ପୁଣି ହୋଇପାରେ ୨୬..୧୧ ଆକ୍ରମଣ; ମୁମ୍ବାଇ ଟ୍ରାଫିକ ପୋଲିସର ହ୍ଵାଟସଆପ୍‌ ନମ୍ବରକୁ ଆସିଲା ମେସେଜ

ଶୁକ୍ରବାର ଦିନ ରାତି ପ୍ରାୟ ୧୧ଟା ସମୟରେ କେନ୍ଦ୍ରୀୟ ମୁମ୍ବାଇର ୱର୍ଲି ଠାରେ ଥିବା କଣ୍ଟ୍ରୋଲ ରୁମରୁ ଚାଲୁଥିବା ମୁମ୍ବାଇ ପୋଲିସର ଟ୍ରାଫିକ ହେଲ୍ପଲାଇନର ହ୍ଵାଟସଆପ୍‌ ନମ୍ବରରେ ଏହି ଧମକପୂର୍ଣ୍ଣ ମେସେଜ ଆସିଥିଲା। 

୨୬/୧୧ ଆକ୍ରମଣ;

୨୬/୧୧ ଆକ୍ରମଣ;

  • Share this:
News 18 Odia Digital

ମୁମ୍ବାଇ : ଶନିବାର ଦିନ ମୁମ୍ବାଇ ଟ୍ରାଫିକ ପୋଲିସର କଣ୍ଟ୍ରୋଲ ରୁମକୁ ହ୍ଵାଟସଆପ୍‌ ନମ୍ବରରେ ଅନେକ ମେସେଜ୍ ଆସିଛି । ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ରାତି ପ୍ରାୟ ୧୧ଟା ସମୟରେ କେନ୍ଦ୍ରୀୟ ମୁମ୍ବାଇର ୱର୍ଲି ଠାରେ ଥିବା କଣ୍ଟ୍ରୋଲ ରୁମରୁ ଚାଲୁଥିବା ମୁମ୍ବାଇ ପୋଲିସର ଟ୍ରାଫିକ ହେଲ୍ପଲାଇନର ହ୍ଵାଟସଆପ୍‌ ନମ୍ବରରେ ଏହି ଧମକପୂର୍ଣ୍ଣ ମେସେଜ ଆସିଥିଲା।ମେସେଜ କରିଥିବା ଲୋକ କହିବା ଅନୁସାରେ, ଯଦି ଲୋକେସନ ଟ୍ରେସ କରିବ ତ ଭାରତ ବାହାରେ ଦେଖାଇବ କିନ୍ତୁ ଧମାକା ମୁମ୍ବାଇରେ ହେବ । ସେ ଆହୁରି କହିଛନ୍ତି ଯେ ଆକ୍ରମଣରେ ଭାରତର ୬ ଜଣ ସାମିଲ ରହିଛନ୍ତି । ଏହି ମେସେଜ ଆସିଲା ପରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାକୁ ମଧ୍ୟ ସୂଚନା ଦିଆଯାଇଛି ଏବଂ ଏଟିଏସ୍ ମଧ୍ୟ ତଦନ୍ତରେ ସାମିଲ ହୋଇ ତଦନ୍ତ ଚଳାଇଛି ।

୨୬ ନଭେମ୍ବର ୨୦୧୧ ଘଟଣାକୁ କିଏ ଭୁଲିପାରିନାହାନ୍ତି । ଏହା ମୁମ୍ବାଇରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଥିଲା । ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ହାତ ରହିଥିଲା । ଏହି ଆକ୍ରମଣରେ ୧୬୬ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା ।
Published by:Soumyashree Mishra
First published: