News18 Odia Digital
ଗୌହାଟି: ଗୌହାଟିର ସର୍ଭେ, ଚନ୍ଦନ ନାଗର ଅଞ୍ଚଳରେ ଥିବା ଏକ ବାସଭବନରେ ଏକ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୋମବାର ରାତିରେ ସେମାନଙ୍କ ଘରେ ପ୍ରବେଶ କରିଥିବା ଡକାୟତମାନେ ବୃଦ୍ଧ ଦମ୍ପତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା କୁହାଯାଉଛି।
ଖବର ଅନୁଯାୟୀ, ମୃତକ ହେଲେ ନୋନି ଗୋପାଳ ବାରୁଆ (୮୭) ଓ ମୀନା ବାରୁଆ (୭୬) ବୋଲି ଜଣାପଡ଼ିଛି। ଏହି ମାମଲାଟି ହତ୍ୟା ଓ ଚୋରି ବୋଲି ଅନୁମାନ କରାଯାଉଛି।
ହତ୍ୟାକାଣ୍ଡର କାରଣ
ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ଭଙ୍ଗା ଝରକା ଦେଇ ହତ୍ୟାକାରୀ ପ୍ରବେଶ କରିଥିଲେ । ଘରର ଆଲମାରୀ ଓ ଅନ୍ୟାନ୍ୟ ସ୍ଥାନରୁ ଅନେକ ଜିନିଷ ଚୋରି ହୋଇଛି। କୋଠରୀକୁ ଯାଉଥିବା କବାଟ ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ଶଯ୍ୟାରେ ମୃତ ଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲା । କୁହାଯାଉଛି ଯେ ଏହି ଦମ୍ପତିଙ୍କ ମୁଣ୍ଡରେ ଆଘାତ ଦେବା ପାଇଁ ଏକ ତୀକ୍ଷ୍ଣ ଅସ୍ତ୍ର ବ୍ୟବହାର କରାଯାଇଥିଲା ଯାହା ଦ୍ବାରା ଏହି ଯୋଡିଙ୍କ ମୃତ୍ୟୁ ଘଟିଥିଲା। ସବୁ ଥର ଭଳି ସକାଳେ ଜଳଖିଆ ଦେବାକୁ ଯାଇ କେୟାରଟେକର୍ ଦେଖିଲେ ଯେ ୱିଣ୍ଡୋ ଗ୍ରିଲ୍ ନାହିଁ ।
ସେହିପରି ବାଟରେ ଯାଉଥିବା କିଛି ଲୋକେ ଦେଖିଲେ ଯେ ଘରର କବାଟ ସକାଳୁ ଅନେକ ସମୟ ବନ୍ଦ ଅଛି, ଯାହା ଅସାଧାରଣ କଥା ନଥିଲା । ସେତେବେଳେ ସେମାନେ ସନ୍ଦେହ କରି ଘର ଭିତରକୁ ପ୍ରବେଶ କଲେ ଦେଖିବାକୁ ପାଇଲେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ପଡ଼ିଥିବାର ।
ବୃଦ୍ଧ ଦମ୍ପତିଙ୍କ ଦୁଇ ଦୁଇ ଝିଅଙ୍କ ଦ୍ବାରା ଚଳୁଥିଲେ । ଯେଉଁମାନେ ବର୍ତ୍ତମାନ ଗୌହାଟି ବାହାରେ ଅଛନ୍ତି। ଗତ କିଛି ଦିନ ହେବ ପଡୋଶୀ ଅଞ୍ଚଳରେ ନିୟମିତ ଭାବେ ଚୋରି ଘଟଣାର ଖବର ପ୍ରକାଶ ପାଇଥିଲା। ବର୍ତ୍ତମାନ ଏହି ଡବଲ ମର୍ଡର ତଦନ୍ତ ଚାଲିଛି।
ସେହିପରି ଏହି ମାମଲାରେ ପୋଲିସ କେୟାରଟେକ ଆକାଶ ଚୌଧୁରୀ ଓ ତାଙ୍କ ପତ୍ନୀଙ୍କୁ ପଚରାଉଚରା କରିଛିଯ । ଆଉ ଆକାଶ ନିଜ ବୟାନରେ କହିଛନ୍ତି ଯେ ଦୁଇ ଜଣଙ୍କ ଝିଅ ମୁମ୍ବାଇରେ ଚାରିକି କରୁଥିବାରୁ ସେମାନେ ସେଠାରେ ରୁହନ୍ତି । ମୃତ ବୃଦ୍ଧ ଜଣକ କେନ୍ଦ୍ରୀୟ ଜଳ ପରିବହନ ବିଭାଗର ଅବସରପ୍ରାପ୍ତ ଇଞ୍ଜିନିୟର ଓ ପତ୍ନୀ ଜଣେ ଅବସରପ୍ରାପ୍ତ ଶିକ୍ଷକ ଥିଲେ । ହତ୍ୟା ପଛରେ କେବଳ ଚୋରି ଅଛି କି ଭିନ୍ନ କିଛି କାରଣ ଅଛି ଜାଣିବା ପାଇଁ ଜୋରଦାର ତଦନ୍ତ କରୁଛି ପୋଲିସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।