ଯବାନଙ୍କ ପାଖରେ ଏଭଳି ଅସ୍ତ୍ରଶସ୍ତ୍ର ଥିବ ଯାହା ବିଷୟରେ ଶତ୍ରୁମାନେ ଭାବିବିନଥିବେ; ପିଏମ୍ ମୋଦି

ଯବାନଙ୍କ ପାଖରେ ଏଭଳି ଅସ୍ତ୍ରଶସ୍ତ୍ର ଥିବ ଯାହା ବିଷୟରେ ଶତ୍ରୁମାନେ ଭାବିବିନଥିବେ; ପିଏମ୍ ମୋଦି

ଯବାନଙ୍କ ପାଖରେ ଏଭଳି ଅସ୍ତ୍ରଶସ୍ତ୍ର ଥିବ ଯାହା ବିଷୟରେ ଶତ୍ରୁମାନେ ଭାବିବିନଥିବେ; ପିଏମ୍ ମୋଦି

  • Share this:
News 18 Odia Digital

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭାରତୀୟ ନୌସେନା ଦ୍ୱାରା ଆୟୋଜିତ NIIO (ନାଭାଲ୍ ଇନୋଭେସନ୍ ଆଣ୍ଡ ଇଣ୍ଡିଜେନାଇଜେସନ୍ ଅର୍ଗାନାଇଜେସନ୍) ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ଏହି ବିଶେଷ ଉତ୍ସବରେ ସେ ପୁଣିଥରେ ଆତ୍ମନିର୍ଭରଶୀଳ ଭାରତ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଦେଶର ସୈନିକମାନଙ୍କୁ ଉତ୍ସାହିତ କରି କହିଥିଲେ, ଆଗକୁ ସେମାନଙ୍କ ପାଖରେ ଏଭଳି ଅସ୍ତ୍ରଶସ୍ତ୍ର ଥିବ ଯାହା ବିଷୟରେ ଶତ୍ରୁ କେବେ ବି ଭାବି ବି ନଥିବେ ।

ପିଏମ ମୋଦି କହିଛନ୍ତି ଯେ, ହୁଏତ ଅନ୍ୟ ଦେଶର ସୈନିକମାନଙ୍କ ପାଖରେ ମଧ୍ୟ ସେହି ଅସ୍ତ୍ର ଥାଇପାରେ । ଏହା ମଧ୍ୟ ହୋଇପାରେ ଯେ ଆମର ସୈନିକମାନେ ସେମାନଙ୍କର ସାମର୍ଥ୍ୟ ଆଧାରରେ ସେହି ଅସ୍ତ୍ରଗୁଡିକର ବ୍ୟବହାର ଆହୁରି ଭଲ ଭାବେ କରିପାରିବେ । କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ମୁଁ ରିସ୍କ ନେବି ? ମୁଁ କାହିଁକି ସେହି ଅସ୍ତ୍ରଗୁଡ଼ିକୁ ମୋର ଯବାନମାନଙ୍କୁ ଦେବି, ଯାହା ଅନ୍ୟ ଦେଶର ସୈନିକମାନେ ମଧ୍ୟ ବ୍ୟବହାର କରୁଛନ୍ତି । ଆଗକୁ ଆମର ସୈନିକମାନଙ୍କ ପାଖରେ ସେହି ଅସ୍ତ୍ର ଥିବ ଯାହା ଶତ୍ରୁମାନେ କେବେ ଭାବି ବି ନଥିବେ । ସେମାନେ ଭାବିବା ବେଳକୁ, ଆମର ଯବାନମାନେ କାମ ସମାପ୍ତ କରି ଦେଇଥିବେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ମନୋବଳ କେବଳ ସୈନିକମାନଙ୍କୁ ପ୍ରସ୍ତୁତ କରିବା ପାଇଁ ନୁହେଁ, ବରଂ ଏହି ମନୋବଳ ସୈନିକମାନଙ୍କ ହାତରେ କେଉଁ ଅସ୍ତ୍ର ଅଛି ତାହା ଉପରେ ମଧ୍ୟ ନିର୍ଭର କରେ । ବର୍ତ୍ତମାନ ପ୍ରତିରକ୍ଷା ପ୍ରସଙ୍ଗରେ ଦେଶ ଆତ୍ମନିର୍ଭରଶୀଳ ହେବା ଦିଗରେ ଆଗେଇ ଥିବାରୁ ପ୍ରଧାନମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ଏହି ଆକଳନ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୪-୫ ବର୍ଷ ମଧ୍ୟରେ ଆମର ପ୍ରତିରକ୍ଷା ଆମଦାନୀ ପ୍ରାୟ ୨୧ ପ୍ରତିଶତ ହ୍ରାସ ପାଇଛି । ଆଜି ଆମେ ସର୍ବ ବୃହତ ପ୍ରତିରକ୍ଷା ଆମଦାନୀକାରୀଙ୍କ ବଦଳରେ ଏକ ବଡ ରପ୍ତାନିକାରୀ ଆଡ଼କୁ ଦ୍ରୁତ ଗତିରେ ଆଗଉଛୁ ।

ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସ୍ଵାଧୀନତା ପୂର୍ବରୁ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ସ୍ଥିତି ଅତ୍ୟନ୍ତ ଶକ୍ତିଶାଳୀ ଥିଲା । ଏହାପୂର୍ବରୁ ଭାରତ ଅନେକ ଉପକରଣ ରପ୍ତାନି କରୁଥିଲା । ଏହି ବିଷୟରେ ମଧ୍ୟ ସେ କହିଛନ୍ତି ଯେ ଆମର ହାୱିଜର ତୋପ, ଇଶାପୁର ରାଇଫଲ କାରଖାନାରେ ନିର୍ମିତ ମେସିନ ବନ୍ଧୁକ ଗୁଡ଼ିକୁ ଶ୍ରେଷ୍ଠ ବିବେଚନା କରାଯାଉଥିଲା । ଆମେ ବହୁତ ବଡ଼ ସଂଖ୍ୟାରେ ରପ୍ତାନି କରୁଥିଲୁ । କିନ୍ତୁ ତା’ପରେ କ’ଣ ହେଲା ଯେ ଏକ ସମୟରେ ଆମେ ଏହି କ୍ଷେତ୍ରରେ ଦୁନିଆର ସବୁଠୁ ବଡ ଆମଦାନୀକାରୀ ହୋଇଗଲୁ ?

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ଆତ୍ମନିର୍ଭରତାର ଲକ୍ଷ୍ୟ ଏକବିଂଶ ଶତାବ୍ଦୀର ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆତ୍ମନିର୍ଭରଶୀଳ ନୌସେନା ପାଇଁ ପ୍ରଥମ ଆତ୍ମନିର୍ଭରଶୀଳ ସେମିନାରର ଆୟୋଜନ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନିଜ ସରକାରକୁ ପ୍ରଶଂସା କରିବାବେଳେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ ଗତ ୮ ବର୍ଷ ମଧ୍ୟରେ କେବଳ ପ୍ରତିରକ୍ଷା ବଜେଟ୍ ବୃଦ୍ଧି ହୋଇନାହିଁ, ଏହା ମଧ୍ୟ ଦେଶରେ ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମର ବିକାଶରେ ଉପଯୋଗୀ ହେବା ସୁନିଶ୍ଚିତ କରିଛି ।

ମୋଦିଙ୍କ କହିବାନୁସାରେ, ଆଜି ପ୍ରତିରକ୍ଷା ଉପକରଣ କିଣିବା ପାଇଁ ସ୍ଥିର ହୋଇଥିବା ବଜେଟର ଏକ ବଡ଼ ଅଂଶ ଭାରତୀୟ କମ୍ପାନୀମାନଙ୍କଠାରୁ କ୍ରୟ ପାଇଁ ଖର୍ଚ୍ଚ ହେଉଛି । ଏଭଳି ପରିସ୍ଥିତିରେ ଆତ୍ମନିର୍ଭରଶୀଳ ଭାରତ ଆଡକୁ ଅତିଶିଘ୍ର ଆଗକୁ ପାଦ ବଢ଼ି ସାରିଛି । ଏହି ଆତ୍ମନିର୍ଭରଶୀଳତା ମଧ୍ୟରେ ଷ୍ଟାର୍ଟଅପର ମହତ୍ତ୍ଵକୁ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ଦଶନ୍ଧିର ଆଭିମୁଖ୍ୟରୁ ଶିଖି ଆଜି ଆମେ ଏକ ନୂତନ ପ୍ରତିରକ୍ଷା ଇକୋସିଷ୍ଟମର ବିକାଶ କରୁଛୁ । ଘରୋଇ କ୍ଷେତ୍ର, ଏକାଡେମୀ, ଏମ୍ଏସ୍ଏମ୍ଇ ଏବଂ ଷ୍ଟାର୍ଟ ଅପ୍ ପାଇଁ ଆଜି ପ୍ରତିରକ୍ଷା R&D ଖୋଲାଯାଇଛି ।
Published by:Soubhagya Mishra
First published: