ସ୍କୁଲ ଶିକ୍ଷକ ନବମ ଶ୍ରେଣୀ ଛାତ୍ରଙ୍କୁ ମାରିଲେ ଚାପୁଡ଼ା; ଫାଟିଗଲା କାନ ପରଦା
- News18 Odia
- Last Updated :
- Mumbai, India
News 18 Odia Digital
ମୁମ୍ବାଇ: ମୁମ୍ବାଇର ସାନ୍ତା କ୍ରୁଜ୍ ଅଞ୍ଚଳର ଏକ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରକୁ ଶିକ୍ଷକ ଏତେ ଜୋରେ ଚାପୁଡ଼ା ମାରିଲେ ଯେ ପିଲାଟିର କାନ ପରଦା ଫାଟି ଯାଇଥିଲା । ଅଧ୍ୟାପନା ସମୟରେ ପାଟିତୁଣ୍ଡ କରୁଥିବା ସନ୍ଦେହରେ ପିଲାଟିକୁ ସଂସ୍କୃତ ଶିକ୍ଷକ ଚାପୁଡ଼ା ମାରିଥିଲେ । ଏହି ଘଟଣା ୨୭ ସେପ୍ଟେମ୍ବରରେ ଘଟିଥିବା କୁହାଯାଉଛି । ତେବେ ଅଭିଯୁକ୍ତ ଶିକ୍ଷକଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ।
ToI ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସାନ୍ତାକ୍ରୁଜ୍ ପୋଲିସ୍ ଆଇପିସିର ଧାରା ୩୨୫ (ଗୁରୁତର ଆଘାତ) ଓ ନାବାଳକ ଜଷ୍ଟିସ୍ କେୟାର ଅନୁଯାୟୀ ଜଣେ ଶିଶୁଙ୍କ ପ୍ରତି ଅତ୍ୟାଚାର ପାଇଁ ସଂସ୍କୃତ ଶିକ୍ଷକ କମଲେଶ ତିୱାରୀ ଧାରା ୭୫ରେ ଏକ ମାମଲା ପଞ୍ଜିକୃତ ହୋଇଛି। ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୭ରେ ଜଣେ ସ୍କୁଲ ଶିକ୍ଷକ ୯ମ ଶ୍ରେଣୀର ଛାତ୍ରଙ୍କୁ ଜୋରରେ ଚାପୁଡ଼ା ମାରିବା ଘଟଣା ସାମ୍ନାକୁ ଆସିଥିଲା । ଯେତେବେଳେ ସଂସ୍କୃତ ଶିକ୍ଷକ କମଲେଶ ତିୱାରୀ କ୍ଲାସ ନେଉଥିଲେ, ସେତେବେଳେ ସେ ସନ୍ଦେହ କରିଥିଲେ ଯେ ଛାତ୍ର ନୀରଜ ଯାଦବ (୧୪) ଅଧ୍ୟାପନା ପ୍ରତି ଧ୍ୟାନ ଦେଉନଥିଲେ । ପୋଲିସ ଅଧିକାରୀ କହିଛନ୍ତି ଯେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି ଏବଂ ବିବୃତ୍ତି ନିଆଯାଉଛି। ଅନୁସନ୍ଧାନକୁ ଆଧାର କରି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପୋଲିସର ସୂଚନାନୁସାରେ, ପୀଡିତ ଛାତ୍ର ନୀରଜ ଯାଦବଙ୍କ ମାତା ପୁଣମଙ୍କ ପକ୍ଷରୁ ଏ ସମ୍ପର୍କରେ ଅଭିଯୋଗ କରାଯାଇଥିଲା । ସେ କହିଛନ୍ତି ଯେ ଡାକ୍ତରଙ୍କ ରିପୋର୍ଟ ପରେ ତାଙ୍କ କାନ ପରଦାରେ ଛିଦ୍ର ଥିବା ଜଣାପଡିଛି । ଅଭିଯୋଗକାରୀ ପୁଣମ୍ କହିଛନ୍ତି ଯେ “ଶିକ୍ଷକ ହଠାତ୍ ମୋ ପୁଅକୁ ଚାପୁଡ଼ା ମାରିଥିଲେ କାରଣ ସେ ତାର ପାଟିରେ ହାତ ରଖିଥିଲା । ମୋ ପୁଅ କହିଛି ଯେ ଅଧ୍ୟାପକ ଥିବା ସମୟରେ ଅନ୍ୟ ଛାତ୍ରମାନେ ଉଚ୍ଚ ସ୍ୱରରେ କଥାବାର୍ତ୍ତା କରୁଥିଲେ ଯାହା ଦ୍ଵାରା ଶିକ୍ଷକ ରାଗିଯାଇ ଥିଲେ । ସେ ଭାବିଲେ ଯେ ନୀରଜ ତାର ପାଟିରେ ହାତ ରଖି କଥା ହେଉଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।