ସୁଶାନ୍ତ ସିଂ ରାଜପୁତ ମାମଲାରେ ପୋଲିସ୍ ପାଇଲା ୫ଟି ଡାଏରୀ; କିଛି ଲୋକଙ୍କ ସହ ପଚରାଉଚରା ହେବ!

ସୁଶାନ୍ତ ଏହି ଡାଏରୀଗୁଡ଼ିକରେ ମୁମ୍ବାଇ ସିନେମା ଜଗତର ବ୍ୟକ୍ତିମାନଙ୍କ ସହ ନିଜ ସମ୍ପର୍କ ବିଷୟରେ କ’ଣ ଲେଖିଛନ୍ତି ତାହା ଏ ପର୍ଯ୍ୟନ୍ତ ଆଧିକାରିକ ରୂପେ ଜଣାପଡ଼ିନାହିଁ । ତାଙ୍କୁ ଜାଣିଥିବା ଲୋକଙ୍କ କହିବା ଅନୁସାରେ ସେ ନିଶ୍ଚୟ ଅନେକ କଥା ଲେଖିଥିବେ ।

ସୁଶାନ୍ତ ସିଂ ରାଜପୁତ ମାମଲାରେ ପୋଲିସ୍ ପାଇଲା ୫ଟି ଡାଏରୀ; କିଛି ଲୋକଙ୍କ ସହ ପଚରାଉଚରା ହେବ!
ସୁଶାନ୍ତ ସିଂ ରାଜପୁତ ଜୁନ୍ ୧୪ ରବିବାର ଦିନ ଆତ୍ମହତ୍ୟା କରିଥିଲେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ଆତ୍ମହତ୍ୟା (suicide) ଖବର ନିଜ ସହ ଅନେକ ବଡ଼ ପ୍ରଶ୍ନ ନେଇ ଆସିଛି । ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ । ତାଙ୍କର ଏହି ପଦକ୍ଷେପ ପଛରେ କାରଣ କ’ଣ ବୋଲି ସୋସିଆଲ ମିଡ଼ିଆରେ ଏକ ବଡ଼ ବିବାଦ ଚାଲିଛି । କେହି ସୁଶାନ୍ତ ମୁମ୍ବାଇ ବାହାରୁ ଆସିଥିବାରୁ ଲୋକେ ତାଙ୍କୁ ହଇରାଣ କରୁଥିଲେ ବୋଲି କହୁଛି ତ ଆଉ କେହି ତାଙ୍କ ଆତ୍ମହତ୍ୟା ପାଇଁ ମୁମ୍ବାଇ ସିନେମା ଜଗତରେ ଆତ୍ମୀୟମାନଙ୍କୁ ଆଗକୁ ବଢ଼ାଇବାର ପରମ୍ପରାକୁ ଦାୟୀ କରୁଛି । ଆଉ କେହି ପୁଣି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଳ୍ପନା ଜଳ୍ପନା କରୁଛି । ତେବେ ମୁମ୍ବାଇ ପୋଲିସ (Mumbai Police) ଏହି ମାମଲାର ତଦନ୍ତରେ ଲାଗିଛି । ଏବେ ଏ କଥା ସାମ୍ନାକୁ ଆସିଛି ଯେ ଏହି ମାମଲାରେ ପୋଲିସକୁ ଏକ ବଡ଼ ସୂଚନା ମିଳିଛି ।

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ କୌଣସି ଆତ୍ମହତ୍ୟା ନୋଟ୍ (suicide note) ପାଇ ନାହିଁ, କିନ୍ତୁ ଖବର ଆସୁଛି ଯେ ସୁଶାନ୍ତଙ୍କ ଘରୁ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଛି । ‘ଟାଇମ୍ସ ନାଓ’ର ଏକ ରିପୋର୍ଟ ଅନୁଯାୟୀ ସୁଶାନ୍ତଙ୍କ ଘରୁ ପୋଲିସ ପାଞ୍ଚଟି ବ୍ୟକ୍ତିଗତ ଡାଏରୀ ପାଇଛି । ଏହି ଡାଏରୀରେ ଲେଖାଯାଇଥିବା କଥାଗୁଡ଼ିକୁ ଯାଞ୍ଚ କରିବା ପରେ ତାଙ୍କ ଆତ୍ମହତ୍ୟା ପଛର କାରଣ ଜାଣିବାକୁ ଚେଷ୍ଟା କରାଯିବ ।

ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଏହି ଡାଏରୀରେ ସେ ବିଭିନ୍ନ ବହିରୁ ପଢ଼ିଥିବା ଗୁରୁତ୍ୱପୂର୍ଣ୍ଣ ଉଦ୍ଧୃତି (quotations) ଲେଖୁଥିଲେ । ସୂତ୍ରଙ୍କ ଅନୁସାରେ ସୁଶାନ୍ତଙ୍କ ଏହି ସବୁ ଡାଏରୀ ଅନୁଯାୟୀ ଅନେକ ଲୋକଙ୍କୁ ମଧ୍ୟ ପୋଲିସ୍‌ ପ୍ରଶ୍ନ କରିପାରେ ।

ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଅନିଲ ଦେଶମୁଖ


ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ତଥା ସହ-ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପୂର୍ବରୁ ପଚରାଉଚରା କରାଯାଇଛି । ଏହି ମାମଲାର ତଦନ୍ତରେ ସାହାଯ୍ୟ କରିବା ପାଇଁ ତାଙ୍କୁ ଆଜି ବି ବାନ୍ଦ୍ରା ପୋଲିସ୍‌ ଷ୍ଟେସନକୁ ଡକାଯାଇଥିଲା । ଏଥି ସହିତ ଏହା ମଧ୍ୟ କୁହାଯାଉଛି ଯେ ଏହି ପରିପ୍ରେକ୍ଷୀରେ ସୁଶାନ୍ତଙ୍କ କାଷ୍ଟିଂ ଡାଇରେକ୍ଟର୍‌ ମୁକେଶ ଛାବ୍ରା ମଧ୍ୟ ଅନୁସନ୍ଧାନରେ ସାହାଯ୍ୟ କରୁଛନ୍ତି।

ତେବେ ସୁଶାନ୍ତ ନିଜ ଡାଏରୀଗୁଡ଼ିକରେ ମୁମ୍ବାଇ ସିନେମା ଜଗତର ବ୍ୟକ୍ତିମାନଙ୍କ ସହ ନିଜ ସମ୍ପର୍କ ବିଷୟରେ କ’ଣ ଲେଖିଛନ୍ତି ଓ ଲେଖିଛନ୍ତି କି ନାହିଁ ତାହା ଏ ପର୍ଯ୍ୟନ୍ତ ଆଧିକାରିକ ରୂପେ ଜଣାପଡ଼ିନାହିଁ । ତାଙ୍କୁ ଜାଣିଥିବା ଲୋକଙ୍କ କହିବା ଅନୁସାରେ ସେ ନିଶ୍ଚୟ ଅନେକ କଥା ଲେଖିଥିବେ । ସେହି କଥାଗୁଡ଼ିକରୁ ବିଭିନ୍ନ ବିନ୍ଦୁ ନେଇ ପୋଲିସ୍‌ କେତେକ ଜଣାଶୁଣା ବଲିଉଡ୍‌ ବ୍ୟକ୍ତିତ୍ୱଙ୍କ ସହ ପଚରାଉଚରା କରିପାରେ ବୋଲି ସୁହାଯାଉଛି ।

ଏବେ ଲାଗୁଛି ଯେମିତି ସୁଶାନ୍ତଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଜବରଦସ୍ତ ଯୁଦ୍ଧ ଆରମ୍ଭ ହୋଇଯାଇଛି। କେହି ଇଣ୍ଡଷ୍ଟ୍ରୀର ବଡ଼ ବଡ଼ ଲୋକଙ୍କ ନାମ ନେଇ ସେମାନେ ସୁଶାନ୍ତଙ୍କୁ ସାଇଡ୍ ଲାଇନ୍ କରିବାକୁ ଚେଷ୍ଟା କରୁଥିଲେ ବୋଲି ଅଭିଯୋଗ କରୁଛନ୍ତି ତ ଆଉ କେହି ଜଣେ ସୁଶାନ୍ତଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖାଯାଉଛି ।

ତଦନ୍ତ ଚାଲିଥିବା ବେଳେ ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଅନିଲ ଦେଶମୁଖ ଟ୍ୱିଟର୍‌ ମାଧ୍ୟମରେ କହିଛନ୍ତି ଯେ ବଲିଉଡରେ ସୁଶାନ୍ତଙ୍କ ସହ ଥିବା ବୃତ୍ତିଗତ ଶତ୍ରୁତାକୁ (professional rivalry) ନେଇ ମଧ୍ୟ ପୋଲିସ ତଦନ୍ତ କରିବ ।

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 18, 2020, 9:41 PM IST
corona virus btn
corona virus btn
Loading