ମୁମ୍ୱାଇର ଏକ ଔଷଧ କମ୍ପାନୀରୁ ୧୪୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ; ୫ ଗିରଫ

ମୁମ୍ବାଇ ପୋଲିସ ନାଲାସୋପାରାରେ ଏକ ଔଷଧ କମ୍ପାନୀ ଉପରେ ଚଢ଼ାଉ କରିଛି। ଏହି ସମୟରେ ୧୪୦୦ କୋଟି ଟଙ୍କା ମୂଲ୍ୟର ୭୦୦ କିଲୋଗ୍ରାମରୁ ଅଧିକ ମେଫେଡ୍ରୋନ (ଡ୍ରଗ୍ସ) ଜବତ କରାଯାଇଛି।

୧୪୦୦ କୋଟିର ଡ୍ରଗ୍ସ ଜବତ (ପ୍ରତୀକାତ୍ମକ ଛବି)

୧୪୦୦ କୋଟିର ଡ୍ରଗ୍ସ ଜବତ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମୁମ୍ୱାଇ: ମୁମ୍ବାଇ ପୋଲିସ ପାଲଘର ଜିଲ୍ଲାର ନାଲାସୋପାରା ଠାରେ ଏକ ଔଷଧ କମ୍ପାନୀ ଉପରେ ଚଢ଼ାଉ କରିଛି। ଏହି  ସମୟରେ ୧୪୦୦ କୋଟି ଟଙ୍କା ମୂଲ୍ୟର ୭୦୦ କିଲୋଗ୍ରାମରୁ ଅଧିକ ମେଫେଡ୍ରୋନ (ଡ୍ରଗ୍ସ) ଜବତ କରାଯାଇଛି। ପୋଲିସ ୫ ଜଣଙ୍କୁ ମଧ୍ୟ ଗିରଫ କରିଛି।

ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଆଣ୍ଟି ନାର୍କୋଟିକ୍ସ ସେଲ (ANC) ଦ୍ୱାରା ଏହି ଚଢ଼ାଉ କରାଯାଇଥିଲା। ଗୁପ୍ତଚର ଇନପୁଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କମ୍ପାନୀରେ ମେଫେଡ୍ରୋନ୍ ନାମକ ଏକ ନିଷିଦ୍ଧ ଔଷଧ ପ୍ରସ୍ତୁତ କରାଯାଉଥିବା ସେ ସୂଚନା ପାଇଥିଲେ।

ANC ଅଧିକାରୀ କହିଛନ୍ତି ଯେ ମୁମ୍ବାଇରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପାଲଘରର ନାଲାସୋପାରା ଠାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଗତ କିଛି ଦିନ ମଧ୍ୟରେ ଡ୍ରଗ୍ସ ବିରୋଧରେ ନିଆଯାଇଥିବା ଏହା ହେଉଛି ସବୁଠାରୁ ବଡ ପଦକ୍ଷେପ।

ମେଫେଡ୍ରୋନ୍ 'ମେଓ ମେଓ' ବା MD ଭାବରେ ମଧ୍ୟ ଜଣାଶୁଣା। ଏହା ଏକ ସିନ୍ଥେଟିକ୍ ଡ୍ରଗ୍ସ। ନାର୍କୋଟିକ୍ ଡ୍ରଗ୍ ଓ ସାଇକୋଟ୍ରୋପିକ୍ ପଦାର୍ଥ (NDPS) ଅଧିନିୟମ ଅନୁଯାୟୀ ଏହା ଏକ ନିଷେଧ ପଦାର୍ଥ।
Published by:Soumya Das
First published: