- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ବାଇ: ଆଜି ମୁମ୍ବାଇ ଏୟାରପୋର୍ଟର ଟର୍ମିନାଲ ୨ ରେ ସିଷ୍ଟମ କ୍ରାସ୍ ହେବା କାରଣରୁ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଛି। ସିଷ୍ଟମ ଡାଉନ ହେବା ଫଳରେ ଏୟାପୋର୍ଟରେ ଯାତ୍ରୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ସବୁ ଯାତ୍ରୀମାନେ ଚେକିଂ ପାଇଁ ଅପେକ୍ଷା କରିଥିବାବେଳେ ହଠାତ୍ ସିଷ୍ଟମ କ୍ରାସ୍ ହୋଇଯାଇଥିଲା। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ ମୁମ୍ବାଇ ଏୟାରପୋର୍ଟରେ CITA ସିଷ୍ଟମ ଡାଉନ ହୋଇଥିବା କାରଣରୁ ଲୋକେ ଅନେକ ଅଭିଯୋଗ କରିଥିଲେ। ମୁମ୍ବାଇ ଏୟାରପୋର୍ଟରେ ସବୁ କାମ CITA ଦ୍ବାରା ହୋଇଥାଏ। ଏହାଦ୍ବାର ହିଁ ଏୟାରପୋର୍ଟ ସର୍ଭର ପରିଚାଳିତ ହୋଇଥାଏ। ତେବେ ସିଷ୍ଟମ ଡାଉନ ହେବା କାରଣରୁ ଯାତ୍ରୀଙ୍କ ସହ ଏୟାରପୋର୍ଟ କର୍ମଚାରୀଙ୍କ ମଧ୍ୟ ଅସୁବିଧାର କାରଣ ପାଲଟିଛି।
ସେପେଟେ ସିଷ୍ଟମ ଡାଉନ ହେବାକୁ ନେଇ ଅନେକ ଯାତ୍ରୀ ଟ୍ବିଟ୍ କରିଛନ୍ତି। ସେପଟେ ସିଷ୍ଟମ ଡାଉନକୁ ନେଇ ଏୟାର ଇଣ୍ଡିଆ ମଧ୍ୟ ଏକ ଟ୍ବିଟ୍ କରିଛି। ଏହା ସହ ବିମାନ ବନ୍ଦର ତରଫରୁ ମଧ୍ୟ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରହିଥିବା ନେଇ କୁହାଯାଇଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।