News18 Odia Digital
ମୁମ୍ବାଇ: ବମ୍ବେ ହାଇକୋର୍ଟ ସ୍କୁଲ ପିଲାମାନଙ୍କୁ ସ୍ୱଚ୍ଛ ଶୌଚାଳୟ ଯୋଗାଇ ନ ଥିବାରୁ ମହାରାଷ୍ଟ୍ର ସରକାରଙ୍କୁ ତାଗିଦ୍ କରିଛନ୍ତି। ଏହା ସହ କହିଛନ୍ତି ଯେ କେଉଁ ଶୁଭ ସମୟକୁ ଅପେକ୍ଷା କରିଛନ୍ତି ସରକାର? ଏଥିପାଇଁ କାହିଁକି ନୀତି ପ୍ରସ୍ତୁତ କରିବେ ନାହିଁ? ଆଇନ ଛାତ୍ର ନିକିତା ଗୋରେଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ପିଟିସନରେ ଏହି ମାମଲା ସାମ୍ନାକୁ ଆସି।
ସେ କହିଥିଲେ ଯେ ସରକାରୀ ବିଦ୍ୟାଳୟରେ ସ୍ୱଚ୍ଛତା ଅଭାବରୁ ମହିଳା ଓ କିଶୋର ବାଳିକାମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହି ବର୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମୁମ୍ବାଇ ଓ ଏହାର ଆଖପାଖ ଜିଲ୍ଲାର ୨୩୫ଟି ସ୍କୁଲ ଉପରେ ସର୍ଭେ କରି ୨୦୭ଟି ସ୍କୁଲର ଶୌଚାଳୟର ଅବସ୍ଥା ଅତ୍ୟନ୍ତ ଖରାପ ଥିବା କହିଥିଲେ।
ଜଷ୍ଟିସ ପ୍ରସନ୍ନ ୱରାଲେ ଓ ଜଷ୍ଟିସ ଶର୍ମିଲା ଦେଶମୁଖ ଶୁଣାଣି ପରେ କହିଛନ୍ତି, ‘‘ଯଦି ମୁମ୍ବାଇରେ ଏହା ଅବସ୍ଥା, ତେବେ ଗାଁଗୁଡ଼ିକରେ କ’ଣ ହେବ? ଜିଲ୍ଲା ଶିକ୍ଷା ଅଧିକାରୀମାନେ କ’ଣ କରନ୍ତି? ସରକାର ଏତେ ଶକ୍ତିହୀନ ଯେ ଏହା ଏକ ସଠିକ୍ ନୀତି ପ୍ରସ୍ତୁତ କରିବାରେ ମଧ୍ୟ ସକ୍ଷମ ନୁହେଁ କିମ୍ବା କିଛି ଶୁଭ ଦିନକୁ ଅପେକ୍ଷା କରିଛନ୍ତି?’’ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ରଖାଯାଇଛି।
ସରକାର କହିଛନ୍ତି ଯେ ଆମେ ଲୋକଙ୍କୁ ସଚେତନ କରାଉଛୁମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସରକାରୀ ଓକିଲ କହିଛନ୍ତି ଯେ ସରକାର, ଛାତ୍ର, ଅଭିଭାବକ ଓ ବିଦ୍ୟାଳୟ ମଧ୍ୟରେ ଏହି ପ୍ରସଙ୍ଗରେ କାର୍ଯ୍ୟ କରୁଛନ୍ତି। ସଚେତନତା ଅଭିଯାନର ଆୟୋଜନ କରାଯାଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।