ବିହାର ଶେଲଟର ହୋମ୍ କାଣ୍ଡ: କୌଣସି ଝିଅର ହତ୍ୟା ହୋଇ ନାହିଁ, ସୁପ୍ରିମ କୋର୍ଟକୁ କହିଲା ସିବିଆଇ
ମୁଜାଫରପୁର ସେଲଟର ହୋମ ମାମଲାର ଯାଞ୍ଚ କରୁଥିବା ସବିଆଇ ସୁପ୍ରିମକୋର୍ଟରେ କହିଛି କି ଯେଉଁ ୩୫ଜଣ ଝିଅଙ୍କର ହତ୍ୟା ହୋଇଥିବା ନେଇ ସନ୍ଦେହ କରାଯାଉଥିଲା ସେମାନେ ସମସ୍ତେ ଜୀବିତ ଅଛନ୍ତି । ସେଠାରୁ ମିଳିଥିବା ହାଡ ଗୁଡ଼ିକ ଅନ୍ୟ ବୟସ୍କମାନଙ୍କର ।

ସିବିଆଇ ଏବଂ ସେଣ୍ଟ୍ରାଲ ଫରେନସିକ ଟିମ୍ ମୁଜାଫରପୁର ଶେଲଟର ହୋମରେ ତଦନ୍ତ କରୁଛନ୍ତି
- News18 Odia
- Last Updated: January 8, 2020, 3:38 PM IST
ମୁଜାଫରପୁର: ବିହାରର ବହୁଚର୍ଚ୍ଚିତ ମୁଜାଫରପୁର ଶେଲଟର ହୋମ ଘଟଣାର ଏକ ନୂଆ ମୋଡ ଆସିଛି । ଏହି ମାମଲାର ଯାଞ୍ଚ କରୁଥିବା ସିବିଆଇ ସୁପ୍ରିମକୋର୍ଟରେ କିହଛି କି ଶେଲଟର ହୋମରେ କୌଣସି ଝିଅଙ୍କର ମୃତ୍ୟୁ ଘଟିନାହିଁ । ସିବିଆଇ ତରଫରୁ କୋର୍ଟରେ ହାଜର ହୋଇଥିବା ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଳ ଏହା ଦାବି କରିଛନ୍ତି କି ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିନଥିବାବେଳେ ସମସ୍ତ ୩୫ଜଣ ଝିଅ ଜୀବିତ ଅଛନ୍ତି ।
ସିବିଆଇ କହିବା ଅନୁସାରେ, ସେଠାରେ ହତ୍ୟା କରାଯାଇଥିବାନେଇ ଯେଉଁ ସନ୍ଦେହ କରାଯାଉଥିଲା ସେହି ସମସ୍ତ ଝିଅ ଜୀବିତ ଅଛନ୍ତି । ସେଠାରୁ ମିଳିଥିବା ହାଡ ଗୁଡ଼ିକ କେତେଜଣ ବୟସ୍କଙ୍କର ଅଟେ । ସିବିଆଇ ନିଜର ଯାଞ୍ଚ ଏହା ସ୍ପଷ୍ଟ କରିଛି କି ମୁଜାଫରପୁର ସେଲଟର ହୋମରେ କୌଣସି ନାବାଳିକାଙ୍କର ମୃତ୍ୟୁ ଘଟିନାହିଁ । ତେବେ ଏହି ଘଟଣାର ତଦନ୍ତ ଜାରି ରହିଛି ।
ଏହି କେସ ଉପରେ ନୂଆ ଦିଲ୍ଲୀର ସାକେତ କୋର୍ଟ ୧୪ ଜାନୁଆରୀରେ ଫଇସଲା ଶୁଣାଇବେ । ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ ଦ୍ବାରା ପରିଚାଳିତ ବାଳିକା ଆଶ୍ରୟ ଗୃହରେ ୪୦ରୁ ଅଧିକ ନାବାଳିକାଙ୍କୁ ଉତ୍ପୀଡ଼ନ କରାଯାଇଥିଲା । ସିବିଆଇ ୪ଟି ଆଶ୍ରୟଗୃହ ବିରୋଧରେ ନିଜର ପ୍ରାରମ୍ଭିକ ଯାଞ୍ଚରେ କୌଣସି ଅପରାଧ ହୋଇଥିବାର ତଥ୍ୟ ପାଇନାହିଁ ।