News18 Odia Digital
ମୁମ୍ବାଇ : ବଲିଉଡର ଡ୍ରାମା କୁଇନ କୁହାଯାଉଥିବା ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କୁ କିଏ ବା ନଜାଣେ । ସବୁବେଳେ ସେ ଏମିତି କିଛି ନାଁ କିଛି ହରକତ କରନ୍ତି , ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଥାଏ । କିନ୍ତୁ ଏବେ ତାଙ୍କ ସ୍ୱାମୀ ଆଦିଲ୍ ଖାନ୍ ମାଇସୋର ପୋଲିସର ଜେଲ୍ରେ ଅଛନ୍ତି। ରାକ୍ଷୀ ସ୍ୱାମୀ ଆଦିଲଙ୍କ ବିରୋଧରେ ଅଭିଯୋଗ କରିଥିଲେଓ ପରେ ତାଙ୍କୁ ଗିରଫ କରାଯାଇଛି । ନିକଟରେ ରାକ୍ଷୀ ସାୱନ୍ତ ମାଇସୋରରେ ସ୍ୱାମୀ ଆଦିଲଙ୍କ ଘରେ ପହଞ୍ଚିଥିଲେ । ଯଦିଓ, ଏହି ସମୟ ମଧ୍ୟରେ ସେ ତାଙ୍କ ଶାଶୂ ଓ ଶ୍ୱଶୁରଙ୍କୁ ଭେଟି ନଥିଲେ, କିନ୍ତୁ ସେ ଆଦିଲଙ୍କ ପଡ଼ୋଶୀମାନଙ୍କୁ କହିଥିଲେ ଯେ ,‘ଆଦିଲଙ୍କ ଯୋଗୁଁ ମୋ ମା’ଙ୍କର ମୃତ୍ୟୁ ହୋଇଛି ।’
ମୋ ଶାଶୂ ଓ ଶ୍ୱଶୁର ତାଲା ପକାଇ ପଲାଇଛନ୍ତିଗତକାଲି ରାକ୍ଷୀ ସାୱନ୍ତ ମାଇସୋରରେ ତାଙ୍କ ସ୍ୱାମୀ ଆଦିଲ୍ଙ୍କ ଘରେ ପହଞ୍ଚିଥିଲେ । ଯେତେବେଳେ ସେ ତାଙ୍କ ଶାଶୁ ଘରେ ପହଞ୍ଚିଥିଲେ, ସେତେବେଳେ ଆଦିଲ୍ଙ୍କ ଘର ତାଲା ପଡ଼ିଥିବାର ଦେଖାବାକୁ ମିଳିଥିଲା । ରାକ୍ଷୀ କହିଛନ୍ତି ଯେ, ‘ମୋ ଶ୍ୱଶୁର ଓ ଶାଶୂ ପଲାଇଛନ୍ତି । ଯେତେବେଳେ ମୁଁ ସକାଳେ ଫୋନ୍ କଲି, ସେମାନେ ମୋତେ ବହୁତ ଗାଳି ଦେଲେ । ସେ କହିଥିଲେ ଯେ ଆମେ ତୁମର ବିବାହକୁ ଗ୍ରହଣ କରି ନାହୁଁ ।’
ପଢନ୍ତୁ ଏହି ଖବର :
http://Russia Ukraine War : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିଲା; ପୁତିନଙ୍କ ସେଲିବ୍ରେସନ ଡେ, ବିଶ୍ବ ଯୁଦ୍ଧ ନିଶ୍ଚିତ !ରାକ୍ଷୀ ସାୱନ୍ତ ମଧ୍ୟ ଆଦିଲଙ୍କ ଘରେ ରହୁଥିବା ଲୋକଙ୍କୁ ଭେଟିଥିଲେ । ରାକ୍ଷୀ ମହିଳାମାନଙ୍କ ସହ କଥାବାର୍ତ୍ତା ହୋଇ କହିଛନ୍ତି ଯେ, ‘ମୁଁ ଆଦିଲଙ୍କୁ ବିବାହ କରିଛି । ଇସଲାମ ଗ୍ରହଣ କରିଛି , କିନ୍ତୁ ଆଦିଲ ଜଣେ ଝିଅକୁ ବଳାତ୍କାର କରିଛନ୍ତି ଓ ମୁମ୍ବାଇର ଜଣେ ଝିଅ ସହିତ ମଧ୍ୟ ସମ୍ପର୍କ ରଖିଥିଲେ ଏବଂ ତା’ପରେ ମୋ ଟଙ୍କା ନେଇ ପଳାଇ ଯାଇଥିଲେ । ଆଦିଲଙ୍କ କାରଣରୁ ମୋ ମା’ଙ୍କର ମୃତ୍ୟୁ ହୋଇଛି। ମୁଁ ତାଙ୍କୁ ଟଙ୍କା ଦେଇଥିଲି, କିନ୍ତୁ ସେ ମୋ ମା’ଙ୍କୁ ଠିକ୍ ସମୟରେ ଚିକିତ୍ସା କରିନଥିଲେ, ଯେଉଁଥିପାଇଁ ମୋ ମା’ଙ୍କର ମୃତ୍ୟୁ ହୋଇଛି ।’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।