ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ମୁମ୍ବାଇ ପୋଲିସ ସଞ୍ଜୟ ଲୀଲା ଭନସାଲୀଙ୍କ ସହ ପଚରାଉଚରା କରିବ

Sushant Singh Rajput Suicide Probe | ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଉଦ୍ଭେଦନ ପାଇଁ ମୁମ୍ବାଇ ପୋଲିସ ପ୍ରତ୍ୟେକ କୋଣରୁ ଅନୁସନ୍ଧାନରେ ଜାରି ରଖିଛି । ଏହି ମାମଲାରେ କଙ୍ଗନା ରାଣାୱତ ଓ ଶେଖର କାପୁରଙ୍କ ବୟାନ ନେବାକୁ ବି ପୋଲିସ ସେମାନଙ୍କୁ ଡାକିଛି ।

ସଞ୍ଜୟ ଲୀଲା ଭନସାଲୀ; (ଡାହାଣ) ସୁଶାନ୍ତ ସିଂ ରାଜପୁତ

ସଞ୍ଜୟ ଲୀଲା ଭନସାଲୀ; (ଡାହାଣ) ସୁଶାନ୍ତ ସିଂ ରାଜପୁତ

  • Share this:
News18 Odia Digital

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା (Sushant Singh Rajput suicide) ମାମଲାର ଉଦ୍ଭେଦନ ପାଇଁ ମୁମ୍ବାଇ ପୋଲିସ ପ୍ରତ୍ୟେକ କୋଣରୁ ଅନୁସନ୍ଧାନ କରିବାରେ ଲାଗିଛି। ସୁଶାନ୍ତଙ୍କ ଶେଷ ଫିଲ୍ମର ହିରୋଇନ୍ ସଞ୍ଜନା ସଙ୍ଘିଙ୍କ (Sanjana Sanghi) ଠାରୁ ଆରମ୍ଭ କରି ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ (Rhea Chakraborty) ଏବଂ ୟଶ ରାଜ ଫିଲ୍ମସର କାଷ୍ଟିଂ ଏଜେନ୍ସି ପର୍ଯ୍ୟନ୍ତ ପୋଲିସ ଅନେକ ଲୋକଙ୍କ ସହ ପଚରାଉଚରା କରିଛି । ବର୍ତ୍ତମାନ ଖବର ଆସୁଛି ଯେ ଏହି ଘଟଣାରେ ପ୍ରଥମ ଥର ପାଇଁ ମୁମ୍ବାଇ ପୋଲିସ ପ୍ରସିଦ୍ଧ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କୁ (Sanjay Leela Bhansali) ମଧ୍ୟ ପଚରାଉଚରା କରିବାକୁ ଯାଉଛି ।

ଏହି ମାମଲାରେ ପ୍ରଶ୍ନୋତ୍ତର ପାଇଁ ପୋଲିସ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କୁ ପ୍ରଥମ ଥର ପାଇଁ ଡାକିବାକୁ ଯାଉଛି । ଏଥି ସହିତ ଆମର ସହଯୋଗୀ ୱେବସାଇଟ୍ ମନି କଣ୍ଟ୍ରୋଲ୍ ସୂତ୍ରଙ୍କରୁ ପ୍ରାପ୍ତ ଖବର ଅନୁସାରେ ପ୍ରକାଶ କରିଛି ଯେ ପୋଲିସ ବଲିଉଡ୍‌ ହିରୋଇନ୍‌ କଙ୍ଗନା ରାଣାୱତ (Kangana Ranawat) ଓ ନିର୍ଦ୍ଦେଶକ ଶେଖର କାପୁରଙ୍କୁ (Shekhar Kapur) ମଧ୍ୟ ସେମାନଙ୍କ ବୟାନ ରେକର୍ଡ଼ କରିବା ପାଇଁ ଡାକିପାରେ । ଏଥି ସହିତ ୟଶ ରାଜ ଫିଲ୍ମସର କାଷ୍ଟିଂ ନିର୍ଦ୍ଦେଶକ ଶାନୁ ଶର୍ମା, ଯାହାଙ୍କୁ ପୋଲିସ ଥରେ ପଚରାଉଚରା କରିସାରିଛି, ତାଙ୍କୁ ଅଧିକ ପଚରାଉଚରା ପାଇଁ ବି ଶୀଘ୍ର ଡାକିପାରେ ।

ଶେଖର କପୁର ସୁଶାନ୍ତ ସିଂ ରାଜପୁତଙ୍କ ସହ ୟଶ ରାଜ ପ୍ରଡକ୍ସନର ଫିଲ୍ମ 'ପାନି' ନିର୍ମାଣ କରୁଥିଲେ । କିନ୍ତୁ କୌଣସି କାରଣରୁ ଫିଲ୍ମଟିର ନିର୍ମାଣ ବନ୍ଦ ହୋଇଗଲା । ସୁଶାନ୍ତଙ୍କ ମୃତ୍ୟୁ ପରେ ଶେଖର କପୁର ନିଜ ଟ୍ୱିଟରେ ପ୍ରକାଶ କରିଥିଲେ ଯେ ଗତ କିଛି ମାସ ହେବ ସୁଶାନ୍ତ ଅତ୍ୟନ୍ତ ମାନସିକ କଷ୍ଟରେ ଥିଲେ ।



କଙ୍ଗନା ରାଣାୱତ ବି ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ନିଜର ଦୁଇଟି ଭିଡିଓ ରିଲିଜ୍ କରି କେତେକ କଥା କହିଛନ୍ତି ।



ଜୁନ୍ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୁମ୍ବାଇରେ ଥିବା ଘରେ ତାଙ୍କ ମୃତ ଦେହ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ପୋଲିସ ତାଙ୍କ ଘରୁ କୌଣସି ଆତ୍ମହତ୍ୟା ନୋଟ୍‌ ପାଇ ନ ଥିଲା । ଏହି ମାମଲାରେ ବାନ୍ଦ୍ରା ପୋଲିସ ମୁଣ୍ଡ ଖଟାଇ ପ୍ରତ୍ୟେକ କୋଣରୁ ମାମଲାକୁ ଅନୁଧ୍ୟାନ କରିବାରେ ବ୍ୟସ୍ତ ଅଛି । ଏ ପର୍ଯ୍ୟନ୍ତ ପୋଲିସ ସୁଶାନ୍ତଙ୍କ ସାଙ୍ଗ ଓ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଅନେକ ଲୋକଙ୍କ ସହ ପଚରାଉଚରା କରିଛି । ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ବଲିଉଡରେ ଆତ୍ମୀୟତା (ଭାଇଭଣଜାବାଦ, nepotism) ଓ ଏକ 'ଶକ୍ତିଶାଳୀ ଲବି' ଭଳି ପ୍ରସଙ୍ଗରେ ବିତର୍କ ତୀବ୍ର ହୋଇଛି ।

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ପାଞ୍ଚ ଦିନ ପୂର୍ବରୁ ତାଙ୍କ ପୂର୍ବ ମ୍ୟାନେଜର୍‌ ଦିଶା ସାଲିଆନ୍‌ ଏକ କୋଠାର ୧୨ ମହଲାରୁ ତଳକୁ ଖସି ମରିଥିଲେ । ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ ଜାଣିବାକୁ ପୋଲିସ ତାଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ସହ ବି ପଚରାଉଚରା କରିଛି । ନିକଟରେ ସୁଶାନ୍ତଙ୍କ ବାପା ସୁଶାନ୍ତଙ୍କ ପୂର୍ବ ଗର୍ଲଫ୍ରେଣ୍ଡ ଓ ସହ-ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ବିଷୟରେ ନିଜ ମୁହଁ ଖେଲିଥିଲେ
Published by:Anand Shankar Thankur Das
First published: