ମୁମ୍ବାଇ ୨୬/୧୧ ଭଳି ଆକ୍ରମଣ କରିବା ଧମକ ମାମଲା; ଜଣେ ବ୍ୟକ୍ତି ଅଟକ

ମୁମ୍ବାଇ ୨୬/୧୧ ଭଳି ଆକ୍ରମଣ ପାଇଁ ଆସିଥିବା ଧମକପୂର୍ଣ୍ଣ ବାର୍ତ୍ତା ପାଇଁ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ମୁମ୍ବାଇ ପୋଲିସ। ଧମକ ଦେଇଥିବା ବ୍ୟକ୍ତିଙ୍କର ପାକିସ୍ତାନ ସହ ସମ୍ପର୍କ ରହିଥିବାର ଜଣା ପଡି଼ଛି।

ମୁମ୍ବାଇ ପୋଲିସ

ମୁମ୍ବାଇ ପୋଲିସ

  • Share this:
News18 Odia Digital

ମୁମ୍ବାଇ: ମୁମ୍ବାଇ ୨୬/୧୧ ଭଳି ଆକ୍ରମଣ ପାଇଁ ଟ୍ରାଫିକ ପୋଲିସର କଣ୍ଟ୍ରୋଲ ରୁମକୁ ଆସିଥିବା ଧମକପୂର୍ଣ୍ଣ ବାର୍ତ୍ତା ପାଇଁ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ମୁମ୍ବାଇ ପୋଲିସ। ଧମକ ଦେଇଥିବା ବ୍ୟକ୍ତିଙ୍କର ପାକିସ୍ତାନ ସହ ସମ୍ପର୍କ ରହିଛି ବୋଲି ପୋଲିସ ସୂଚନା ଦେଇଛି।

ଏହି ଘଟଣାରେ ମୁମ୍ବାଇ ନିକଟ ବିରାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢେ ୧୧.୪୫ ଟା ସମୟରେ ମୁମ୍ବାଇ ପୋଲିସର ଟ୍ରାଫିକ୍ ହେଲ୍ପଲାଇନର ହ୍ଵାଟସ୍ ଆପ୍ ନମ୍ବରରେ ଏହି ବାର୍ତ୍ତା ଗ୍ରହଣ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

ନଗର ପୋଲିସ କମିଶନର ବିବେକ ଫଣସାଲକର କହିଛନ୍ତି ଯେ ଏହି ବାର୍ତ୍ତା ପାଇବା ପରେ ରାଜ୍ୟ ଆତଙ୍କବାଦ ବିରୋଧୀ ସ୍ୱାର୍ଡ (ଏଟିଏସ) ଓ ନଗର ପୋଲିସ କର୍ମଚାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶନିବାର ଦିନ ମୁମ୍ବାଇ ଟ୍ରାଫିକ ପୋଲିସର କଣ୍ଟ୍ରୋଲ ରୁମକୁ ହ୍ଵାଟସଆପ୍‌ ନମ୍ବରରେ ଅନେକ ମେସେଜ୍ ଆସିଛି । ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ରାତି ପ୍ରାୟ ୧୧ଟା ସମୟରେ କେନ୍ଦ୍ରୀୟ ମୁମ୍ବାଇର ୱର୍ଲି ଠାରେ ଥିବା କଣ୍ଟ୍ରୋଲ ରୁମରୁ ଚାଲୁଥିବା ମୁମ୍ବାଇ ପୋଲିସର ଟ୍ରାଫିକ ହେଲ୍ପଲାଇନର ହ୍ଵାଟସଆପ୍‌ ନମ୍ବରରେ ଏହି ଧମକପୂର୍ଣ୍ଣ ମେସେଜ ଆସିଥିଲା।
Published by:Soumya Das
First published: