Viral Video:ପ୍ରଧାନମନ୍ତ୍ରୀଙ୍କ ରୋଡ ସୋରେ "ଭାରତ ମାତା କି ଜୟ" ସ୍ଲୋଗାନ ଦେଲେ ମୁସଲିମ ସଂପ୍ରଦାୟ

ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ବହୁ ସଂଖ୍ୟକ ମୁସଲମାନ ସଂପ୍ରଦାୟ ଭାରତ ମାତା କି ଜୟ ସ୍ଲୋଗାନ ଦେଉଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ

ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ

  • Share this:
News 18 Odia Digital

ଗୁଜୁରାଟ : ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନ ଗୁଜୁରାଟ ଗସ୍ତ ରେ ଆଜି ଭୁଜରେ ତିନି କିଲୋମିଟର ପର୍ଯ୍ୟନ୍ତ ଏକ ରୋଡ୍ ସୋ କରିଥିଲେ। ଏହି ସମୟରେ ସ୍ଥାନୀୟ ଲୋକ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ପୂରା ରୋଡ୍ ସୋରେ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ପାରମ୍ପାରିକ ନୃତ୍ୟ ଆୟୋଜିତ ହୋଇଥିବାବେଳେ ନରେନ୍ଦ୍ର ମୋଦି ଜିନ୍ଦାବାଦ ଏବଂ ଭାରତ ମାତା କି ଜୟ ସ୍ଲୋଗାନ ଦିଆଯାଇଥିଲା।

ସୋସିଆଲ ମିଡିଆରେ ଏହି ରୋଡ ସୋ’ର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ବହୁ ସଂଖ୍ୟକ ମୁସଲମାନ ସଂପ୍ରଦାୟ ଭାରତ ମାତା କି ଜୟ ସ୍ଲୋଗାନ ଦେଉଛନ୍ତି। ଏଥି ସହିତ ପ୍ରଧାନମନ୍ତ୍ରୀ ମଧ୍ୟ କାରରୁ ଓହ୍ଲାଇ ଲୋକଙ୍କ ଅଭିବାଦନ ଗ୍ରହଣ କରୁଛନ୍ତି। ସୂଚନା ଅନୁଯାୟୀ ଗୁଜୁରାଟରେ ହୋଇଥିବା ଭୂକମ୍ପରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ରୂପେ ନିର୍ମିତ ସ୍ମୃତି ସଂଗ୍ରହାଳୟର ସ୍ମୃତି ଭ୍ୟାନର ଉଦ୍ଘାଟନ କରିବାକୁ ପ୍ରଧାନମନ୍ତ୍ରୀ ରବିବାର ଆସିଥିଲେ। ଇଭେଣ୍ଟ ପୂର୍ବରୁ ଏଠାରେ ଏକ ତିନି କିଲୋମିଟର ରୋଡ୍ ସୋ ଆୟୋଜିତ ହୋଇଥିଲା

ଗୁଜୁରାଟରେ ୨୬ ଜାନୁୟାରୀ ୨୦୦୧ ରେ ଭୂକମ୍ପରେ ବହୁ କ୍ଷୟକ୍ଷତି ହୋଇଥିଲା। ଏଥିରେ ପ୍ରାୟ ୧୩୦୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ସ୍ମୃତି ସଂଗ୍ରହାଳୟର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ସଂଗ୍ରହାଳୟର ଉଦ୍ଘାଟନ ପରେ ପ୍ରଧାନମନ୍ତ୍ରୀ ପ୍ରାୟ ୪୪୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଉପସ୍ଥାପନ କରିବେ। ଏଥିମଧ୍ୟରୁ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ଏବଂ କେତେକ ଉଦ୍ଘାଟନ କରାଯିବ।
Published by:Soumyashree Mishra
First published: