ମୁମ୍ବାଇର ମଡେଲ୍ କହିଲେ ଝାଡ଼ଖଣ୍ଡ CM ହେମନ୍ତ ସୋରେନ ତାଙ୍କୁ ବଳତ୍କାର କରିଥିଲେ
ମଡେଲ୍ ଅଭିଯୋଗ କରିଛନ୍ତି ଯେ ୨୦୧୩ରେ ତାଙ୍କୁ ହେମନ୍ତ ସୋରେନ ମୁମ୍ବାଇର ଏକ ହୋଟେଲରେ ବଳାତ୍କାର କରିଥିଲେ ଓ ତାଙ୍କୁ ହୋଟେଲର ୨୧ତମ ମହଲାର ଝରକାରୁ ତଳକୁ ଫିଙ୍ଗିଦେବେ ବୋଲି କହିଥିଲେ ।

ଝାଡ଼ଖଣ୍ଡର ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ
- News18 Odia
- Last Updated: December 17, 2020, 10:18 PM IST
ନୂଆ ଦିଲ୍ଲୀ: ଜାତୀୟ ମହିଳା କମିଶନ୍ (ଏନ.ସି.ଡବ୍ଲ୍ୟୁ.) ଝାଡ଼ଖଣ୍ଡର ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନଙ୍କ (Jharkhand CM Hemandt Soren) ବିରୁଦ୍ଧରେ ଜଣେ ମଡେଲ ଲଗାଇଥିବା ବଳାତ୍କାର ଅଭିଯୋଗକୁ (Rape Accusations) ଗ୍ରହଣ କରିଛି । କମିଶନ୍ କହିଛି ଯେ ହେମନ୍ତ ସୋରେନଙ୍କ ବିରୁଦ୍ଧରେ ମୁମ୍ବାଇର ଜଣେ ମଡେଲ କରିଥିବା ବଳାତ୍କାର ଅଭିଯୋଗ ବିଷୟରେ ଗଣମାଧ୍ୟମର ଖବରରୁ ଜାଣିବାକୁ ମିଳିଛି ।
ଏହି ମଡେଲ ଅଭିଯୋଗ କରିଛନ୍ତି ଯେ ୨୦୧୩ରେ ତାଙ୍କୁ କେବଳ ହେମନ୍ତ ସୋରେନ ଓ ସୁରେଶ ନାଗ୍ରେ ନାମକ ଜଣେ ବ୍ୟକ୍ତି ବଳାତ୍କାର କରିଥିଲେ ତାହା ନୁହେଁ, ବରଂ ତାଙ୍କୁ ଓ ତାଙ୍କ ପରିବାରକୁ ଧମକ ଦିଆଯାଉଥିଲା । ମଡେଲ ଜଣକ କହିଛନ୍ତି ଯେ ତାଙ୍କୁ କୁହାଯାଇଥିଲା ଯେ ଯଦି ସେ ବଳାତ୍କାର ଘଟଣାକୁ ସାର୍ବଜନୀନ କରନ୍ତି ତେବେ ଏହାର ଅତି କଟୁ ପରିଣାମ ଭୋଗିବେ ।
ଏହା ବି ପଢ଼ନ୍ତୁ | ଢେଙ୍କାନାଳରେ ୩ ବର୍ଷର ନିଷ୍ପାପ ଶିଶୁ ପୁତ୍ରକୁ ଅପହରଣ କରିବା ପରେ ‘ହତ୍ୟା’ କଲା ପଡ଼ୋଶୀ; ତଦନ୍ତ ଜାରି
NCW has come across a media report regarding a Mumbai-based model who has alleged that she was not only raped by Hemant Soren (Jharkhand CM) & Suresh Nagre in 2013 but she and her family were also constantly threatened against speaking about the alleged incident in public: NCW pic.twitter.com/gwfD2WlID1
— ANI (@ANI) December 17, 2020
କଥିତ ରୂପେ ବାନ୍ଦ୍ରା ଥାନାଧିକାରୀଙ୍କୁ ଆୟେଷା ନାମକ ଏହି ମଡେଲ୍ ଦେଇଥିବା ଅଭିଯୋଗ ଅନୁସାରେ ୫ ସେପଟେମ୍ବର ୨୦୧୩ ରାତିରେ ତାଜ୍ ଲ୍ୟାଣ୍ଡ ହୋଟେଲରେ ହେମନ୍ତ ସୋରେନଙ୍କ କୋଠରୀ ଭିତରକୁ ତାଙ୍କୁ ସୁରେଶ ନାଗ୍ରେ ନେଇଥିଲେ । ସୁରେଶ ନାଗ୍ରେ ତାଙ୍କୁ ସେଇଠି ଛାଡ଼ି ଚାଲି ଯିବା ପରେ ହେମନ୍ତ ସୋରେନ୍ ତାଙ୍କ ସହ ଜବରଦସ୍ତି ବଳାତ୍କାର (sexual intercourse) କରିଥିବା ଏହି ଅଭିଯୋଗରେ ଲେଖାହୋଇଛି ।
ଏହା ବି ପଢ଼ନ୍ତୁ | ରାଖୀ ସାୱନ୍ତ ଜାଲିଆତିର ଶିକାର ହେଲେ; ପାଖରେ ଟଙ୍କାଟିଏ ନାହିଁ… ନିଜ ଦୁଃଖ କହିଲେ
ମଡେଲ୍ ଏହି ଅଭିଯୋଗ ପତ୍ରରେ କହିଛନ୍ତି ଯେ ହେମନ୍ତ ସୋରେନ ତାଙ୍କୁ ସେହି ହୋଟେଲର ୨୧ତମ ମହଲାର ଝରକାରୁ ତଳକୁ ଫିଙ୍ଗି ମାରିଦେବେ ବୋଲି ଧମକ ଦେଇଥିଲେ । ସେ ଲେଖିଛନ୍ତି ଯେ ବଳାତ୍କାର ପରେ ହେମନ୍ତ ସୋରେନ ତାଙ୍କୁ କହିଥିଲେ ଯେ ଯେଉଁ ଦିନ ସେ ଏହି ଘଟଣା ବିଷୟରେ ନିଜ ମୁହଁ ଖୋଲିବେ ସେହି ଦିନ ତାଙ୍କ ଜୀବନର ଶେଷ ଦିନ ହେବ । ହେଲେ ସେ ଯଦି ଚୁପ୍ ରହନ୍ତି ତାହେଲେ ସେ ତାଙ୍କୁ ତାଙ୍କ ଫିଲ୍ମ କରିଅର୍ ବନାଇବାରେ ସାହାଯ୍ୟ କରିବେ ବୋଲି କହିଥିଲେ ବୋଲି ସେ ଏହି ପତ୍ରରେ ଲେଖିଛନ୍ତି ।
ଉଲ୍ଲେଖନୀୟ କଥା ହେଉଛି ଯେ ଏହି ବିଷୟ ସୋସିଆଲ ମିଡ଼ିଆରେ ମଧ୍ୟ ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ଏବେ 'ଜଷ୍ଟିସ୍ ଫର ଆୟେଶା' ନାମରେ ଏହାକୁ ନେଇ ଏକ ଅଭିଯାନ ଚାଲିଛି । ଲୋକେ ଆୟେଶାଙ୍କୁ ସୁରକ୍ଷା ଦେବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କରୁଛନ୍ତି ।
#JusticeForAyesha ବୁଧବାର ଭାରତର ଶୀର୍ଷ ଟ୍ୱିଟର୍ ଟ୍ରେଣ୍ଡ ମଧ୍ୟରେ ସାମିଲ୍ ହୋଇଛି । ଏହି ହ୍ୟାସଟ୍ୟାଗରେ ସେହି ଚିଠିକୁ ବି ସେୟାର କରାଯାଉଛି ।