ବିଜେପି ନେତାଙ୍କ ଆପତ୍ତିଜନକ ଟିପ୍ପଣୀ: ଦେଶଦ୍ରୋହୀ ମୁସଲିମ ମାନେ ମସଜିଦରେ ରଖିଥାନ୍ତି ହତିଆର, ଦେଖାଇବି ସ୍ଥାନ

କର୍ନାଟକର ତାଲୁକାରୁ ବିଜେପି ବିଧାୟକ ରେଣୁକାଚାର୍ଯ୍ୟଙ୍କୁ ରାଜେନୈତିକ ସଚିବ ପଦ ଦିଆଯାଇଛି । ଏହା ସହ ତାଙ୍କୁ କ୍ୟାବିନେଟ ପଦବୀ ମଧ୍ୟ ଦିଆଯାଇଛି ।

ବିଜେପି ନେତା ରେଣୁକାଚାର୍ଯ୍ୟ

ବିଜେପି ନେତା ରେଣୁକାଚାର୍ଯ୍ୟ

  • Share this:
News18 Odia Digital

ବେଙ୍ଗାଲୁରୁ: କର୍ନାଟକରେ ଭାରତୀୟ ଜନତା ପାର୍ଟି ନେତା ବିଧାୟକ ରେଣୁକାଚାର୍ଯ୍ୟ ମୁସଲିମ ସମୁଦାୟକୁ ନେଇ ଏକ ଆପତ୍ତିଜନକ ଟିପ୍ପଣି ଦେବାସହ ଦେବନାଗରେରେ ଏକ ରାଲିରେ ସମ୍ବୋଧିତ କରିବା ଅବସରରେ ଆରୋପ ଲଗାଇଛନ୍ତି କି ମୁସଲିମମାନେ ମସଜିଦ ଭିତରେ ହତିଆର ଲୁଚାଇ ରଖିଥାନ୍ତି । ଏହା ସହ ଧମକ ଦେଇ କହିଥିଲେ କି ମୁସଲିମ ମାନଙ୍କୁ ସେମାନଙ୍କ ସ୍ଥାନ ଦେଖାଇବି ରାଜନୀତି  କଣ । କର୍ନାଟକର ତାଲୁକାରୁ ବିଜେପି ବିଧାୟକ ଥିବା ରେଣୁକାଚାର୍ଯ୍ୟଙ୍କ ଏହି ବୟାନ ପରେ ଚାରିଆଡ଼ୁ ପ୍ରଶ୍ନ ଉଠିବା ଆରମ୍ଭ ହୋଇଯାଇଛି ।

ଦେବନାଗରେର ହେନାଲୀ ଠାରେ ନାଗରିକତା ଆଇନ ସପକ୍ଷରେ ଏକ ରାଲି ଅନୁଷ୍ଠିତ ହେଉଥିଲା । ରାଲିରେ ରେଣୁକାଚାର୍ଯ୍ୟ ଆରୋପ ଲଗାଇଥିଲେ କି ‘‘ ସେମାନେ ମସଜିଦରେ ନମାଜ ପଢ଼ିବା ବଦଳରେ ହତିଆର ଏକାଠି କରି ରଖିବା କାମ କରିଥାନ୍ତି କେତେକ ଦେଶଦ୍ରୋହୀ । ତୁମେମାନେ ମସଜିଦରେ ବସି ଫତୁଆ ଲେଖୁଛ । ମସଜିଦରେ କଣ ଅଛି । ଯଦି ତୁମକୁ ଏପରି କରିବାର ଅଛି ତ ଠିକ୍ ଅଛି ମୁଁ ବି ମୋ ରାଜନୀତି କରିବି‘‘ । ରେଣୁ୍କାଚାର୍ଯ୍ୟ କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁୟୁରେପ୍ପାଙ୍କ ନିକଟତମ ଏବଂ ପରାମର୍ଶଦାତା ଭାବେ ଜଣାଯାଇଥାଏ ।

ପରେ ରେଣୁକାଚାର୍ଯ୍ୟ କହିଲେ ‘‘ ମୁଁ ମୁସଲମାନମାନଙ୍କ ପାଇଁ ଜାରି ହୋଇଥିବା ବଜେଟକୁ ହିନ୍ଦୁମାନଙ୍କ ଲାଗି ଖର୍ଚ୍ଚ କରିବି ଏବଂ ଏପରି କରିବାରେ ଟିକିଏ ବି ହେଳା କରିବିନି । ମୁଁ ତାଲୁକାରେ ମୁସଲମାନମାନଙ୍କ ପାଇଁ ଆଲର୍ଟ କରାଯାଇଥିବା ବଜେଟର ପଇସାକୁ ହିନ୍ଦୁମାନଙ୍କ ପାଇଁ ବ୍ୟବହାର କରିବି’’ ।

ବିଜେପି ବିଧାୟକ ଏମ୍.ପି.ରେଣୁକାଚାର୍ଯ୍ୟଙ୍କୁ ରାଜନୈତିକ ସଚିବ ପଦବୀ ମିଳିଛି ଏବଂ ତାଙ୍କୁ କ୍ୟାବିନେଟ ପଦବୀ ମଧ୍ୟ ମିଳିଛି ।

ଏହା  ପ୍ରଥମଥର ନୁହେଁ କର୍ନାଟକ ବିଜେପିର କେତେକ ନେତା ମୁସଲିମ ମାନଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି । ରେଣୁକାଚାର୍ଯ୍ୟଙ୍କ ପୂର୍ବରୁ ବିଜେପି ବିଧାୟକ ସୋମଶେଖର ରେଡ୍ଡି ବେଲ୍ଲାରୀରେ ନାଗରିକତା ଆଇନ ସମର୍ଥନରେ ହୋଇଥିବା ରାଲିରେ ମୁସଲିମ ସମୁଦାୟଙ୍କ ଉପରେ କମେଣ୍ଟ କରିଥିଲେ । ସେ କହିଥିଲେ କି ଆମେ ୮୦ ପ୍ରତିଶତ ଅଛୁ ତୁମେ ମାତ୍ର ୧୭ ପ୍ରତିଶତ ଅଛ, ତେଣୁ ଭାବ ସିଏଏ ଉପରେ ରିଆକ୍ଟ କଲେ କଣ ପରିସ୍ଥିତି ହେବ ।
Published by:Durgamadhab Rath
First published: