ମୁଜାଫରପୁର ଶେଲଟର ହୋମ ଘଟଣା: ବ୍ରଜେଶ ଠାକୁରଙ୍କ ସମେତ ୧୯ ଦୋଷୀ ସାବ୍ୟସ୍ତ, କୋର୍ଟରେ ଭୋ ଭୋ ହୋଇ କାନ୍ଦିଲେ ଜଣେ ଦୋଷୀ

ମୁଜାଫରପୁର ଶେଲଟର ହୋମ ମୃତ୍ୟୁ ଘଟଣାରେ ନୂଆ ଦିଲ୍ଲୀର ସାକେତ କୋର୍ଟ ନିଜର ଫଇସଲା ଶୁଣାଇବା ପରେ ଦୋଷୀମାନଙ୍କ ମଧ୍ୟରୁ ଜଣେ କୋର୍ଟ ପରିସରରେ କାନ୍ଦିବାକୁ ଲାଗିଥିଲେ ।

ମୁଜାଫରପୁର ଶେଲଟର ହୋମ ଘଟଣାର ମୁଖ୍ୟ ଦୋଷୀ ବ୍ରଜେଷ ଠାକୁର

ମୁଜାଫରପୁର ଶେଲଟର ହୋମ ଘଟଣାର ମୁଖ୍ୟ ଦୋଷୀ ବ୍ରଜେଷ ଠାକୁର

  • Share this:
News18 Odia Digital

ନୂଆ ଦିଲ୍ଲୀ: ବହୁର୍ଚ୍ଚିତ ମୁଜାଫରପୁର ଶେଲଟର ହୋମ ଘଟଣାରେ ନୂଆ ଦିଲ୍ଲୀର ସାକେତ କୋର୍ଟ ନିଜର ଫଇସଲା ଶୁଣାଇବା ସହ ୨୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୯ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଦୋଷୀ କୋର୍ଟ ପରିସରରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ । ଦୋଷୀ ଜଣଙ୍କ ଜଜଙ୍କୁ ସାର ମୁଁ କିଛି କରିନି ତଥାପି ମୋତେ ଦୋଷୀ ସାବ୍ୟସ୍ତ କରିଦେଲେ କହିବା ପରେ ଜଜ ତାଙ୍କୁ ଉପର କୋର୍ଟରେ ଅପିଲ କରିବାର ପୁରା ଅଧିକାର  ଅଛି ବୋଲି କହିଥିଲେ । ଏହା ଛଡ଼ା ଏହି ଘଟଣାରେ ଅନ୍ୟଜଣେ ମହିଳା ଦୋଷୀ ମଧ୍ୟ କାନ୍ଦିବାକୁ ଲାଗିଥିଲେ । ଏହି ଜଘନ୍ୟ ଘଟଣାରେ ୨୦ରୁ ୧୯ଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ବ୍ରଜେଶ ଠାକୁର ଦୁଷ୍କର୍ମ ଏବଂ ଜୁଭେନାଇଲ ଜଷ୍ଟିସ ଆକ୍ଟ ପ୍ରାବଧାନ ଅନୁସାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଆରୋପମୁକ୍ତ କରିଦିଆଯାଇଥିବାବେଳେ ୨୮ତାରିଖରେ ଏମାନଙ୍କର ଦଣ୍ଡ ସମ୍ପର୍କରେ ଶୁଣାଣି କରାଯିବ ।

ମୁଜାଫରପୁର ଶେଲଟର ହୋମ ଯୌନ ଉତ୍ପୀଡ଼ନ ମାମଲାରେ ୭ମାସର ଶୁଣାଣି ପରେ କୋର୍ଟ ନିଜ ଫଇସଲା ଶୁଣାଇଛନ୍ତି । ମୁଖ୍ୟ ଅପରାଧୀ ବ୍ରଜେଷ ଠାକୁରଙ୍କ ସମେତ ୧୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବାବେଳେ ଏମାନଙ୍କୁ ଆପରାଧିକ ଷଡ଼ଯନ୍ତ୍ର ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି । ବ୍ରଜେଷ ବିହାର ପିପୁଲ୍ସ ପାର୍ଟିରୁ ବିଧାୟକ ମଧ୍ୟ ରହିସାରିଛନ୍ତି । ଏହି ପାର୍ଟି ଏବେ ଶେଷ ହୋଇଯାଇଛି ।

ମୁଜାଫରପୁର ଶେଲଟର ହୋମ କେସକୁ ନେଇ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏହି କେସକୁ ଦିଲ୍ଲୀ ଟ୍ରାନ୍ସଫର କରିଦିଆଯାଇଥିଲା । ସେବେଠାରୁ ଏହି ଘଟଣାର ଶୁଣାଣି ସାକେତ କୋର୍ଟରେ ଚାଲୁଥିଲା ଏବେ ଏହାର ଫଇସଲା ଆସିଛି । ଅଦାଲତ ଏହି ଘଟଣାରେ ୨୦ ମାର୍ଚ୍ଚ ୨୦୧୮ରେ ଆରୋପ ସବ୍ୟସ୍ତ କରିଥିଲେ । ଯେଉଁ ଧାରା ଅନୁସାରେ ଅପରାଧୀମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ସେଗୁଡ଼ିକ ସବୁ କଠୋର ଦଣ୍ଡ ପାଇଁ ଲଗାଯାଇଥାଏ ।

ଏହି ଘଟଣାରେ ସିବିଆଇ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆଣି କହିଥିଲା କି ମୁଜାଫରପୁର ଶେଲଟର ହୋମ ଯୌନ ଉତ୍ପୀଡ଼ନ ଘଟଣାରେ ଯେଉଁମାନଙ୍କର ବାଳିକାମାନଙ୍କର ଅସ୍ଥି ଜବତ କରାଯାଇଥିଲା ସେମାନଙ୍କ ମଧ୍ୟରୁ ୧୧ଜଣ ଝିଅଙ୍କ ନାମ ସାମ୍ନାକୁ ଆଣିଥିଲେ । ଯେଉଁମାନଙ୍କୁ ଠାକୁର ଏବଂ ତାଙ୍କର ସହଯୋଗୀମାନେ  ହତ୍ୟା କରିଥିଲେ । ସିବିଆଇ କହିଥିଲା କି ଜଣେ ଅଭିଯୁକ୍ତଙ୍କ ବୟାନ ପରେ ମଶାଣିରେ ଖନନ କରାଯାଇଥିଲା ଯେଉଁଠାରୁ ବାଳିକାମାନଙ୍କର ଅସ୍ଥି ଜବତ କରାଯାଇଥିଲା ।
Published by:Durgamadhab Rath
First published: