ଲଙ୍କା ପ୍ରିମିୟର ଲିଗରେ ଖେଳିବେ ମୁନାଫ ପଟେଲ ଓ ଇରଫାନ ପଠାନ; ଜାଣନ୍ତୁ କେଉଁ ଦଳ ସହ ଜଡ଼ିତ

ଲଙ୍କା ପ୍ରିମିୟର ଲିଗ୍ (Lanka Premier League 2020) ୨୬ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଏହି ଲିଗରେ ବିଭିନ୍ନ ଦେଶର ଅନେକ ଖେଳାଳି ଅଂଶଗ୍ରହଣ କରୁଛନ୍ତି । କେତେକ ଭାରତୀୟ ଖେଳାଳି ମଧ୍ୟ ଏହି ଲିଗରେ ଖେଳୁଥିବାର ଦେଖିବାକୁ ମିଳିବ ।

ଲଙ୍କା ପ୍ରିମିୟର ଲିଗରେ ଖେଳିବେ ମୁନାଫ ପଟେଲ ଓ ଇରଫାନ ପଠାନ; ଜାଣନ୍ତୁ କେଉଁ ଦଳ ସହ ଜଡ଼ିତ
ଲଙ୍କା ପ୍ରିମିୟର ଲିଗରେ ଖେଳିବେ ମୁନାଫ ପଟେଲ ଓ ଇରଫାନ ପଠାନ
  • News18 Odia
  • Last Updated: November 18, 2020, 3:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଲଙ୍କା ପ୍ରିମିୟର ଲିଗ୍ (Lanka Premier League 2020) ୨୬ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଏହି ଲିଗରେ ବିଭିନ୍ନ ଦେଶର ଅନେକ ଖେଳାଳି ଅଂଶଗ୍ରହଣ କରୁଛନ୍ତି । କେତେକ ଭାରତୀୟ ଖେଳାଳି ମଧ୍ୟ ଏହି ଲିଗରେ ଖେଳୁଥିବାର ଦେଖିବାକୁ ମିଳିବ । ଏଥିମଧ୍ୟରେ ଦ୍ରୁତ ବୋଲର ମୁନାଫ ପଟେଲ ଓ ଇରଫାନ ପଠାନ ଅଛନ୍ତି । ଯେଉଁମାନେ ୨୦୧୧ ରେ ଆଇସିସି ବିଶ୍ୱକପ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ଉଭୟ ମୁନାଫ ଓ ଇରଫାନ୍ କ୍ୟାଣ୍ଡି ଟସ୍କର୍ କ୍ଲବ୍ ସହିତ ଯୋଡ଼ି ହୋଇଛନ୍ତି ।ଏହା ବ୍ୟତୀତ ୱେଷ୍ଟଇଣ୍ଡିଜର ଭେଟେରାନ ଓପନର୍ କ୍ରିସ୍ ଗେଲ୍ ମଧ୍ୟ ଏହି ଫ୍ରାଞ୍ଚାଇଜ୍ ପାଇଁ ଖେଳୁଥିବା ନଜର ଆସିବେ ।

କ୍ୟାଣ୍ଡି ଟସ୍କର୍ସ ମୁନାଫ ଓ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋହେଲ ତନଭୀରଙ୍କୁ ହ୍ୱାହବ ରିୟାଜ ଓ ଲିଆମ ପଙ୍କେଟ ବଦଳରେ ଦଳରେ ସାମିଲ କରିଛନ୍ତି । ଭାରତୀୟ ଫେଣ୍ଟସି ସ୍ପୋର୍ଷ୍ଟସ ପ୍ଲାଟଫର୍ମ ମାଇ ୧୧ ସର୍କଲ୍ LPL ର ପ୍ରଥମ ସଂସ୍କରଣର ଟାଇଟଲ୍ ପ୍ରଯୋଜକ ହେବ ।

ମୁନାଫ ପଟେଲ ଭାରତ ପାଇଁ ୧୩ଟି ଟେଷ୍ଟ, ୭୦ଟି ODI ଓ ତିନୋଟି ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ମୁନାଫ ୩୫ଟି, ODI ରେ ୮୬ଟି ଓ ଟି -୨୦ ରେ ୪ଟି ୱିକେଟ୍ ନେଇଛନ୍ତି । ଏହା ବ୍ୟତୀତ ମୁନାଫ ୬୩ଟି ଆଇପିଏଲ୍ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ତାଙ୍କ ନାମରେ ୭୪ଟି ୱିକେଟ୍ ରହିଛି । ଏଥି ସହିତ ଚଳିତ ବର୍ଷ ଆରମ୍ଭରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଥିବା ଇରଫାନ ପଠାନ ଭାରତ ପାଇଁ ୨୯ଟି ଟେଷ୍ଟ, ୧୨୦ଟି ODI ଓ ୨ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ।

ଇରଫାନ ଏଲପିଏଲ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ କହିଛନ୍ତି ମୁଁ ଏଲପିଏଲରେ କ୍ୟାଣ୍ଡି ଫ୍ରାଞ୍ଚାଇଜର ଏକ ଅଂଶ ହୋଇଥିବାରୁ ମୁଁ ଉତ୍ସାହିତ । ଆମ ଦଳରେ କିଛି ମହାନ ଖେଳାଳି ଅଛନ୍ତି ଓ ମୁଁ ଲିଗ୍ ଖେଳିବାକୁ ପ୍ରସ୍ତୁତ ଅଛି ।” ଏହି ଲିଗ୍ ପାଇଁ ମୁନାଫ୍ ପଟେଲ ଓ ଇରଫାନ୍ ପଟେଲଙ୍କ ବ୍ୟତୀତ ମନପ୍ରୀତ ଗୋନି ଓ ଭାରତର ମନବିନ୍ଦର ବିସଲା ମଧ୍ୟ ମନୋନୀତ ହୋଇଛନ୍ତି । ଏହି ଦୁଇ ଖେଳାଳି ଫାଫ୍ ଡୁପ୍ଲେସି ଓ ଆଣ୍ଡ୍ରେ ରସେଲଙ୍କ ବଦଳରେ କଲମ୍ବୋ କିଙ୍ଗ୍ସ ପାଇଁ ଖେଳିବେ ।

ଏହା LPL ର ପ୍ରଥମ ଟୁର୍ନାମେଣ୍ଟ ଯେଉଁଥିରେ ୫ଟି ଦଳ ଅଂଶଗ୍ରହଣ କରୁଛନ୍ତି । କଲମ୍ବୋ କିଙ୍ଗସ୍, ଡାମବୁଲ୍ଲା ହକ୍, ଜାଫ୍ନା ଷ୍ଟାଲିଅନ୍, ଗାଲ୍ ଗ୍ଲାଡିଏଟର୍ସ ଓ କ୍ୟାଣ୍ଡି ଟସ୍କର୍ ଟାଇଟଲ ଜିତିବା ପାଇଁ ମୋଟ ପାଞ୍ଚଟି ଦଳ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରିବେ ।

ଏହି ଲିଗ୍ ଏଥର ସମୁଦାୟ ୧୫ ଦିନ ଖେଳାଯିବ । ଯେଉଁଥିରେ ସମୁଦାୟ ୨୩ଟି ମ୍ୟାଚ୍ ଖେଳାଯିବ । ସମସ୍ତ ମ୍ୟାଚ୍ ପାଲକାଲ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ ଓ ମହିନ୍ଦା ରାଜପକ୍ଷେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ଲିଗ୍ ୨୬ ନଭେମ୍ବରରେ ଆରମ୍ଭ ହୋଇଥିବାବେଳେ ଏହାର ଫାଇନାଲ୍ ୧୬ ଡିସେମ୍ବରରେ ଖେଳାଯିବ ।
Published by: Jagdish Barik
First published: November 18, 2020, 3:41 PM IST
corona virus btn
corona virus btn
Loading