କୃଷକ ଘରେ ଜନ୍ମ ନେଲା ଅଜବ ଦୁଇ ମୁହାଁ ବାଛୁରୀ; ମୁହଁ ଘୁଷୁରୀ ଓ ଦେହ ଗାଈ ଭଳି

ନିକଟରେ ସୋସିଆଲ ମିଡିଆରେ ଋଷର ଏକ ବାଛୁରୀ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ବାଛୁରୀର ଦୁଇଟି ମୁହଁ ଥିବା ବେଳେ ତାହା ଗାଈ ଭଳି ନ ଦେଖାଯାଇ ଘୁଷୁରୀ ଭଳି ଦେଖାଯାଉଛି।

ଜନ୍ମ ହେବା ମାତ୍ରକେ ବାଛୁରୀର ମୃତ୍ଯୁ ହୋଇଯାଇଥିଲା (ପ୍ରତୀକାତ୍ମକ ଛବି)

ଜନ୍ମ ହେବା ମାତ୍ରକେ ବାଛୁରୀର ମୃତ୍ଯୁ ହୋଇଯାଇଥିଲା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଅନେକ ସମୟରେ ମା ପେଟରୁ ବିକୃତ ହୋଇ କେତେକ ପଶୁ ଜନ୍ମ ନେଇଥାଆନ୍ତି । ଏମିତି ହେବା ପଛରେ ଅନେକ କାରଣ ଥାଇପାରେ । କିନ୍ତୁ ଲୋକମାନେ ଏହାକୁ ଚମତ୍କାର ଓ ଭଗବାନଙ୍କ ଆର୍ଶୀବାଦ ଭାବି ପୂଜା କରିବାରେ ଲାଗି ଯାଆନ୍ତି । ନିକଟରେ ସୋସିଆଲ ମିଡିଆରେ ଋଷର ଏକ ବାଛୁରୀ ଫଟୋ ଭାଇରାଲ ହେବାରେ ଲାଗିଛି । କୃତ୍ରିମ ଉପାୟରେ ଏହ ବାଛୁରୀକୁ ଗାଈ ପେଟରେ ରଖାଯାଇଥିଲା ।

ଏହି ବାଛୁରୀର ଦୁଇଟି ମୁହଁ ଥିବା ବେଳେ ତାହା ଗାଈ ଭଳି ନ ଦେଖାଯାଇ ଘୁଷୁରୀ ଭଳି ଦେଖାଯାଉଛି। ଏହି ଅଦ୍ଭୁତ ବାଛୁରୀର ଫଟୋ ଭାଇରାଲ ହେବା ପରେ ଏ ବିଷୟରେ ଗବେଷଣା କରିବା ନେଇ ଅନେକ ଲୋକ ଏଠାରେ ପହଞ୍ଚିଛନ୍ତି। ଏହି ବାଛୁରୀର ଜନ୍ମ ଋଷ୍‌ର ଖାକାସିଆର ମଟକେଚିକ୍ ଗ୍ରାମରେ ହୋଇଛି।

ଏହି ଭାଇରାଲ ଫଟୋରେ ଅଚେତ ହୋଇ ପଡିଥିବା ଗୋଲାପି ରଙ୍ଗର ବାଛୁରୀର ଦୁଇଟି ମୁହଁ ସ୍ପଷ୍ଟ ନଜର ଆସୁଛି। ବାଛୁରୀଟିର ଦୁଇ ମୁହଁରୁ ଜିଭ ବାହାରି ପଡିଛି। ଦୁଇ ଜିଭ ତା’ର ସାମ୍ନାରେ ରହିଥିବା ଦୁଇ ଖୁରା ପାଖରେ ଝୁଲି ରହିଛି। ସ୍ଥାନୀୟ ଲୋକେ କୁହନ୍ତି ଯେ ଏହି ବାଛୁରୀଟି ଜନ୍ମ ହେବା ସମୟରେ ହିଁ ମରିଯାଇଥିଲା। ଏହାର କିଛି ଦିନ ପରେ ମା’ର ମଧ୍ୟ ମୃତ୍ୟୁ ହୋଇଥିଲା।

ଖାକାସିଆ ଗଣରାଜ୍ୟର କୃଷି ଓ ଖାଦ୍ୟ ମନ୍ତ୍ରାଳୟର ପଶୁ ଚିକିତ୍ସା ବିଭାଗ ଅକ୍ଟୋବର ୨୫ରେ କହିଛି ଯେ ଏହି ଘଟଣା ବେୟସ୍କୀ ଜିଲ୍ଲାର ମଟ୍‌କେଚିକ୍ ଗ୍ରାମର ଏକ ଘରୋଇ ଫାର୍ମଷ୍ଟେଡ୍‌ରେ ହୋଇଛି। ଏହାର ମାଲିକ କହିଛନ୍ତି ଯେ ବାଛୁରୀଟି ମୃତ ଅବସ୍ଥାରେ ଜନ୍ମ ହୋଇଥିଲା ଓ ଗାଈର ପ୍ରଥମ ସନ୍ତାନ ଥିଲା। ତେବେ ଜିନୋମରେ ପରିବର୍ତ୍ତନ ଯୋଗୁଁ ପଶୁମାନଙ୍କର ଆନୁବଂଶିକ ଅସାମାନ୍ୟ ଭାବେ ଜନ୍ମ ହେବାର ମୁଖ୍ୟ କାରଣ ବୋଲି ପଶୁ ଚିକିତ୍ସା ବିଭାଗର ଡାକ୍ତରମାନେ କହିଛନ୍ତି। ପଶୁମାନଙ୍କର ପରିବର୍ତ୍ତନରେ ସେମାନଙ୍କର ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ ବାତାବରଣ ଦାୟୀ ହୋଇଥାଏ। ପୂର୍ବ ବର୍ଷ ଚୀନରେ ମଧ୍ୟ ଦୁଇ ମୁଣ୍ଡ ଥିବା ଏକ ବାଛୁରୀ ଜନ୍ମ ହୋଇଥିଲା, ଯାହାର ଫଟୋ ମଧ୍ୟ ଭାଇରାଲ ହୋଇଥିଲା।
Published by:Soumya Das
First published: