ବାପମା'ଙ୍କ ବିନା ଅନୁମତିରେ ବିବାହ କରିପାରିବ ମୁସଲିମ ଝିଅ: ଦିଲ୍ଲୀ ହାଇକୋର୍ଟ

ଯୌବନ ପ୍ରାପ୍ତ ପରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଝିଅ ଚାହିଁଲେ ବିବାହ କରିପାରିବ। ସେତେବେଳେ ତାକୁ ୧୮ ବର୍ଷରୁ କମ ହୋଇଥିଲେ ମଧ୍ୟ ଏପରି କରିପାରିବ କହିଛନ୍ତି ଦିଲ୍ଲୀ ହାଇକୋର୍ଟ।

ଦିଲ୍ଲୀ ହାଇକୋର୍ଟ (ପ୍ରତୀକାତ୍ମକ ଛବି)

ଦିଲ୍ଲୀ ହାଇକୋର୍ଟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯୌବନ ପ୍ରାପ୍ତ ପରେ ଜଣେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଝିଅ ମୁସଲିମ ନିୟମ ଅନୁଯାୟୀ ତାଙ୍କ ପିତାମାତାଙ୍କ ବିନା ଅନୁମତିରେ ବିବାହ କରିପାରିବ ଓ ନାବାଳିକା ହୋଇଥିଲେ ମଧ୍ୟ ତାଙ୍କ ସ୍ୱାମୀଙ୍କ ସହ ରହିପାରିବେ।

ଜଷ୍ଟିସ ଜସମିତ ସିଂଙ୍କ ଏକ ବେଞ୍ଚ ମାର୍ଚ୍ଚ ୧୧ ରେ ଝିଅର ପିତାମାତାଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରିଥିବା ମୁସଲମାନ ଦମ୍ପତିଙ୍କ ମାମଲାରେ ଏହି ଶୁଣାଣି କରିଛି। ଯୁବକଙ୍କୁ ୨୫ ବର୍ଷ ହୋଇଥିବାବେଳେ ତାଙ୍କ ପରିବାର ଓ ପୋଲିସର ସୂଚନାନୁସାରେ ମାର୍ଚ୍ଚରେ ଝିଅଟିକୁ ୧୫ ବର୍ଷ ହୋଇଥିଲା। କିନ୍ତୁ ଆଧାର କାର୍ଡ ଅନୁଯାୟୀ, ସେ ୧୯ ବର୍ଷରୁ ଅଧିକ। ଏଥିପାଇଁ ବେଞ୍ଚ କହିଛନ୍ତି ଯେ ୧୮ବର୍ଷରୁ କମ ହୋଇଥିଲେ ବି ମୁସଲିମ ନିୟମ ଅନୁଯାୟୀ, ଯୌବନବସ୍ଥା ପ୍ରାପ୍ତ ପରେ ପିତାମାତାଙ୍କ ସହମତି ବିନା ବିବାହ କରିପାରିବ ଓ ତାଙ୍କ ସ୍ୱାମୀଙ୍କ ସହ ରହିବାର ଅଧିକାର ଅଛି।

ଜଷ୍ଟିସ ସିଂ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଝିଅଟି ଉଦ୍ଦେଶ୍ୟମୂଳକ ଓ ସ୍ବେଚ୍ଛାକୃତ ଭାବରେ ବିବାହରେ ସହମତି ପ୍ରକାଶ କରିଛି। ତେଣୁ ରାଜ୍ୟ ତାଙ୍କ ବ୍ୟକ୍ତିଗତ ସ୍ଥାନକୁ ପ୍ରବେଶ କରି ଦମ୍ପତିଙ୍କୁ ଅଲଗା କରିବ ନାହିଁ।

ବାସ୍ତବରେ, ଏହି ଦମ୍ପତି ଏପ୍ରିଲରେ ହାଇକୋର୍ଟଙ୍କ ନିକଟକୁ ଯାଇ ପୋଲିସର ସୁରକ୍ଷା ଲୋଡିଥିଲେ। ନାବାଳିକାକୁ ଅପହରଣ ଅଭିଯୋଗରେ ଝିଅର ପିତାମାତା ମାର୍ଚ୍ଚ ୨୦ରେ ଦ୍ୱାରକା ଜିଲ୍ଲାର ପୋଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ। ପରେ, ଆଇପିସିର ଧାରା 376 (ବଳାତ୍କାର) ଏବଂ ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା (POCSO) ଅଧିନିୟମର ଧାରା 6 ଏହି ମାମଲାରେ ଯୋଡ଼ା ହୋଇଥିଲା।
Published by:Soumya Das
First published: