କଙ୍ଗନା ରାଣାୱତଙ୍କ ବିରୋଧରେ FIR ଦାୟର କରିବାକୁ ପୋଲିସକୁ ଆଦେଶ ଦେଲେ କୋର୍ଟ

ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି କରିବାକୁ କଙ୍ଗନା ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରି ଦୁଇ ଜଣ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ମୁମ୍ବାଇର ବାନ୍ଦ୍ରା କୋର୍ଟ ଏହି ଆଦେଶ ଦେଇଛନ୍ତି ।

କଙ୍ଗନା ରାଣାୱତ

କଙ୍ଗନା ରାଣାୱତ

  • Share this:
News18 Odia Digital

ମୁମ୍ବାଇ: ନିଜ ବିବୃତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ (Kangana Ranaut) ବିରୋଧରେ ଏକ ମାମଲା ରୁଜୁ କରିବା ପାଇଁ (FIR Against Kangana Ranaut) ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇର ବାନ୍ଦ୍ରା କୋର୍ଟ । ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି କରିବାକୁ କଙ୍ଗନା ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରି ଦୁଇ ଜଣ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ବାନ୍ଦ୍ରା କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

କଙ୍ଗନା ରାଣାୱତ (Kangana Ranaut) ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଠାରୁ ଆରମ୍ଭ କରି ଟିଭି ପର୍ଯ୍ୟନ୍ତ ସବୁ ସ୍ଥାନରେ ବଲିଉଡରେ ହୋଉଥିବା ଦୋଷ-ତ୍ରୁଟି ବିରୋଧରେ କହିଆସୁଛନ୍ତି । ବଲିଉଡରେ ବ୍ୟାପିଥିବା ଡ୍ରଗ୍ ଜାଲ ଓ ଭାଇ-ଭଣଜାବାଦ (nepotism in Bollywood) ବିରୋଧରେ ସେ ସ୍ୱର ଉତ୍ତୋଳନ କରିଛନ୍ତି । ଏହାକୁ ବିରୋଧ କରି ଦୁଇ ଜଣ ମୁସଲମାନ ବ୍ୟକ୍ତି ବାନ୍ଦ୍ରା କୋର୍ଟରେ ଏକ ପିଟିସନ ଦାଖଲ କରି କହିଥିଲେ ଯେ କଙ୍ଗନା ରାନାୱତ ନିଜ ଟ୍ୱିଟ୍ ଜରିଆରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଘୃଣାଭାବକୁ ପ୍ରୋତ୍ସାହନ ଦେଉଛନ୍ତି ।

କଙ୍ଗନାଙ୍କ ଟ୍ୱିଟ୍‌ ଓ ବିବୃତି ଯେ କେବଳ ଧାର୍ମିକ ଭାବନାକୁ ଆଘାତ ଦେଉଛି ତାହା ନୁହେଁ, ବରଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ଅନେକ ଲୋକଙ୍କୁ ଏହା ଆଘାତ ଦେଉଛି ବୋଲି ସେ ଦୁହେଁ ଏହି ଆବେଦନରେ କହିଛନ୍ତି । କଙ୍ଗନା ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହିତ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।

କଙ୍ଗନା ରାଣାୱତ


ଆବେଦନକାରୀ ଦ୍ୱୟଙ୍କ କହିବା ଅନୁସାରେ ସେମାନେ କଙ୍ଗନାଙ୍କ ବିରୋଧରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ଅଭିଯୋଗ କରିଥିଲେ ବି ପୋଲିସ ତା’ର ସଜ୍ଞାନ ନେବାକୁ ମନା କରିଦେଇଥିଲା । ସେଇଥି ପାଇଁ ସେ ଦୁହେଁ ପରେ ଏହି ମାମଲାର ତଦନ୍ତ ପାଇଁ କୋର୍ଟଙ୍କ ନିକଟକୁ ଯାଇଥିଲେ । ଏହି ଆବେଦନ ଉପରେ ବିଚାର କରି କଙ୍ଗନା ରାଣାୱତଙ୍କ ବିରୋଧରେ FIR ପଞ୍ଜିକରଣ କରିବାକୁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ ଅପରାଜିତାଙ୍କ ଅଫିସ୍ ସିଲିଂ: ସୁର ରାଉତରାୟ କହିଲେ, ‘‘ସେ ନାଚିଲେ, ଗାଇଲେ, କ’ଣ ଭାସିଗଲା ସେଇଠୁ?’’

ଆବେଦନକାରୀମାନେ ମଧ୍ୟ କଙ୍ଗନାଙ୍କ ଅନେକ ଟ୍ୱିଟ୍ କୋର୍ଟଙ୍କ ସାମନାରେ ରଖିଥିଲେ । ସେମାନଙ୍କ କହିବା ଅନୁସାରେ CrPC ର ଦଫା ୧୫୬ (୩) ଅନୁଯାୟୀ କଙ୍ଗନାଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ କରାଯାଇପାରିବ । ଏଫଆଇଆର ହେବା ପରେ କଙ୍ଗନାଙ୍କୁ ପଚରାଉଚରା କରାଯିବ ଓ ଯଦି ତାଙ୍କ ବିରୋଧରେ ଦୃଢ଼ ପ୍ରମାଣ ମିଳୁଛି ତେବେ ତାଙ୍କୁ ଗିରଫ ବି କରାଯାଇପାରିବ ।

ଏହା ବି ପଢ଼ନ୍ତୁ ଉପନିର୍ବାଚନ: କଂଗ୍ରେସର ବାଲେଶ୍ୱରରେ ପ୍ରାର୍ଥୀ ମମତା କୁଣ୍ଡୁ, ତିର୍ତ୍ତୋଲରେ ହିମାଂଶୁ ମଲ୍ଲିକ

ଏହା ପୂର୍ବରୁ କର୍ଣ୍ଣାଟକର ତୁମକୁରୁ ଜିଲ୍ଲାରେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଏକ ଏଫଆଇଆର ଦାୟର ହୋଇଥିଲା । କଙ୍ଗନାଙ୍କ ଏକ ଟ୍ୱିଟ୍ ସମ୍ପର୍କରେ ଆସିଥିବା ଅଭିଯୋଗକୁ ନେଇ FIR ପଞ୍ଜିକରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।



ଆଡଭୋକେଟ ରମେଶ ନାୟକଙ୍କ ଅଭିଯୋଗର ଆଧାରରେ ତୁମୁକୁରୁର ପ୍ରଥମ ଶ୍ରେଣୀ ଜୁଡିସିଆଲ ମାଜିଷ୍ଟ୍ରେଟ (ଜେଏମଏଫସି) ସାନ୍ଦ୍ରା ପୋଲିସ ଷ୍ଟେସନର ଇନ୍ସପେକ୍ଟରଙ୍କୁ କଙ୍ଗନାଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ଶୁକ୍ରବାର ଦିନ ଏହି ନିର୍ଦ୍ଦେଶ ଦେଇଥିଲେ ।
Published by:Anand ST Das
First published: