ରାମ ମନ୍ଦିର ନିର୍ମାଣ: ମୁସଲମାନ ଯୁବତୀ ନିଜ ହାତରେ ‘ଶ୍ରୀରାମ’ ନାମର ସ୍ଥାୟୀ ଟାଟୁ ବନେଇଲେ

ଇକ୍ରା ଖାନ୍ ନାମକ ଏହି ଯୁବତୀ PM ନରେନ୍ଦ୍ର ମୋଦିଙ୍କର ଜଣେ ପ୍ରଶଂସକ । ସେ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉ ବୋଲି ତାଙ୍କର ଏକ ସ୍ୱପ୍ନ ଥିଲା । ଏହି ଟାଟୁ ଦ୍ୱାରା ସେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଏକତାର ବାର୍ତ୍ତା ଦେବାକୁ ଚାହୁଁଛନ୍ତି ।

ରାମ ମନ୍ଦିର ନିର୍ମାଣ: ମୁସଲମାନ ଯୁବତୀ ନିଜ ହାତରେ ‘ଶ୍ରୀରାମ’ ନାମର ସ୍ଥାୟୀ ଟାଟୁ ବନେଇଲେ
ଇକ୍ରା ଖାନ୍ ନିଜ ହାତର ‘ଶ୍ରୀରାମ’ ଟାଟୁ ଦେଖାଉଛନ୍ତି ।
  • News18 Odia
  • Last Updated: August 2, 2020, 6:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାରାଣାସୀ: ଦେଶବାସୀଙ୍କ ଶହ ଶହ ବର୍ଷର ରାମ ମନ୍ଦିଣ୍ଡିର ସ୍ୱପ୍ନ ଅଗଷ୍ଟ ୫ରେ ହେବାକୁ ଥିବା ଭୂମି ପୂଜନ ସହ ସାକାର ହେବାକୁ ଯାଉଛି । ଏହି ଉତ୍ସବରେ ସମଗ୍ର ଦେଶ ସାମିଲ ଅଛି । ଧାର୍ମିକ ସହର ବାରାଣାସୀରେ (Varanasi, Benaras) ବି ରାମ ଭକ୍ତମାନେ ଏହି ଦିନକୁ ବିଭିନ୍ନ ଉପାୟରେ ସ୍ମରଣୀୟ କରିବାକୁ ଚେଷ୍ଟା କରୁଛନ୍ତି । ଏହି ସମୟରେ ଜଣେ ମୁସଲମାନ ଯୁବତୀ (Muslim lady) ଗଙ୍ଗା-ଯମୁନା ପରମ୍ପରାର ଏକ ଉଦାହରଣ ସୃଷ୍ଟି କରିଛନ୍ତି । ବାସ୍ତବରେ ଏହି ଯୁବତୀ ଏକତାର ଉଦାହରଣ ଦେବା ପାଇଁ ନିଜ ହାତରେ ଶ୍ରୀରାମଙ୍କ ନାମ ଲେଖାଇ ଏକ ସ୍ଥାୟୀ ସ୍ଥାୟୀ ଟାଟୁ (permanent tattoo) କରାଇଛନ୍ତି ।

ବାରାଣାସୀରେ ଯେ ରାମ ଭକ୍ତି ଶିଖରରେ ଅଛି ତାହା ଏହି ଘଟଣାରୁ ଅନୁମାନ କରାଯାଇପାରେ । ଏହି ମୁସଲମାନ ଯୁବତୀ ସ୍ୱେଚ୍ଛାରେ ସିଗ୍ରାସ୍ଥିତ ଏକ ଟାଟୁ ଦୋକାନରେ ପହଞ୍ଚିଥିଲେ । ସେଠାରେ ସେ ନିଜ ହାତରେ ଶ୍ରୀରାମଙ୍କ ଟାଟୁ କରାଇଥିଲେ । ଏହି ଯୁବତୀଙ୍କ ନାମ ଇକ୍ରା ଖାନ୍‌ । ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ପ୍ରଶଂସକ ।

ଇକ୍ରା କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ କରାଯାଉ ବୋଲି ତାଙ୍କର ଏକ ସ୍ୱପ୍ନ ଥିଲା । ସେ ଉତ୍ସାହର ସହିତ ଏହି ଦିନକୁ ଅପେକ୍ଷା କରିଥିଲେ ବୋଲି କହିଛନ୍ତି । ‘‘ମୁଁ ଏହି ସ୍ଥାୟୀ ଟାଟୁ ଏଇଥି ପାଇଁ କରାଇଛି ଯେ ଏହା ଦ୍ୱାରା ମୁଁ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଏକତା ସର୍ବଦା ରହୁ ବୋଲି ବାର୍ତ୍ତା ଦେବାକୁ ଚାହୁଁଛି,’ କହିଛନ୍ତି ଇକ୍ରା ଖାନ୍‌।

ଇକ୍ରା ଖାନଙ୍କ ହାତରେ ‘ଶ୍ରୀରାମ’ ଟାଟୁ ବନାଉଛନ୍ତି ଅଶୋକ ଗୋଗିଆ ।


ଦୋକାନୀ ବି ମାଗଣା ଅଫର ଦେଇଥିଲେ

ଏହି ମୁସଲମାନ ଯୁବତୀଙ୍କ ଏମିତି ଆବେଗ ଦେଖି ଦୋକାନୀ ବି ରାମଙ୍କ ଭକ୍ତିରେ ସହଯୋଗ କରିଥିଲେ । ଦୋକନୀ ଜଣକ ରାମ ନାମର ଟାଟୁ ବନେଇବାକୁ ଆସୁଥିବା ଲୋକଙ୍କ ପାଇଁ ଟାଟୁକୁ ସମ୍ପୂର୍ଣ୍ଣ ମାଗଣା କରିଦେଇଥିଲେ । ଦୋକାନୀ ଅଶୋକ ଗୋଗିଆ କହିଛନ୍ତି ଯେ ସନାତନ ଧର୍ମରେ ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କ ପାଇଁ ଏହା ହେଉଛି ସବୁ ଠାରୁ ବଡ଼ ପର୍ବ।

ଏହା ବି ପଢ଼ନ୍ତୁ: ଭାରତରେ ଲଞ୍ଚ୍ ହେଲା କରୋନାର ଏ ପର୍ଯ୍ୟନ୍ତ ସବୁ ଠୁ ଶସ୍ତା ଔଷଧ; କେତେ ଦାମ୍ ଜାଣନ୍ତୁ

ଏହା ବି ପଢ଼ନ୍ତୁ: Rakhi Purnima: ବାରାଣସୀରେ ମୁସଲିମ୍ ମହିଳାମାନେ ମୋଦିଙ୍କ ପାଇଁ ତିଆରି କରୁଛନ୍ତି ସ୍ୱଦେଶୀ ରାକ୍ଷୀ

‘‘ଏଭଳି ପରିସ୍ଥିତିରେ ମୁଁ ବି ମୋ’ର ଭକ୍ତି ଉତ୍ସର୍ଗ କରିଛି । ରାମ ନାମର ଟାଟୁ କରିବା ପାଇଁ ମୋ’ର ଏହି ଅଫର ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଯିଏ ବି ରାମ ଭକ୍ତ ଆସିବେ, ତାଙ୍କ ଦେହରେ ରାମ ନାମର ଏକ ଟାଟୁ ସମ୍ପୂର୍ଣ୍ଣ ମାଗଣାରେ ବନେଇଦିଆଯିବ । ତାହା ଅସ୍ଥାୟୀ ଟାଟୁ ହେଉ ବା ସ୍ଥାୟୀ, ତାହା ମାଗଣା ହିଁ ହେବ,’’ କହିଛନ୍ତି ଦୋକାନୀ ଅଶୋକ ଗୋଗିଆ ।



ରାମ ଭକ୍ତିର ଏହି ଛବି ବାସ୍ତବରେ ଅତୁଳନୀୟ । ଦୀର୍ଘ ଦିନର ସଙ୍ଘର୍ଷ ପରେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ଏପରି ପରିସ୍ଥିତିରେ ଏହି ମୁସଲମାନ ଯୁବତୀଙ୍କ ଏହି ଯୋଗଦାନ ପାରସ୍ପରିକ ଭାଇଚାରା ପାଇଁ ଏକ ବଡ଼ ବାର୍ତ୍ତା ରୂପେ ସ୍ମରଣୀୟ ହୋଇ ରହିବ ।
Published by: Anand Shankar Thankur Das
First published: August 2, 2020, 6:58 PM IST
corona virus btn
corona virus btn
Loading