ଉଦ୍ଧବ ଠାକରେଙ୍କ କ୍ୟାବିନେଟରୁ ମଞ୍ଜୁରୀ ମିଳିବା ପରେ ମୁମ୍ବାଇରେ ଏବେ ୨୪ ଘଣ୍ଟା ପର୍ଯ୍ୟନ୍ତ ଖୋଲିପାରିବ ପବ୍, ମଲ୍ଟିପ୍ଲେକ୍ସ, ମଲ୍

ଗତ ସରକାର ମୁମ୍ବାଇରେ ୨୪ ଘଣ୍ଟା ପର୍ଯ୍ୟନ୍ତ ମଲ୍, ପବ୍, ରେଷ୍ଟୋରାଣ୍ଟ ଖୋଲିବାକୁ ଫଇସଲା ନେଇପାରିନଥିଲେ । ଏହି ଘଟଣାକୁ ନେଇ ଆଦିତ୍ୟ ଠାକରେ ଏବଂ ଗତ ସରକାରେ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିସାରିଥିବାବେଳେ ଏହି ସରକାର ଏହାକୁ ସବୁଜ ସଙ୍କେତ ଦେଇଛନ୍ତି ।

ଉଦ୍ଧବ ଠାକରେଙ୍କ କ୍ୟାବିନେଟରୁ ମଞ୍ଜୁରୀ ମିଳିବା ପରେ ମୁମ୍ବାଇରେ ଏବେ ୨୪ ଘଣ୍ଟା ପର୍ଯ୍ୟନ୍ତ ଖୋଲିପାରିବ ପବ୍, ମଲ୍ଟିପ୍ଲେକ୍ସ, ମଲ୍
ପ୍ରତୀକାତ୍ମକ ଫଟୋ
  • News18 Odia
  • Last Updated: January 23, 2020, 12:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ରହୁଥିବା ଲୋକ ଏବଂ ସେଠାକୁ ବୁଲିବାକୁ ଯାଉଥିବା ଲୋକଙ୍କ ପାଇଁ ସେଠାକାର ସରକାର ନେଇଥିବା ପଦକ୍ଷେପ ଖୁସି କରିବା ଭଳି । ୨୭ ଜାନୁଆରୀଠାରୁ ମୁମ୍ବାଇର ଲୋକଙ୍କ ରାତ୍ରୀ ଜୀବନର ପୁରା ମଜା ଉଠାଇ ପାରିବେ । ଓ୍ବର୍ଲିରୁ ବିଧାୟକ ତଥା ମହାରାଷ୍ଟ୍ରରର ପର୍ଯ୍ୟଟନ ମନ୍ତ୍ରୀ ଥିବା ଆଦିତ୍ୟ ଠାକରେ ଏ ସମ୍ପର୍କରେ ଘୋଷଣା କରିବା ସହ ଏହା ଯୋଗୁ ମୁମ୍ବାଇରେ ଅଧିକ ନିଯୁକ୍ତି ବଢ଼ିବା ସହ ରେଭିନ୍ୟୁ କଲେକସନ୍ ମଧ୍ୟ ହୋଇପାରିବ ।

ଗତ ସରକାର ମୁମ୍ବାଇରେ ପବ୍, ରେଷ୍ଟୋରାଣ୍ଟ ଏବଂ ମଲ୍ ଗୁଡ଼ିକ ୨୪ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ ନା ନାହିଁ ସେନେଇ କୌଣସି ଫଇସଲା ନେଇନଥିଲେ । ଏହି ଘଟଣାରେ ସେତେବେଳେ ଆଦିତ୍ୟ ଠାକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କୁ ଅନେକ ମନ୍ତ୍ରୀଙ୍କ ସହ ଭେଟିଥିବାବେଳେ ବର୍ତ୍ତମାନର ସରକାର ଏହାକୁ ସବୁଜ ସଙ୍କେତ ଦେଇଛନ୍ତି ।

ପର୍ଯ୍ୟଟନମନ୍ତ୍ରୀ ଠାକରେ କହିଛନ୍ତି ଯେ, ‘‘ ମୁମ୍ବାଇରେ ପାଇଲଟ ପ୍ରଜେକ୍ଟ ଅନ୍ତର୍ଗତ ପବ୍, ମଲ୍, ରେଷ୍ଟୋରାଣ୍ଟ ୨୪ ଘଣ୍ଟା ଧରି ଖୋଲା ରହିବ । ତେବେ ବର୍ତ୍ତମାନ ଏହି ଯୋଜନା ମୁମ୍ବାଇର କାଲା ଘୋଡ଼ା, ନରିମାନ ପଏଣ୍ଟ, ବିକେସି ଏବଂ କମଳା ମିଲ୍ କମ୍ପାଉଣ୍ଡ ଭଳି ଅଞ୍ଚଳରେ କାର୍ଯ୍ୟକାରୀ କରାଯିବ । ଏହା ସହ ପବ୍ ଏବଂ ବାରରେ ଏକ୍ସାଇଜ ନିୟମ ଅନୁଯାୟୀ ରାତି ୧.୩୦ରେ ବନ୍ଦ ରହିବ । ଏହା ସହ ଠାକରେ କହିଛନ୍ତି ଯେ, ମଲ୍ ଏବଂ ଅନ୍ୟାନ୍ୟ ସ୍ଥାନରେ ସିସିଟିଭି ଏବଂ ସୁରକ୍ଷା ବଢ଼ାଯିବା ସହ ଅନ୍ୟ ପ୍ରାବଧାନ ଯଥା ଲାଇସେନ୍ସ ଆଦି ଠିକ୍ କରାଯିବ । ଯଦି ଏହି ପ୍ରତିଷ୍ଠାନ ଗୁଡ଼ିକୁ ଅତିରିକ୍ତ ପୋଲିସ ବଳର ଆବଶ୍ୟକ ପଡିବ ତାହାଲେ ସେମାନଙ୍କୁ ଏଥିପାଇଁ ଅଧିକ ଅର୍ଥ ଦେବାପାଇଁ ପଡ଼ିବ ।

 
First published: January 23, 2020, 12:14 PM IST
corona virus btn
corona virus btn
Loading