ସୁଶାନ୍ତ ସିଂ ରାଜପୁତ ମାମଲାରେ ତୀବ୍ର ହେଲା ତଦନ୍ତ; ଥାନାରେ ପହଞ୍ଚିଲେ ତାଙ୍କର ଏହି ଗର୍ଲଫ୍ରେଣ୍ଡ୍‌

ମୁମ୍ବାଇ ପୋଲିସ୍ ରିୟା ଚକ୍ରବର୍ତ୍ତୀଙ୍କୁ ବାନ୍ଦ୍ରା ପୋଲିସ ଷ୍ଟେସନକୁ ଡକାଇଛି । ସେଠି ଅଭିନେତ୍ରୀ ପହଞ୍ଚିବା ପରେ ତାଙ୍କ ସହ ପଚରାଉଚରା କରାଯାଉଛି । ସୁଶାନ୍ତ ରିୟାଙ୍କ ସହ-ଅଭିନେତା ଥିଲେ, ଆଉ ତାଙ୍କ ବୟଫ୍ରେଣ୍ଡ୍ ବି ଥିଲେ ।

ସୁଶାନ୍ତ ସିଂ ରାଜପୁତ ମାମଲାରେ ତୀବ୍ର ହେଲା ତଦନ୍ତ; ଥାନାରେ ପହଞ୍ଚିଲେ ତାଙ୍କର ଏହି ଗର୍ଲଫ୍ରେଣ୍ଡ୍‌
ସୁଶାନ୍ତ ସିଂ ରାଜପୁତ; (ଡାହାଣ) ରିୟା ଚକ୍ରବର୍ତ୍ତୀ ବାନ୍ଦ୍ରା ଥାନାରେ ପହଞ୍ଚୁଛନ୍ତି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ଆତ୍ମହତ୍ୟା (suicide) ପରେ ସମସ୍ତେ ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଯେ କାହିଁକି ଏହି ସଦା ହସୁଥିବା ଅଭିନେତା ନିଜ ମୂଲ୍ୟବାନ ଜୀବନକୁ ଶେଷ କରିବାକୁ ନିଷ୍ପତ୍ତି ନେଲେ । ତାଙ୍କର ଏହି ପଦକ୍ଷେପ ପଛରେ କାରଣ କ’ଣ ଥାଇପାରେ ତାହା ଉପରେ ସୋସିଆଲ ମିଡିଆରେ ଏକ ବଡ଼ ବିବାଦ ଲାଗି ରହିଛି । କେହି ସୁଶାନ୍ତ ମୁମ୍ବାଇ ଓ ମହାରାଷ୍ଟ୍ର ବାହାରୁ ଆସିଥିବା ଲୋକ ବୋଲି ହଇରାଣ କରାଯାଉଥିଲା ବୋଲି କହୁଛି ତ ଆଉ କେହି ପ୍ରିୟାପ୍ରୀତି ଥୋଷଣ (ନେପୋଟିଜିମ୍, nepotism)କୁ ଦାୟୀ କରୁଛି । ପୁଣି ଆଉ କେହି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଳ୍ପନା ଜଳ୍ପନା କରୁଛନ୍ତି । ଏ ସବୁ ମଧ୍ୟରେ ମୁମ୍ବାଇ ପୋଲିସ (Mumbai Police) ଏହି ମାମଲାର ତଦନ୍ତକୁ ଜୋରଦାର କରିଛି । ଏହି ମାମଲାରେ ସୁଶାନ୍ତଙ୍କ ଖାସ୍‌ ବନ୍ଧୁ ତଥା ସହ-ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ (Rhea Chakraborty) ପୁଣି ଥରେ ପଚରାଉଚରା କରାଯାଉଛି ।

ମୁମ୍ବାଇ ପୋଲିସ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ବାନ୍ଦ୍ରା ପୋଲିସ ଷ୍ଟେସନକୁ ଡକାଇଛି । ସେଠି ଅଭିନେତ୍ରୀ ପହଞ୍ଚିବା ପରେ ତାଙ୍କ ସହ ପଚରାଉଚରା କରାଯାଉଛି । ସୁଶାନ୍ତ ରିୟାଙ୍କ ସହ-ଅଭିନେତା ଥିଲେ, ଆଉ ତାଙ୍କ ବୟଫ୍ରେଣ୍ଡ୍‌ ବି ଥିଲେ । ସୂଚନା ଅନୁସାରେ ରିୟା ସୁଶାନ୍ତଙ୍କ ଫ୍ଲାଟରେ ଲକଡାଉନ୍‌ ଆରମ୍ଭ ହେବା ସମୟ ଠାରୁ ତାଙ୍କ ସହ ଲିଭ୍‌-ଇନରେ ଥିଲେ । ହେଲେ ଦୁହିଙ୍କ ମଧ୍ୟରେ କେଉଁ ଅଜଣା କଥାକୁ ନେଇ ମନୋମାଳିନ୍ୟ ହେବାରୁ ରିୟା ସେଠାରୁ ବାହାରି ଆସିଥିଲେ । ଆଉ ସେହି ଦିନରୁ ସେ ସୁଶାନ୍ତଙ୍କ ଫୋନ୍‌ ଉଠାଉ ନ ଥିଲେ ।

ବାନ୍ଦ୍ରା ଥାନାରେ ପହଞ୍ଚୁଛନ୍ତି ରିୟା ଚକ୍ରବର୍ତ୍ତୀ


ସୁଶାନ୍ତ ଗତ ରବିବାର ଦ୍ୱିପହରେ (ଜୁନ୍‌ ୧୪) ନିଜ ଫ୍ଲାଟରେ ଏକ ସିଲିଂ ଫ୍ୟାନରୁ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଛି । ଏହାର ଦିନକ ପୂର୍ବରୁ ସେ ରିୟାଙ୍କୁ ଫୋନ୍‌ କରିଥିଲେ । ହେଲେ ରିୟା ଏହି କଲ୍‌ ଉଠାଇ ନ ଥିଲେ ।

ଜଣେ ପୋଲିସ୍ କର୍ମୀ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଉପର ମହଲାକୁ ଯାଉଛି ।


ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଏହି ମାମଲାରେ ପୂର୍ବରୁ ଥରେ ପଚରାଉଚରା କରାଯାଇଛି । ଏବେ ଏହା ଦ୍ୱିତୀୟ ରାଉଣ୍ଡ୍‌ ପଚରାଉଚରା ଚାଲିଛି । ଏଥି ସହିତ ଏହା ମଧ୍ୟ କୁହାଯାଉଛି ଯେ ଏହି ମାମଲାରେ ସୁଶାନ୍ତଙ୍କ କାଷ୍ଟିଂ ଡାଇରେକ୍ଟର୍‌ ମୁକେଶ ଛାବ୍ରା ବି ତଦନ୍ତରେ ସାହାଯ୍ୟ କରୁଛନ୍ତି ।

ଗଣମାଧ୍ୟମର କେତେକ ରିପୋର୍ଟରେ କୁହାଯାଇଛି ଯେ ପ୍ରାରମ୍ଭିକ ତଦନ୍ତରେ ପୋଲିସ ଜାଣିବାକୁ ପାଉଛି ଯେ ଯଥେଷ୍ଟ କାମ (ଫିଲ୍ମ ପ୍ରୋଜେକ୍ଟ୍‌) ଅଭାବରୁ ସୁଶାନ୍ତ ଏଭଳି ପଦକ୍ଷେପ ନେଇଛନ୍ତି, ହେଲେ ଅନ୍ୟାନ୍ୟ ଦିଗ ଉପରେ ଅନୁସନ୍ଧାନ ଜାରି ରହିଛି ।

ସୁଶାନ୍ତ ସିଂ ରାଜପୁତଙ୍କ ସହ ତାଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ


ସୁଶାନ୍ତଙ୍କ ମୃତ୍ୟୁ ପରେ ମୁମ୍ବାଇର ସିନେମା ଶିଳ୍ପ ସହ ଜଡିତ ଅନେକ ଲୋକ ଦାବି କରିଛନ୍ତି ଯେ ସୁଶାନ୍ତଙ୍କୁ ବଲିଉଡର ଏକ ବଡ଼ ଅଂଶ ଜାଣିଶୁଣି ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିଦେଇଥିଲା, ଆଉ ସେଇଥି ପାଇଁ ସେ ଦୀର୍ଘ ସମୟ ଧରି ଚିନ୍ତିତ ଥିଲେ । ବଲିଉଡରେ କେବଳ ଆତ୍ମୀୟମାନଙ୍କୁ ସାହାଯ୍ୟ କରିବା ଓ ବାହାର ଲୋକଙ୍କୁ କାମ ନ ଦେବା ଅଭିଯୋଗକୁ ନେଇ ସୋସିଆଲ ମିଡିଆରେ ଏକ ପୃଥକ ବିତର୍କ ଜାରି ରହିଛି ।

ଧ୍ୟାନ ଦିଅନ୍ତୁ: ଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି ସାହାଯ୍ୟ ଆବଶ୍ୟକ କରନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍‌ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) ) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 18, 2020, 4:11 PM IST
corona virus btn
corona virus btn
Loading