ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ ସଇଦଙ୍କୁ ୧୦ ବର୍ଷ କାରାଦଣ୍ଡ; ପାକିସ୍ତାନ କୋର୍ଟ ଦେଲା ରାୟ

ଆତଙ୍କବାଦୀ ସଂଗଠନ ଜାମାତ ଉଦ ଦାୱାର (Jamat Ud Dawah) ମୁଖ୍ୟ ହାଫିଜ ସଇଦଙ୍କୁ ଆତଙ୍କବାଦୀ ପାଣ୍ଠି ସହ ଜଡିତ ଏକ ମାମଲାରେ ୧୦ ବର୍ଷ ଦଣ୍ଡିତ କରାଯାଇଛି । ଫେବୃଆରୀରେ ମଧ୍ୟ ସମାନ ମାମଲାରେ ସୟଦଙ୍କୁ ୧୧ ବର୍ଷ ଦଣ୍ଡିତ କରାଯାଇଥିଲା ।

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ ସଇଦଙ୍କୁ ୧୦ ବର୍ଷ କାରାଦଣ୍ଡ; ପାକିସ୍ତାନ କୋର୍ଟ ଦେଲା ରାୟ
ହାଫିଜ ସଇଦ (ଫାଇଲ ଫଟୋ)
  • News18 Odia
  • Last Updated: November 19, 2020, 6:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଇସଲାମାବାଦ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଓ ଆତଙ୍କବାଦୀ ପାଣ୍ଠି (Terror Funding) ସହ ଜଡିତ ମାମଲାରେ ଲାହୋର ଜେଲରେ ଥିବା ଆତଙ୍କବାଦୀ ହାଫିଜ ସଇଦଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ପାକିସ୍ତାନର ଏଣ୍ଟି ଟେରୋରିଜିମ କୋର୍ଟ ଜମାତ-ଉଦ-ଦାୱା ମୁଖ୍ୟ ହାଫିଜ ସୟିଦଙ୍କୁ ଏହି ଦଣ୍ଡ ଘୋଷଣା କରିଛନ୍ତି । ଏହାପୂର୍ବରୁ କୋର୍ଟ ଆତଙ୍କବାଦୀ ପାଣ୍ଠି ମାମଲାରେ ସୟିଦଙ୍କ ଘନିଷ୍ଠ ସହଯୋଗୀ ତଥା ଜମାତ ଉଦ ଦାୱାଙ୍କ ମୁଖପାତ୍ର ୟାହିୟା ମୁଜାହିଦ୍ଙ୍କୁ ୩୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ମୁଜାହିଦ୍‌ଙ୍କ ସହ ଆତଙ୍କବାଦୀ ସଂଗଠନର ଅନ୍ୟ ଦୁଇ ନେତାଙ୍କୁ ମଧ୍ୟ ଅପରାଧୀ କରିଥିଲେ ।

ଫେବୃଆରୀରେ ଲାହୋରର ଏଣ୍ଟି ଟେରୋରିଜିମ କୋର୍ଟ ଆତଙ୍କବାଦୀ କାର୍ଯ୍ୟକଳାପରେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ୧୧ ବର୍ଷ କାରାଦଣ୍ଡ ଶୁଣାଇଥିଲେ । ୨୦୦୮ ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ହାଫିଜ ସଇଦ ଭାରତର ୱାଣ୍ଟେଡ ଅଟନ୍ତି । ଏହି ଆକ୍ରମଣରେ ୧୦ ଜଣ ଆତଙ୍କବାଦୀ ୧୬୬ ଜଣ ନିରୀହଲୋକଙ୍କୁ ହତ୍ୟା କରିଥିବାବେଳେ ଶହ ଶହ ଲୋକ ଆହତ ହୋଇଥିଲେ । ମିଳିତ ଜାତିସଂଘ ଓ ଆମେରିକା ସଇଦଙ୍କୁ 'ବିଶ୍ୱ ଆତଙ୍କବାଦୀ' ଘୋଷଣା କରିସାରିଛନ୍ତି । ଅଧିକାରୀ କହିଛନ୍ତି ଯେ ଏଟିସି କୋର୍ଟ ନମ୍ବର ୧ ର ଜଜ୍ ଅର୍ଶଦ ହୁସେନ୍ ଭୁଟ୍ଟା କେସ୍ ନମ୍ବର ୧୬/୧୯ ଏବଂ ୨୫/୧୯ ଶୁଣାଣି କରିଛନ୍ତି । ଏହି ମାମଲା କାଉଣ୍ଟର ଆତଙ୍କବାଦ ବିଭାଗ ଦ୍ୱାରା ଦାଖଲ କରାଯାଇଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କୋର୍ଟର ଜଣେ ଅଧିକାରୀ କହିଛନ୍ତି ଯେ ଲାହୋର ଏଣ୍ଟି ଟେରୋରିଜିମ କୋର୍ଟ ଗୁରୁବାର ଦିନ ଜମାତ-ଉଦ ଦାୱା ମୁଖ୍ୟ ହାଫିଜ ସଇଦଙ୍କ ସମେତ ଆତଙ୍କବାଦୀ ସଂଗଠନର କିଛି ନେତାଙ୍କୁ ଦଣ୍ଡିତ କରିଛନ୍ତି । ସଂଗଠନର ନେତାଙ୍କ ବିରୋଧରେ ମୋଟ ୪୧ଟି ମାମଲା ରୁଜୁ ହୋଇଛି ଯେଉଁଥିରୁ ୨୪ଟି ମାମଲା ଉପରେ ନିଷ୍ପତ୍ତି ନିଆଯାଇଛି । ତେବେ ଅବଶିଷ୍ଟ ମାମଲାର ଶୁଣାଣି ହୋଇ ନାହିଁ । ଚାରିଟି ମାମଲାରେ ସଇଦଙ୍କ ବିରୋଧରେ ଏହି ରାୟ ଆସିଛି ।
Published by: Jagdish Barik
First published: November 19, 2020, 6:26 PM IST
corona virus btn
corona virus btn
Loading