ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ମହେଶ ଭଟ୍ଟଙ୍କ ସହ ଅଢ଼େଇ ଘଣ୍ଟା ପଚରାଉଚରା କଲା ମୁମ୍ବାଇ ପୋଲିସ

ମହାରାଷ୍ଟ୍ରର ଗୃହ ମନ୍ତ୍ରୀ କହିଛନ୍ତି ଯେ ମହେଶ ଭଟ୍ଟଙ୍କ ପୂର୍ବରୁ ୩୭ ଜଣ ଲୋକଙ୍କ ବିବୃତ୍ତି ରେକର୍ଡ଼ କରାସରିଛି । ‘‘କଙ୍ଗନା ରାଣାୱଙ୍କ ବିବୃତ୍ତି ରେକର୍ଡ଼ କରିବାକୁ ତାଙ୍କୁ ଡକାଯାଇଛି । ଆବଶ୍ୟକ ହେଲେ କରଣ ଜୋହରଙ୍କୁ ବି ଡକାଯାଇପାରେ,’’ ସେ କହିଛନ୍ତି ।

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ମହେଶ ଭଟ୍ଟଙ୍କ ସହ ଅଢ଼େଇ ଘଣ୍ଟା ପଚରାଉଚରା କଲା ମୁମ୍ବାଇ ପୋଲିସ
ସୁଶାନ୍ତ ସିଂ ରାଜପୁତ; (ଡାହାଣ) ମହେଶ ଭଟ୍ଟ ସାନ୍ତାକୃଜ୍ ଥାନାରୁ ବାହାରୁଛନ୍ତି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ (Bollywood) ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ଆତ୍ମହତ୍ୟା ମାମଲାରେ (suicide) ମୁମ୍ବାଇ ପୋଲିସ (Mumbai Police) ପ୍ରତ୍ୟେକ ଦିଗ ଉପରେ ଅନୁସନ୍ଧାନ ଚଳେଇଛି । ସୁଶାନ୍ତଙ୍କ ପରିବାର, ଡାକ୍ତର, ତାଙ୍କ ଘନିଷ୍ଠ ବନ୍ଧୁ ଓ ବଲିଉଡର ସେଲିବ୍ରେଟିଙ୍କ ସମେତ ଅନେକ ଲୋକଙ୍କୁ ଏ ସମ୍ପର୍କରେ ପଚରାଉଚରା କରାଯାଇଛି । ଏବେ ପୋଲିସ ଏହି ମାମଲାରେ ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କ (Mahesh Bahtt) ସହ ମଧ୍ୟ ପଚରାଉଚରା କରିଛି ।

ପୋଲିସ ମହେଶ ଭଟ୍ଟଙ୍କୁ ପ୍ରାୟ ଅଢ଼େଇ ଘଣ୍ଟା ପଚରାଉଚରା କରି ତାଙ୍କ ବିବୃତ୍ତି ରେକର୍ଡ଼ କରିଥିଲା । ସୂଚନା ଅନୁସାରେ ମହେଶ ଭଟ ସକାଳ ୧୧:୩୦ରେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ଓ ଅପରାହ୍ଣ ଦୁଇଟାରେ ବାହାରକୁ ଆସୁଥିବା ଦେଖାଯାଇଥିଲା । ପୋଲିସ ସୂତ୍ର ଅନୁଯାୟୀ ସୁଶାନ୍ତ ସିଂ ରାଜପୁତଙ୍କ ବଲିଉଡ କରିୟର ବିଷୟରେ ଭଟ୍ଟଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା।

ମହେଶ ଭଟ୍ଟଙ୍କ ସହ ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ (Rhea Chakraborty)


ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ (Sushant Singh Rajput suicide) ପଚରାଉଚରା ପାଇଁ ପୋଲିସ ମହେଶ ଭଟ୍ଟଙ୍କୁ ସମନ୍‌ ଫଠାଇଥିଲା । ସେ ଆଜି ତାଙ୍କ ବିବୃତ୍ତି ରେକର୍ଡ଼ କରିବାକୁ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ସୂଚନା ଅନୁଯାୟୀ ଡିସିପି ନିଜେ ମହେଶ ଭଟ୍ଟଙ୍କୁ ପଚରାଉଚରା କରିଥିଲେ। ଏହା ପରେ ମହେଶ ଭଟ୍ଟ ସାନ୍ତାକୃଜ ପୋଲିସ ଷ୍ଟେସନରୁ ବାହାରୁଥିବା ଦେଖାଯାଇଥିଲେ।

ସୁଶାନ୍ତ ସିଂ ରାଜପୁତଙ୍କ ସହ ତାଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ


ରବିବାର ଦିନ ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଅନିଲ ଦେଶମୁଖ ସୂଚନା ଦେଇଥିଲେ ଯେ ମହେଶ ଭଟ୍ଟଙ୍କୁ ପଚରାଉଚରା ପାଇଁ ଡକାଯିବ। ସେ କହିଥିଲେ, ‘‘ଏ ପର୍ଯ୍ୟନ୍ତ ୩୭ ଜଣ ଲୋକଙ୍କ ବିବୃତ୍ତି ରେକର୍ଡ଼ କରାସରିଛି। ମହେଶ ଭଟ୍ଟ ବି ନିଜ ବିବୃତ୍ତି ଦିନେ ବା ଦୁଇ ଦିନ ମଧ୍ୟରେ ରେକର୍ଡ଼ କରିବେ । କଙ୍ଗନା ରାଣାୱତଙ୍କ (Kangana Ranawat) ବିବୃତ୍ତି ରେକର୍ଡ କରିବାକୁ ତାଙ୍କୁ ଡକାଯାଇଛି । କରଣ ଜୋହରଙ୍କ ମ୍ୟାନେଜରଙ୍କୁ ମଧ୍ୟ ଡକାଯାଇଛି। ଆବଶ୍ୟକ ହେଲେ ଜୋହରଙ୍କୁ ମଧ୍ୟ ଡକାଯିବ ।’’

ଏହା ବି ପଢ଼ନ୍ତୁ: ଅଗଷ୍ଟ ୧ରୁ ଅନଲକ୍-୩ ଆରମ୍ଭ ହେବ; ଖୋଲିପାରେ ସିନେମା ହଲ୍; ଜିମ୍ ପାଇଁ ବି ଅନୁମତି ମିଳିପାରେ

ଏହା ବି ପଢ଼ନ୍ତୁ: କଳହର କରୁଣ ପରିଣତି: ପତ୍ନୀ ଓ ଶାଶୁ ମିଶି ଝାଡ଼ୁରେ ପିଟିଲେ, ତେଣୁ ସେ ଆତ୍ମହତ୍ୟା କଲେ

କିଛି ସମୟ ପୂର୍ବରୁ ମୁମ୍ବାଇ ପୋଲିସ ଲେଖକ, ଅଭିନେତା ତଥା ନିର୍ଦ୍ଦେଶକ ରୁମି ଜାଫ୍ରିଙ୍କୁ ମଧ୍ୟ ପଚରାଉଚରା ପାଇଁ ଡାକିଥିଲା । ସୂଚନା ଅନୁସାରେ ରୁମି ଜାଫ୍ରି ବାନ୍ଦ୍ରା ପୋଲିସ ଷ୍ଟେସନରେ ପହଞ୍ଚି ଏହି ମାମଲାରେ ନିଜ ବିବୃତ୍ତି ରେକର୍ଡ଼ କରିଥିଲେ । ପରରାଉଚରାରେ ପୋଲିସ ତାଙ୍କୁ ସୁଶାନ୍ତଙ୍କ ଉଦାସୀନତା, ରିୟାଙ୍କ ସହ ସମ୍ପର୍କ ଓ ସେ ସୁଶାନ୍ତଙ୍କ ସହ ଯେଉଁ ଫିଲ୍ମ କରିବାକୁ ଯାଉଥିଲେ ତାହା ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲା ।



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by: Anand Shankar Thankur Das
First published: July 27, 2020, 4:15 PM IST
corona virus btn
corona virus btn
Loading