍ୟ ତଶ୍ରିଫଙ୍କୁ ଆଣିଥିଲେ । ପାଦ ଥରି ଉଠୁଥିଲା, କପାଳରେ ଝାଳ ବାହାରୁଥିଲା । ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ ସାହାବ କହିଥିଲେ ଯେ ଖୁଦାଙ୍କ (ଭଗବାନ) ପାଇଁ ତାକୁ ଯିବାକୁ ଦିଅନ୍ତୁ କାରଣ ରାତି ୯ ଟାରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବ ।
Published by: Jagdish Barik
First published: October 29, 2020, 1:18 PM IST
corona virus btn
corona virus btn
Loading