News18 Odia Digital
ମୁମ୍ବାଇ: ପ୍ରସିଦ୍ଧ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ମୃତ୍ୟୁ ଧମକ ପାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ସୋମବାର ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଧମକପୂର୍ଣ୍ଣ କଲ ଆସିଥିଲା, ଯାହା ପରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରି ୫୬ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଥିଲା।
ସକାଳ ୧୦.୪୫ରୁ ଅତିକମରେ ଆଠଟି ଧମକପୂର୍ଣ୍ଣ କଲ ଆସିଥିବା ଜଣାପଡ଼ିଛି। ଡାକ୍ତରଖାନା କର୍ତ୍ତୃପକ୍ଷ ଡିବି ମାର୍ଗ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ପଞ୍ଜୀକୃତ କରିଥିଲେ ଓ କଲ ଅବସ୍ଥା ଜାଣିବା ପାଇଁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଥିଲା।
ଅଧିକାରୀ କହିଛନ୍ତି ଯେ ବିଷ୍ଣୁ ଭୌମିକ ନାମକ ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କୁ ମୁମ୍ବାଇର ଦହିସର ଉପକଣ୍ଠରୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ଡିବି ମାର୍ଗ ପୋଲିସ ଷ୍ଟେସନକୁ ନିଆଯାଇଥିବା ଜଣାଯାଇଛି।
ମୁମ୍ବାଇ ପୋଲିସର ସୂଚନାନୁସାରେ ହତ୍ୟା ଧମକ, ଖରାପ ଭାଷା ବ୍ୟବହାର କରିଥିବା ଯୋଜୁ ଏକ ମାମଲା ରୁଜୁ ହୋଇଛି। ସାମ୍ନାରେ ଥିବା ବ୍ୟକ୍ତି ବାରମ୍ବାର ସମାନ କଥା କହୁଥିଲେ, ସେ ଫୋନରେ କଥା ହେଉଥିଲେ, ‘‘ମୁଁ ଅମ୍ବାନୀ ପରିବାରକୁ ହତ୍ୟା କରିବାକୁ ଯାଉଛି, ସେମାନଙ୍କୁ ମରିବାକୁ ପଡ଼ିବ।’’
ପୋଲିସ ଏହି ଫୋନ୍ କଲ ରେକର୍ଡ ଶୁଣିଛି। ଯାହା ଆଧାରରେ ପୋଲିସ ପ୍ରାଥମିକ ଆକଳନ କରିଛି ଯେ ଏହି ବ୍ୟକ୍ତି ମାନସିକ ସ୍ତରରେ ଅସୁସ୍ଥ ହୋଇପାରନ୍ତି କିମ୍ବା କିଛି ଚାପରେ ଥାଇପାରନ୍ତିୀ। ହୁଏତ ସେ ନିଜ କ୍ରୋଧ ପ୍ରକାଶ କରିବାକୁ ବାରମ୍ବାର କଲ କରିଥାଇପାରେ।
ଏହି ସମୟରେ ଅମ୍ବାନୀ ପରିବାରର ସୁରକ୍ଷାକୁ ବୃଦ୍ଧି କରାଯାଇଛି। ଅମ୍ବାନୀଙ୍କ ସୁରକ୍ଷା ମୁଖ୍ୟ ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରିଛନ୍ତି। ସମଗ୍ର ବିଷୟରେ ସୂଚନା ଦିଆଯାଇଛି। ଯଦି ସୁରକ୍ଷା ବୃଦ୍ଧି କରିବାର ଆବଶ୍ୟକତା ଅଛି, ତୁରନ୍ତ ପଦକ୍ଷେପ ନିଆଯିବ। ଅମ୍ବାନୀଙ୍କ ଆଣ୍ଟାଲିଆ ବାସଭବନ ବାହାରେ ସୁରକ୍ଷାକୁ ବୃଦ୍ଧି କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।