‘‘ରିପବ୍ଲିକ୍ ଟିଭି ଟଙ୍କା ଦେଇ TRP କିଣୁଥିଲା; ଅନ୍ୟ ୨ ନ୍ୟୁଜ୍ ଚ୍ୟାନେଲର ନାମ ବି ଆସିଛି’’: ମୁମ୍ବାଇ ପୋଲିସ୍
ମୁମ୍ବାଇ ପୋଲିସ କମିଶନର କହିଛନ୍ତି ଯେ ତଦନ୍ତରୁ ସାମନାକୁ ଆସିଥିବା ଜାଲ୍ TRP ରାକେଟରେ ଏ ଯାଏଁ ତିନୋଟି ନ୍ୟୁଜ୍ ଚ୍ୟାନେଲ ସାମିଲ୍ ଅଛନ୍ତି – ଦୁଇଟି ଛୋଟ ମରାଠୀ ଚ୍ୟାନେଲ୍ ଓ ଅନ୍ୟଟି ରିପବ୍ଲିକ୍ ଟିଭି । ଅର୍ଣ୍ଣବ ଗୋସ୍ୱାମୀଙ୍କ ସହ ପଚରାଉଚରା ହେବ ।

ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ; (ଡାହାଣ) ଅର୍ଣ୍ଣବ ଗୋସ୍ୱାମୀ
- News18 Odia
- Last Updated: October 8, 2020, 6:44 PM IST
ମୁମ୍ବାଇ: ମୁମ୍ବାଇ ପୋଲିସର (Mumbai Police) କ୍ରାଇମ ବ୍ରାଞ୍ଚ (Crime Branch) ଟିମ୍ କେତେକ ଟିଭି ଚ୍ୟାନେଲ୍ ଦ୍ୱାରା କରାଯାଉଥିବା ଏକ ଜାଲ୍ ଟିଆରପି ରାକେଟ୍ (Fraud TRP Racket) ଠାବ କରିଥିବା ଦାବି କରିଛି । ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ (Mumbai Police Commissioner Parambir Singh) ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବାର୍କର (BARC - Broadcast Audience Research Council) ଅଭିଯୋଗ ପରେ କ୍ରାଇମ ବ୍ରାଞ୍ଚ ଟିମ୍ କରିଥିବା ତଦନ୍ତରେ ଏକ ଜାଲ୍ ଟିଆରପି ରାକେଟ୍ ବିଷୟରେ ଜାଣିବାକୁ ମିଳିଛି ।
ପରମବୀର ସିଂ କହିଛନ୍ତି ଯେ ଏହି ରାକେଟ୍ ମାଧ୍ୟମରେ ଜାଲି TRP ତିଆରି କରାଯାଉଛି ଓ ତାକୁ ମାନିପୁଲେଟ୍ କରାଯାଉଛି । ସିଂ କହିଛନ୍ତି ଯେ ଏହା ମାଧ୍ୟମରେ ସମ୍ବାଦ କ୍ଷେତ୍ରରେ ଏକ ନକଲି ଏଜେଣ୍ଡା (fake agenda) ଚଲାଯାଉଛି ।
‘‘ଏହି ଜାଲ୍ TRP ରାକେଟରେ ଏ ପର୍ଯ୍ୟନ୍ତ ତିନୋଟି ନ୍ୟୁଜ୍ ଚ୍ୟାନେଲର ନାମ ସାମନାକୁ ଆସିଛି । ଏଥିରେ ଦୁଇଟି ଛୋଟ ମରାଠୀ ନ୍ୟୁଜ୍ ଚ୍ୟାନେଲ ଅଛନ୍ତି ଓ ଅନ୍ୟଟି ହେଉଛି ରିପବ୍ଲିକ୍ ଟିଭି (Republic TV) । ମରାଠୀ ଚ୍ୟାନେଲ୍ ଦୁଇଟି ହେଉଛନ୍ତି ‘ଫକ୍ତ ମରାଠୀ’ ଓ ‘ବକ୍ସ ସିନେମା’ । ଏହି ଦୁଇଟି ମରାଠୀ ଚ୍ୟାନେଲର ମାଲିକମାନଙ୍କୁ ଗିରଫ କରାଯାଇଛି,’’ କହିଛନ୍ତି ପରମବୀର ସିଂ ।
#FakeTRPRacket | Republic TV and two other channels manipulated TRP’s: Mumbai Police Commissioner Param Bir Singh.#RepublicRiggedRatings pic.twitter.com/iqaPgzpMHd
— CNNNews18 (@CNNnews18) October 8, 2020
ଏମିତି ଚାଲିଥିଲା ରାକେଟ୍
ପରମବୀର ସିଂ କହିଛନ୍ତି ଯେ ତଦନ୍ତ ବେଳେ ଜାଣିବାକୁ ମିଳିଥିଲା ଯେ ଟଙ୍କା ଦେଇ ଟିଆରପି (TRP) ମ୍ୟାନେଜ୍ କରାଯାଉଛି । ଏହା କରାଇବାରେ ହଂସା ନାମକ ଏକ କମ୍ପାନୀର ନାମ ବି ପ୍ରକାଶ ପାଇଛି । ହଂସା କମ୍ପାନୀ ବାର୍କକ କାମ ଦେଖେ । ଏହି ତଥ୍ୟ ଆସିବା ପରେ ହଂସାର ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି ।

ଏହି ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିବୃତି
‘‘ଏହି ରାକେଟରେ ସାଧାରଣ ଲୋକଙ୍କୁ ମାସକୁ ୪୦୦ରୁ ୫୦୦ ଟଙ୍କା ଦିଆଯାଉଥିଲା ଓ ସେମାନଙ୍କୁ କେତେକ ନିର୍ଦ୍ଦିଷ୍ଟ ଚ୍ୟାନେଲକୁ ଟିଭିରେ ଖୋଲି ରଖିବାକୁ କୁହାଯାଉଥିଲା । ସେମାନେ ଘରେ ଥାଆନ୍ତୁ ବା ନାହିଁ, ସେମାନଙ୍କୁ ସେହି ଚ୍ୟାନେଲଗୁଡ଼ିକୁ ଚଳାଇରଖିବାକୁ କୁହାଯାଉଥିଲା,’’ କହିଛନ୍ତି ପରମବୀର ସିଂ ।
ମୁମ୍ବାଇ ପୋଲିସ କମିଶନର ଆହୁରି କହିଛନ୍ତି ଯେ ଏହି ଚ୍ୟାନେଲଗୁଡ଼ିକୁ ବିଜ୍ଞାପନ ଦେଉଥିବା ସଂସ୍ଥାଗୁଡ଼ିକ ସହ ବି ପଚରାଉଚରା କରାଯିବ ଓ ରିପବ୍ଲିକ୍ ଟିଭିର ବ୍ୟାଙ୍କ ଆକାଉଣ୍ଟ ଉପରେ ତଦନ୍ତ ହେବ । ‘‘ବିଜ୍ଞାପନଦାତାଙ୍କ ଠାରୁ ମିଳିଥିବା ପାଣ୍ଠି ଉପରେ ତଦନ୍ତ କରାଯିବ । ଯଦି କିଛି ଆପତ୍ତିଜନକ ସୂଚନା ମିଳୁଛି, ତେବେ ସେଗୁଡିକୁ ଫ୍ରିଜ୍ କରାଯାଇପାରେ,’’ କହିଛନ୍ତି ସିଂ ।
ପୋଲିସ କମିଶନର କହିଛନ୍ତି ଯେ ଏହି ଠକେଇ ସମ୍ପର୍କରେ ସୂଚନା ହ୍ଂସା ଠାରୁ ମିଳିଥିଲା । ହଂସାର କେତେକ ପୂର୍ବତନ କର୍ମଚାରୀ ଓ ବର୍ତ୍ତମାନର କିଛି କର୍ମଚାରୀ ଏହି ରାକେଟରେ ସାମିଲ ଥିଲେ ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା
ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ BJP ନେତାଙ୍କୁ ଗୁଳି କରି ହତ୍ୟା କରାଗଲା; ରାଜ୍ୟପାଳ ମମତା ଓ DGPଙ୍କୁ ଡକାଇଲେ
ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ (Arnab Goswami) ପଚରାଉଚରା କରିବାକୁ ଡାକିବା ଉପରେ ଏକ ପ୍ରଶ୍ନର ଉତ୍ତରରେ ପରମବୀର ସିଂ କହିଛନ୍ତି, ‘‘ଯିଏ ବି ଏହି ରାକେଟରେ ଜଡ଼ିତ ଅଛନ୍ତି, ସେ ଯେତେ ଉଚ୍ଚ ପଦରେ ଥାଆନ୍ତୁ ନା କାହିଁକି, ତାଙ୍କୁ ପଚରାଉଚରା କରାଯିବ ଓ ତାଙ୍କ ବିରୋଧରେ ଆଇନ ଅନୁସାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦିନେ ଦୁଇ ଦିନ ମଧ୍ୟରେ ରିପବ୍ଲିକ୍ ଟିଭିର କିଛି ଲୋକଙ୍କୁ ସମନ୍ ପଠାଯିବ,’’ କହିଛନ୍ତି ପୋଲିସ୍ କମିଶନର ।
ଏହି ମାମଲା ଉପରେ ଅର୍ଣ୍ଣବ ଗୋସ୍ୱାମୀ କହିଛନ୍ତି ଯେ ମୁମ୍ବାଇ ପୋଲିସର ଆରୋପ ସମ୍ପୂର୍ଣ୍ଣ ଭିତ୍ତିହୀନ । ‘‘ଆମ ଚ୍ୟାନେଲ୍ ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ମାମଲାରେ ମୁମ୍ବାଇ ପୋଲିସ କମିଶନରଙ୍କୁ ପ୍ରଶ୍ନ ପଚାରିଥିବାରୁ ସେ ଏମିତି ମିଥ୍ୟା ଅଭିଯୋଗ ଆଣିଛନ୍ତି । ତାଙ୍କ ବିରୋଧରେ ରିପବ୍ଲିକ୍ ଟିଭି ଏକ ମାନହାନୀ ମକଦ୍ଦମା କରିବ ।’’